Vastu tips for job and career growth: ଉଜ୍ବଳ ଭବିଷ୍ୟତ ଏବଂ ଉନ୍ନତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ନିୟମ
Advertisement
Article Detail0/zeeodisha/odisha1941929

Vastu tips for job and career growth: ଉଜ୍ବଳ ଭବିଷ୍ୟତ ଏବଂ ଉନ୍ନତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ନିୟମ

  ଅନେକ ସମୟରେ ବହୁ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳି ନଥାଏ । ଏଥିପାଇଁ ବାସ୍ତୁର କିଛି ନିମୟ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରେ । ବାସ୍ତୁ ନିୟମ ପାଳନ ଦ୍ବାରା ଜୀବନରେ ସଫଳତା ମିଳିବା ସହ ଉନ୍ନତିର ମାର୍ଗ ମଧ୍ୟ ପ୍ରସସ୍ଥ ହୁଏ । ଆସନ୍ତୁ ଜାଣିବା ଜୀବନରେ ଉନ୍ନତି କରିବାକୁ ହେଲେ କେଉଁ ବାସ୍ତୁ ନିୟମ ପା

SOCIAL MEDIA

Vastu tips for job and career growth: 

ଅନେକ ସମୟରେ ବହୁ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳି ନଥାଏ । ଏଥିପାଇଁ ବାସ୍ତୁର କିଛି ନିମୟ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରେ । ବାସ୍ତୁ ନିୟମ ପାଳନ ଦ୍ବାରା ଜୀବନରେ ସଫଳତା ମିଳିବା ସହ ଉନ୍ନତିର ମାର୍ଗ ମଧ୍ୟ ପ୍ରସସ୍ଥ ହୁଏ । ଆସନ୍ତୁ ଜାଣିବା ଜୀବନରେ ଉନ୍ନତି କରିବାକୁ ହେଲେ କେଉଁ ବାସ୍ତୁ ନିୟମ ପାଳନ କରିବା ଉଚିତ ।

ଜୀବନରେ ଆଗକୁ ବଢ଼ିବାକୁ ହେଲେ ପ୍ରତ୍ୟେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ସାମ୍ନାକୁ ଆସେ । ଯେଉଁ କାରଣରୁ ଜୀବନରେ କିଛି ନୂଆ କରିବା ଏବଂ ଭିଡ଼ ଭିତରେ ନିଜକୁ ଅଲଗା ପ୍ରମାଣିତ କରିବା କଷ୍ଟକର ହୋଇପଡ଼େ । ସମସ୍ତଙ୍କର ଇଛା ଥାଏ ଯେ ଜୀବନରେ ସଫଳତା ହାସଲ କରିବା । କିନ୍ତୁ ଅନେକ ସମୟରେ ପ୍ରଚୁର ବୁଦ୍ଧି,ଜ୍ଞାନ ଆଉ ପରିଶ୍ରମ ପରେ ମଧ୍ୟ ତାହା ହାସଲ ହୋଇପାରେନା । ହେଲେ ଏଭଳି ପରିସ୍ଥିତିରେ ବାସ୍ତୁଶାସ୍ତ୍ର ଆପଣଙ୍କୁ ସାହାଯ୍ୟ କରିପାରେ । ବାସ୍ତୁର ଏହି ନିୟମ ଆପଣଙ୍କ ଜୀବନରେ ସନ୍ତୁଳନ ଆଣିପାରେ । ଏବଂ ସବୁ କାମକୁ ସହଜ କରିପାରେ । ଫଳରେ କ୍ୟାରିୟରରେ ଉନ୍ନତି, ଲାଭ ଏବଂ ପ୍ରଭାବ ଆସିପାରେ । ଆସନ୍ତୁ ଜାଣିବା କ୍ୟାରିୟରେ ଉନ୍ନତି ପାଇଁ କଣ ସବୁ ବାସ୍ତୁଶାସ୍ତ୍ର ନିୟମ ରହିଛି ।

ଏସବୁ ଉପରେ ଧ୍ୟାନ ରଖନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଅଫିସରେ ଯେଉଁ ସ୍ଥାନରେ ବସୁଛନ୍ତି ସେଠାରେ ପରିଷ୍କାର ରଖନ୍ତୁ । ଅଧିକ ଜିନିଷ ରଖନ୍ତୁ ନାହିଁ । ଏଭଳି କରିବା ଦ୍ବାରା ଉନ୍ନତିରେ ବାଧା ଆସିପାରେ । ଏକଥାକୁ ମଧ୍ୟ ଧ୍ୟାନରେ ରଖିବେ ଯେ ଯେଉଁ ଡ଼େସ୍କରେ ଆପଣ ବସୁଛନ୍ତି ତାର ମୁହଁ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗକୁ ରଖିବା ପାଇଁ । ଏଥିରେ ବ୍ୟତିକ୍ରମ ହେଲେ କାମରେ ସମସ୍ୟା ଆସିପାରେ ।

ଡେସ୍କ ଉପରେ ଏସବୁ ଜିନିଷ ରଖନ୍ତୁ

ଯେଉଁ ଡ଼େସ୍କରେ କାମ କରୁଛନ୍ତି ସେଠାରେ କ୍ରିଷ୍ଟାଲ, ବାଉଁଶ ଗଛ, କଏନ ଜାହାଜ, ଜାପାନୀ ବିଲେଇ ଭଳି ଜିନିଷ ରଖନ୍ତୁ । ଏଭଳି କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୁଏ । ଏବଂ ଆଖପାଖ ପରିବେଶ ସକାରାତ୍ମକ ଏବଂ ଉର୍ଜାବାନ ରହିଥାଏ । ଏହାସହ ମନେ ରଖନ୍ତୁ ଯେ ଆପଣ ଯେଉଁଠି ବସୁଛନ୍ତି ତାହା ମେନ୍ ଗେଟରୁ ଦୂରରେ ଥିବା ଆବଶ୍ୟକ ।

ଓ୍ବାର୍କ ଫ୍ରମ୍ ହୋମ୍ ପାଇଁ ବିଶେଷ ନିୟମ

ଯଦି ଆପଣ ଓ୍ବାର୍କ ଫ୍ରମ୍ ହୋମରେ ଅଛନ୍ତି ତାହେଲେ ଧାନ ଦିଅନ୍ତୁ ଯେ ବେଡରୁମକୁ ଓ୍ବାର୍କ ପ୍ଲେସ ନକରନ୍ତୁ । ଏଭଳି କରିବା ଦ୍ବାରା କ୍ୟାରିୟରେ କ୍ଷତି ହୋଇଥାଏ । ଏକଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଆପଣ ଯେଉଁଠି କାମ କରୁଛନ୍ତି ସେଠାରେ ପ୍ରାକୃତିକ ରଶ୍ମି ଅଧିକ ଥିବା ଜରୁରୀ । ବାସ୍ତୁରେ ଏହାକୁ ଶୁଭ ମନେ କରାଯାଏ । ଏଭଳି କରିବା ଦ୍ବାରା କ୍ୟାରିୟରେ ଉନ୍ନତି ହୋଇଥାଏ ।

ଏଭଳି ସ୍ଥାନରେ ନବସନ୍ତୁ

ମନେ ରଖିବେ ଯେ ଆପଣ ଯେଉଁଠି କାମ କରୁଛନ୍ତି ସେଠି ବାସ୍ତୁ ନିୟମ ଠିକ୍ ଥାଉ । ଧାନ ଦିଅନ୍ତୁ ଯେ ଆପଣଙ୍କ ଚୌକିର ପଛ ପାର୍ଶ୍ବରେ କାନ୍ଥ କିମ୍ବା ମୁଖ୍ୟ ଫାଟକ ରହିଛି । ଏଭଳି ହେଲେ ଜୀବନରେ ନକାରାତ୍ମକତା ଆସେ ଏବଂ ଅଶୁଭ ଫଳ ମିଳେ ।

ଏହି ଦିଗରେ ରଖନ୍ତୁ ଲାପଟପ୍

ଯଦି ଆପଣ କାର୍ଯ୍ୟ କ୍ଷେତ୍ରରେ ଲାପଟପ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ତାହେଲେ ସେସବୁ ଐଶାନ୍ୟ କୋଣରେ ରଖିବା ଜରୁରୀ । ଯଦି କ୍ୟାବିନରେ ବସୁଛନ୍ତି ତାହେଲେ ଧ୍ୟାନ ଦିଅନ୍ତୁ ଯେମିତି ଲାପଟପ୍ କିମ୍ବା କମ୍ପ୍ୟୁଟରକୁ ପୂର୍ବ, ଉତ୍ତର କିମ୍ବା ଐଶାନ୍ୟ କୋଣରେ ରଖିବା ପାଇଁ । ଏଭଳି କରିବା ଦ୍ବାରା ଜୀବନରେ ନୂଆ ଆାଶାର ସମ୍ଭାବନା ଥାଏ ।

ଏଭଳି ହେବା ଦରକାର ଚୌକି

ଅଫିସରେ ଏଭଳି ଚୌକି ଉପରେ ବସିବା ଦରକାର ଯେମିତି ଚୌକି ଉଚ୍ଚା ହୋଇଥିବ ଏବଂ କୌଣସି ବିମ୍ ନଥିବ । ଏଭଳି ଚୌକି ନଥିଲେ ଊନ୍ନତିରେ ବାଧା ଆସେ । ଏଥିପ୍ରତି ମଧ୍ୟ ଧାନ ଦେବେ ଯେ କାମ କରୁଥିବା ଟେବୁଲ୍ କାଠ କିମ୍ବା କାଚର ଓଭାଲ ସେପ୍ ବା ଅଣ୍ଡାକୃତିର ହୋଇଥିବା ଦରକାର । ଏଭଳି କରିବା ଦ୍ବାରା ଅନେକାଂଶରେ ଲାଭ ଦାୟକ ହୋଇଥାଏ ।

ଏହି ସମସ୍ତ ସୂଚନା କେବଳ ଜନ ରୁଚିକୁ ନଜରରେ ରଖି ଦିଆଯାଇଛି । ଜ୍ୟୋତିଷ କିମ୍ବା ଧର୍ମ ଉପାୟ ଏବଂ ପରାମର୍ଶ ଆପଣଙ୍କୁ ଆସ୍ଥା ଓ ବିଶ୍ବାସ ଅନୁଯାୟୀ ଆପଣାନ୍ତୁ । କଣ୍ଟେଟର ଉଦ୍ଦେଶ୍ୟ ଆପଣଙ୍କୁ ଭଲ ପରାମର୍ଶ ଦେବା । ଏଥିର କୌଣସି ପ୍ରକାରର ବାଧ୍ୟ ବାଧକତା ନାହିଁ ।