Advertisement
Photo Details/zeeodisha/odisha2312819
photoDetails0hindi

Lucky Zodiac Sign: ଜୁନ ୨୯ରେ ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 29 June 2024: ଜୁନ୍ ୨୯ ରେ ଚନ୍ଦ୍ର ବୃହସ୍ପତିଙ୍କ ରାଶି ମୀନରେ ଚଞ୍ଚାର କରିବେ । ମିଥୁନରେ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଏଥିସହ ଆଷାଢ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଏବଂ ଏହି ଦିନ ଶୁକ୍ରାଦିତ୍ୟ ଯୋଗ ସହିତ ଉତ୍ତରଭାଦ୍ରପଦ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ପ୍ରଭାବରେ ଦିନଟିର ଗୁରୁତ୍ୱ ବଢିଛି ।

1/5

ବୃଷ ରାଶି- ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ସାହସର ସହିତ ପ୍ରତ୍ୟେକ ଆହ୍ୱାନକୁ ସାମ୍ନା କରିବେ । ପ୍ରତ୍ୟେକ ପରିସ୍ଥିତିରୁ ସହଜରେ ବାହାରକୁ ଆସିପାରିବେ । ଧନ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ବୟସ୍କମାନଙ୍କଠାରୁ ଶିଖିବାର ସୁଯୋଗ ପାଇବେ । ନୂଆ ବିଷୟ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ  ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ଉପଭୋଗ କରିବେ । ବ୍ୟବସାୟୀ ଭଲ ଫଳାଫଳ ପାଇବେ । ପିତାମାତାଙ୍କ ସହିତ କିଛି ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇବ ।

2/5

ସିଂହ ରାଶି- ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ବିନିଯୋଗ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ । ଅଟକି ରହିଥିବା ଟଙ୍କା ଫେରିପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । କାର୍ଯ୍ୟ କ୍ଷେତ୍ରରେ ଆପଣ ଭଲ ଲାଭ ପାଇବେ । ବିବାହିତ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

3/5

ତୁଳା ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଶନିଦେବଙ୍କ ଅନୁଗ୍ରହରେ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ଆପଣଙ୍କର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଏଥିସହ ସଞ୍ଚୟ କରିବାରେ ସଫଳ ହେବେ । ଉଭୟ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଆପଣଙ୍କ କ୍ୟାରିୟରରେ ପ୍ରଗତିର ସମ୍ଭାବନା ରହିଛି । ବ୍ୟବସାୟରେ ପ୍ରତିଦ୍ୱନ୍ଦୀଙ୍କୁ କଠୋର ପ୍ରତିଯୋଗିତା ଦେବାରେ ସଫଳ ହେବ । ପାରିବାରିକ ଏବଂ ବୈବାହିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଧାର୍ମିକ ଯାତ୍ରା କରିପାରନ୍ତି ।

4/5

ଧନୁ ରାଶି- ଆପଣଙ୍କ ପାଇଁ ଲାଭଦାୟକ ଦିନଟିଏ । ଉତ୍ସାହର ସହିତ ପ୍ରତ୍ୟେକ କାର୍ଯ୍ୟ କରିବେ । ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସହଜରେ ସମାପ୍ତ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକୁଳିବେ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଦୃଢ ହେବେ । ଶିକ୍ଷା, ଚାକିରି କିମ୍ବା ଭ୍ରମଣ ଉଦ୍ଦେଶ୍ୟରେ ବିଦେଶ ଯିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହେବ । ଚାକିରି ଏବଂ ବ୍ୟବସାୟୀରେ ଭଲ ଫଳାଫଳ ପାଇବେ । ପ୍ରେମ ଜୀବନରେ ସାଥିଙ୍କୁ ସମୟ ଦେବେ ।

5/5

ମୀନ ରାଶି- ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ପରିବାର ପ୍ରତି ଆପଣଙ୍କର ଦାୟିତ୍ୱ ପୂରଣ କରିବାକୁ ସକ୍ଷମ ହେବେ । ଯାହା ଆପଣଙ୍କ ଖ୍ୟାତି ମଧ୍ୟ ବୃଦ୍ଧି କରିବ । ଛାତ୍ରମାନେ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ପାଇବେ । ବ୍ୟବସାୟରେ ବାଧାବିଘ୍ନଗୁଡ଼ିକ ଦୂରେଇ ଯିବ । ଆପଣଙ୍କର ଆର୍ଥିକ ଅବସ୍ଥା ମଜବୁତ ହେବ । ଚାକିରି ଖୋଜୁଥିଲେ ଶୁଭ ଖବର ମିଳିବ । ବିବାହିତ ଜୀବନ ଖୁସିରେ କଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)