Advertisement
Photo Details/zeeodisha/odisha2563219
photoDetails0hindi

Weather Update: ଲଘୁଚାପ ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କତା ଜାରି କଲା ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଠାରୁ ରାଜ୍ୟରେ ବର୍ଷା ହେବ।  

1/5
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ଯାଏଁ ଉପକୂଳ ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ବର୍ଷା ହୋଇପାରେ। 

 

ALSO READ: Today Horoscope: ଆଜି ସୁଖରେ କଟିବ ଏହି ରାଶିଙ୍କ ଦିନ, କରିବେ ଧାର୍ମିକ ଯାତ୍ରା ସହ ପାଇବେ ଖୁସି-ଖବର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?

2/5

ସେହିଭଳି ଦିନ ତାପମାତ୍ରା ବି ୩ ରୁ ୫ ଡିଗ୍ରୀ କମିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିଶେଷକରି, ଗଂଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ୍ ରେ ସ୍ବଳ୍ପରୁ ମଧ୍ୟନ ଧରଣର ବର୍ଷା ହୋଇପାରେ। 

3/5

ସେହିପରି, ଆସନ୍ତାକାଲି, ପୁରୀ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର,କନ୍ଧମାଳ ଓ କଳାହାଣ୍ତିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

4/5

ସେହିପରି ୨୦ ତାରିଖରେ  ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

5/5
ମଙ୍ଗଳବାର ରାତିରୁ ତାପମାତ୍ରା କମିଛି। ବୁଧବାର ଦିନ ଆହୁରୀ ତାପମାତ୍ରା ଅଧିକ କମିବ। ଫଳରେ ଶୀତ କମିବ। ତେବେ, ଦିନର ପାଗ କୋହଲା ରହିବ। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ପୂର୍ବାନୁମାନ କରିଛନ୍ତି। ପାଗ କୋହଲା ସହିତଦିନ ତାପମାତ୍ରା କମିଲେ ଥଣ୍ତା ଅନୁଭୂତ ହେବ।