Top 10 News: ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2563063

Top 10 News: ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today 

Headlines 01- IAS ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା IAS ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି। 

Headlines 02- ବାରମ୍ବାର ତାଗିଦ ସତ୍ତ୍ୱେ ଆଜି ଓଡ଼ିଶାରୁ ନିର୍ବାଚିତ ବିଜେପିର ତିନିଜଣ ଲୋକସଭା ସାଂସଦ ଅନୁପସ୍ଥିତ ରହିଛନ୍ତି। ଏହାଫଳରେ  ମତ ବିଭାଜନରେ ବିଜେପିର ସଂଖ୍ୟା କମ୍‍ ଆସିଛି। ଏହାକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରୟକାଶ କରାଯାଇଛି। ସେମାନଙ୍କୁ ପାର୍ଟି ନୋଟିସ ପଠାଇବ ବୋଲି କେନ୍ଦ୍ରୀ ସ୍ତରରୁ ସୂଚନା ମିଳିଛି।

Headlines 03- ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ଯାଉଥିଲେ ଆପଣଙ୍କ ପାଇଁ ଜରୁରୀ ସୂଚନା । ବୁଧବାର ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ଆପାତତଃ ଅପରାହ୍ନ ଘ.୨.୩୦ ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Headlines 04- ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଏଥର ଦିବ୍ୟ, ଭବ୍ୟ ଓ ଡିଜିଟାଲ କରାଯିବା ନେଇ ମହା ଆୟୋଜନ ଚାଲିଛି। ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଏହି ମହାକୁମ୍ଭ ମେଳା ଚାଲିବ । ବିଶ୍ବର ସର୍ବବୃହତ ଆଧାତ୍ମିକ ମେଳାକୁ ପ୍ରାୟ ୪୦ କୋଟିରୁ ଅଧିକ ଲୋକ ଆସିବେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏହାକୁ ୟୁନେସ୍କୋ ପକ୍ଷରୁ ମିଳିଥିଲା ବିଶ୍ବ ସାଂସ୍କୃତିକ ଐତିହ୍ୟର ମାନ୍ୟତା। ମେଳାକୁ ଅଧିକାଂଶ ଟ୍ରେନରେ ଆସିବେ। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

Headlines 05- ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଚାଲିବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନକ୍ଲେଭ୍‌ ୱେବସାଇଟ୍‌ ଉନ୍ମୋଚନ ସମୟରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନରେ ଏକ ମାଇଲ୍ ଖୁଣ୍ଟ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଏଥିରେ ପ୍ରାୟ ୫୦୦ ବିଦେଶୀ ନିବେଶକଙ୍କ ସହ ୫୦ ହଜାର ନିବେଶକ ଭାଗ ନେବେ ବୋଲି କୁହାଯାଇଛି ।

Headlines 06- ଭାରତୀୟ ଖୁଚୁରା ବଜାରରେ ଚୀନ କମ୍ପାନୀ ପ୍ରବେଶ କରିବେ। ୪ ବର୍ଷ ପରେ ପୁଣିଥରେ ଚୀନ ଉତ୍ପାଦକୁ ଭାରତରେ ଦେଖିବାକୁ ମିଳିବ। କିନ୍ତୁ ଏକ ସ୍ୱତନ୍ତ୍ର ଇ-କମର୍ସ ପ୍ଲାଟଫର୍ମରେ। ରିଲାଏନ୍ସ ରିଟେଲ ଲିମିଟେଡର ଯୌଥ ଭାଗିଦାରୀରେ ଚୀନର ପରିଚିତ ବ୍ରାଣ୍ଡ ସେଇନ (Shein) ଏଠାରେ ଉତ୍ପାଦ ତିଆରି କରିବ ଏବଂ ତାହାକୁ ଘରୋଇ ଏବଂ ବିଶ୍ୱସ୍ତରରେ ବିକ୍ରି କରିବ। ଏହାକୁ ଭାରତର ସରକାର ମଞ୍ଜୁରି ଦେଇଛନ୍ତି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି।

Headlines 07- ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି। ଯେଉଁଥିରେ ସରକାରୀ ଦଳ ୨୬୯ଟି ଭୋଟ ପାଇ ବିଧେୟକକୁ ଉପସ୍ଥାପନ କରିଛନ୍ତି। 

Headlines 08- ରାଜଧାନୀର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନିଦିନବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି । ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

Headlines 09- ଦିଲ୍ଲୀ ସ୍କୁଲକୁ ପୁଣିଥରେ ବୋମା ଧମକ। ବିଗତ ଏକ ମାସ ମଧ୍ୟରେ ଚୁର୍ଥ ଥର ପାଇଁ ଏହି ଧମକ ମିଳିଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ସାଉଥ ଦିଲ୍ଲୀ ଓ ନର୍ଥୱେଷ୍ଟ ଦିଲ୍ଲୀରେ ଥିବା ସ୍କୁଲ ଗୁଡ଼ିକୁ ଏହି ଧମକ ମିଳିଥିବା ନେଇ ସୂଚନା ରହିଛି। ପୋଲିସ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି, 'ଦିଲ୍ଲୀର କିଛି ସ୍କୁଲକୁ ଆଜି ସକାଳେ ବୋମା ଧମକ ଦିଆଯାଇଛି। 

Headlines 10- ବୁଧବାରଠାରୁ ତିନି ଦିନ ଅର୍ଥାତ ତା ୧୮, ୧୯ ଓ ୨୦ ରିଖ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା କୋରାପୁଟ ଜିଲ୍ଲା ମହୋତ୍ସବ "ପରବ ୨୦୨୪" ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡା ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ