Parliament News: କାହିଁକି ଜରୁରୀ ପଡ଼ିଲା ସଂସଦର ସ୍ୱତନ୍ତ୍ର ଅଧିବେଶନ
Advertisement
Article Detail0/zeeodisha/odisha1849868

Parliament News: କାହିଁକି ଜରୁରୀ ପଡ଼ିଲା ସଂସଦର ସ୍ୱତନ୍ତ୍ର ଅଧିବେଶନ

Parliament News:  କ’ଣ ପାଇଁ ଏମିତି ଅଦିନିଆ ଅଧିବେଶନ ଡକାଇଛନ୍ତି ମୋଦି ସରକାର । ଆସନ୍ତୁ ଜାଣିବା କିଛି ସମ୍ଭାବ୍ୟ କାରଣ ବାବଦରେ

Parliament News: କାହିଁକି ଜରୁରୀ ପଡ଼ିଲା ସଂସଦର ସ୍ୱତନ୍ତ୍ର ଅଧିବେଶନ

Parliament Newsନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ଦିନ ପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନ (special session) ବସିବାକୁ ଯାଉଛି । କିଛିଦିନ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିବାବେଳେ ପୁଣିଥରେ ହଠାତ ଅଧିବେଶନ ଡକାଯିବାକୁ ନେଇ ଅନୁମାନର ବଜାର ଗରମ ହୋଇଛି । କିଛି ଏହାକୁ ଆଗାମୀ ସାଧାରଣ ନିର୍ବାଚନ ସହିତ ଯୋଡ଼ି ଦେଖୁଥିବା ବେଳେ କିଛି ଏହା ପଛରେ ଗ୍ରହନକ୍ଷତ୍ରଙ୍କ କାରଣ ଦେଖୁଛନ୍ତି । ତେବେ ସତ କ’ଣ ? କ’ଣ ପାଇଁ ଏମିତି ଅଦିନିଆ ଅଧିବେଶନ ଡକାଇଛନ୍ତି ମୋଦି ସରକାର । ଆସନ୍ତୁ ଜାଣିବା କିଛି ସମ୍ଭାବ୍ୟ କାରଣ ବାବଦରେ:

The auspicious moment: ଗ୍ରହ-ନକ୍ଷତ୍ର ଓ  ଗୃହ ପ୍ରବେଶ
ମାତ୍ର ୩୭ ଦିନର ବ୍ୟବଧାନରେ ଡକାଯାଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହୋଇଥିଲା। ସରକାର ବି ବିରୋଧୀଙ୍କ  ଅନାସ୍ଥା ପ୍ରସ୍ତାବକୁ ସହଜରେ ବିଜୟ କରିଥିଲେ। କିନ୍ତୁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (pralhad joshi )ଙ୍କ ସ୍ୱତନ୍ତ୍ର ଅଧିବେଶନ ନେଇ ଘୋଷଣା  ଚର୍ଚ୍ଚାର ବାତାବରଣ ସୃଷ୍ଟି କରିଛି। ପ୍ରହ୍ଲାଦଙ୍କ ଟ୍ବିଟରେ ନୂଆ ଏବଂ ପୁରୁଣା ସଂସଦ ଭବନର ଫଟୋକୁ ପୋଷ୍ଟ କରିଥିଲେ । କୁହାଯାଉଥିଲା କି, ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ସଂସଦ ଭବନରେ ଅଧିବେଶନ ବସିବ । କିନ୍ତୁ ଏହା ହୋଇନ ପାରିଥିଲା । ଶୁଭ ମୁହୂର୍ତ୍ତରେ ସଂସଦ ଭବନର ଉଦଘାଟନ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଧିବେଶନ ବସିନାହିଁ । ଏଣୁ ଚର୍ଚ୍ଚା ହେଉଛି କି ସ୍ବତନ୍ତ୍ର ଅଧିବେଶନ ଏହି ନୂଆ ସଂସଦ ଭବନରେ ୫ଦିନ ଧରି ଚାଲିପାରେ । 

 G-20 and Chandrayaan-3:  ଜି 20 ବୈଠକ ଏବଂ ଚନ୍ଦ୍ରଯାନ ମିଶନ ମଧ୍ୟରେ ସଂଯୋଗ
ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବ । ଯାହାକି ଦେଶ ପାଇଁ ବଡ଼ ଗୌରବର କଥା । ଶିଖର ସମ୍ମିଳନୀରେ ଦେଶର ବିକାଶକୁ ନେଇ ଆଲୋଚନା ହୋଇପାରେ । ସେପଟେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେବା ଦେଶ ପାଇଁ ଗୌରବର କଥା । ବିଶ୍ବର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏଣୁ ଏହି ସ୍ବତନ୍ତ୍ର ଅଧିବେଶନରେ ମୋଦି ସରକାର ଚନ୍ଦ୍ରଯାନ ମିଶନ (Chandrayaan Mission) ଏବଂ ଜି-୨୦ ବୈଠକ ସମ୍ପର୍କରେ ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ । 

Preponement of General Election ଡିସେମ୍ବରରେ ନିର୍ବାଚନ?
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (cm mamata banerjee) ଆାଗୁଆ ନିର୍ବାଚନ ହେବ ଏକ ଦାବି କରିଥିଲେ । ଯାହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ବିଜେପି ନେତାମାନେ ଅସ୍ବିକାର କରିଛନ୍ତି ।  ଏଣୁ ସ୍ବତନ୍ତ୍ର ଅଧିବେଶନରେ ସରକାର ବିଭିନ୍ନ କିଛି ଗୁରୁତ୍ବପୂର୍ଣ୍ଣ ବିଲ ପାସ କରିପାରନ୍ତି । ଏବଂ ବିଭିନ୍ନ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ହେଉଛି । 

Important Bill to introduce: ୟୁସିସି, ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ ଭଳି ବିଲ୍ ଆାଗତ କରିପାରନ୍ତି
କିଛି ମାସ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ, ଓ୍ବାନ ଇଲେକ୍ସନ୍ (ଏକ ଦେଶ-ଏକ ନିର୍ବାଚନ) ବିଲ୍ ଆଗତ କରିପାରନ୍ତି । ଯାହାର ଅର୍ଥ ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ ହେବ । ୟୁସିସି ମଧ୍ୟ ଲାଗୁ କରିପାରନ୍ତି ସରକାର । ଯାହାକି ପ୍ରଥମେ ଉତ୍ତରାଖଣ୍ଡରେ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରି ଲୋକଙ୍କୁ ସରପ୍ରାଇଜ୍ ଦେଇପାରନ୍ତି । ଯେପରିକି ଗ୍ୟାସ ଦର କମିଥିଲା ସେହିଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇପାରନ୍ତି । ଯାହାକି ସିଧା ସଳଖ ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ । 

Divert from Maharastra Politics ମୁମ୍ବାଇରୁ ନଜର ହଟାଇବା ଲକ୍ଷ୍ୟ ?
ମୁମ୍ବାଇରେ ଇଣ୍ଡିଆ ପକ୍ଷରୁ ବିରୋଧୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସେଠାରେ ବିରୋଧୀ ମୋଦି ସରକାର ବିରୋଧରେ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ସହିତ ପୁରା ଦେଶର ନଜର ବିରୋଧି ମେଣ୍ଟ ଉପରେ ଅଛି । ଦେଶର ସବୁ ଖବର କାଗଜ, ନ୍ୟୁଜ୍ ଚ୍ୟାନେଲରେ ଏବେ କେବଳ ବିରୋଧୀ ମେଣ୍ଚ ବାବଦରେ ଖବର । ମିଡିଆରେ ବିରୋଧୀ ମେଣ୍ଟକୁ ମିଳୁଥିବା ପ୍ରଚାର ଉପରୁ ନଜର ହଟାଇବା ପାଇଁ ମଧ୍ୟ ଏହା ଏକ ଚାଲ ବୋଲି କୁହାଯାଉଛି । ଯେଉଁଥିରେ କିଛି ସତ୍ୟତା ଥିବା ଭଳି ଲାଗୁଛି । କାରଣ ସ୍ୱତନ୍ତ୍ର ଅଧିବେଶନ ଘୋଷଣା ସହିତ କିଛି ସମୟ ପାଇଁ ହେଉ ପଛେ ପୁରା ନ୍ୟାରେଟିଭ୍ ବଦଳି ଯାଇଥିଲା। ଏବେ ବିରୋଧୀ ମୋର୍ଚ୍ଚା ସହିତ ସରକାର ବି ମିଡିଆ ଲାଇମ୍ ଲାଇଟକୁ ଆସିଯାଇଛନ୍ତି । ଏହା ମୋଦି ସରକାରଙ୍କ ମିଡିଆ ମ୍ୟାନେଜମେଣ୍ଟର ଗୋଟିଏ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

Also Read- ଷ୍ଟକ୍ ବ୍ରୋକିଂ ବ୍ୟବସାୟରେ ପାଦ ଥାପିଲା 'ଫୋନ୍ ପେ', ଲଞ୍ଚ୍ କଲା ନୂଆ ଆପ୍ Share.Market

Also Read- 5T Secretary V.K. Pandian: ଯାଜପୁର ଜିଲ୍ଲା ପରିଦର୍ଶନର କିଛି ଝଲକ