Mulayam Singh Yadav Memorial: ଆମେରିକାର ରାଷ୍ଟ୍ରପତି ଲିଙ୍କନଙ୍କ ସ୍ମାରକ ଭଳି ନିର୍ମାଣ କରାଯିବ ନେତାଜୀଙ୍କ ସ୍ମାରକୀ
Advertisement
Article Detail0/zeeodisha/odisha1975170

Mulayam Singh Yadav Memorial: ଆମେରିକାର ରାଷ୍ଟ୍ରପତି ଲିଙ୍କନଙ୍କ ସ୍ମାରକ ଭଳି ନିର୍ମାଣ କରାଯିବ ନେତାଜୀଙ୍କ ସ୍ମାରକୀ

Netaji Mulayam Singh Yadav Memorial: ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଅବସ୍ଥିତ ପୈତୃକ ଗ୍ରାମ ସୈଫଇ ଠାରେ ନିର୍ମିତ ହେବ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ମାରକୀ।

 

 

 Mulayam Singh Yadav Memorial: ଆମେରିକାର ରାଷ୍ଟ୍ରପତି ଲିଙ୍କନଙ୍କ ସ୍ମାରକ ଭଳି ନିର୍ମାଣ କରାଯିବ ନେତାଜୀଙ୍କ ସ୍ମାରକୀ

Netaji Mulayam Singh Yadav: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଭଳି ନିର୍ମାଣ କରାଯିବ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ମାରକୀ। ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର  ସୈଫଇ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ସ୍ମାରକସ୍ଥଳ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଆପଣଙ୍କୁ କହିବା ଯେ ବୁଧବାର (ନଭେମ୍ବର ୨୨) ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ଜନ୍ମ ବାର୍ଷିକୀ ଥିଲା।

ସୈଫଇ ଗ୍ରାମରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ନେତାଜୀ
ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ଅଖିଳେଶ ଯାଦବ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ମୋର ସମସ୍ତ ସମାଜବାଦୀ ବନ୍ଧୁଙ୍କୁ କୃତଜ୍ଞତା ଜଣାଉଛି। ତାଙ୍କୁ କେବଳ ନେତାଜୀ ନୁହେଁ ବରଂ ଧରିତ୍ରୀ ପୁତ୍ର ଭାବେ ମଧ୍ୟ ସ୍ମରଣ କରାଯାଇଛି। ସୈଫଇ ନେତାଜୀଙ୍କ ସ୍ୱପ୍ନ ଥିଲା। ସେ ସୈଫଇ ଗ୍ରାମରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସାରା ଜୀବନ ସୈଫାଇ ଲୋକଙ୍କୁ ଭୁଲି ନଥିଲେ।

ସୈଫଇ ଠାରେ ନିର୍ମିତ ହେବ ସ୍ମାରକ 
ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ଧରୀତ୍ରରୁ ଆଘାତ ପାଇବା ପରେ ନେତାଜୀ ଧରିତ୍ରୀ ପୁତ୍ର ହୋଇଥିଲେ। ନେତାଜୀଙ୍କ ସ୍ମାରକ ସମ୍ବନ୍ଧରେ ଅନେକ ପରାମର୍ଶ ଗ୍ରହଣ କରାଯାଇଥିଲା। ହେଲେ ମୁଁ କହିଥିଲି ଯେ ନେତାଜୀଙ୍କ ସ୍ମାରକ ତାଙ୍କ ପୈତୃକ ଗ୍ରାମ ସୈଫାଇ ଠାରେ ନିର୍ମିତ ହେବ। ନେତାଜୀ ଡାକ୍ତରଖାନାରେ ଅସୁସ୍ଥ ରହିଥିଲେ ଏବଂ ପରେ ଆମେ ତାଙ୍କୁ ସୈଫଇ ଆଣିଥିଲୁ।

ଆମେରିକାର ରାଷ୍ଟ୍ରପତି ଲିଙ୍କନଙ୍କ ସ୍ମାରକ ଭଳି ନିର୍ମାଣ କରାଯିବ ନେତାଜୀଙ୍କ ସ୍ମାରକୀ
ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ ମୁଁ ସ୍ଥପତିଙ୍କୁ କହିଛି ଯେ ମୋତେ ସୈଫଇ ଠାରେ ନେତାଜୀଙ୍କ ସ୍ମାରକ ନିର୍ମାଣ କରିବାକୁ ହେବ। ଏହି ନିଷ୍ପତ୍ତି ବିଷୟରେ ସୂଚନା କେବଳ ଭାରତ ନୁହେଁ ବିଦେଶରୁ ମଧ୍ୟ ନିଆଯାଇଛି। ମୁଁ କହିଥିଲି ଯେପରି ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ସ୍ମାରକୀ ନିର୍ମାଣ ହୋଇଛି, ସେପରି ନେତାଜୀଙ୍କ ସ୍ମାରକ ମଧ୍ୟ ସମାନ ଭାବରେ ନିର୍ମାଣ କରାଯିବା ଆବଶ୍ୟକ। କାରଣ ନେତାଜୀ ମଧ୍ୟ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି।

ଆସନ୍ତା ୨୦୨୭ ପର୍ଯ୍ୟନ୍ତ ପ୍ରସ୍ତୁତ ହେବ ନେତାଜୀଙ୍କ ସ୍ମାରକ  
ସୂଚନା ଅନୁଯାୟୀ ପ୍ରାୟ ୮.୩ ଏକର ଜମି ଉପରେ ନିର୍ମିତ ହେବ ନେତାଜୀଙ୍କ ସ୍ମାରକ। ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନ୍ ଡିସି ଠାରେ ଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଆବ୍ରହମ ଲିଙ୍କନଙ୍କ ମେମୋରିଆଲ୍ ଭଳି ନେତାଜୀଙ୍କ ସ୍ମାରକ ନିର୍ମାଣ କରାଯିବ। ସ୍ମାରକ ନିକଟରେ ଏକ ଅଲଗା ପାର୍କ ମଧ୍ୟ ନିର୍ମାଣ କରାଯିବ। ଏହା ସହିତ ନେତାଜୀଙ୍କ ଜୀବନ ସହ ଜଡିତ ପ୍ରମୁଖ ଘଟଣା ଏଠାରେ ଫଟୋ ଗ୍ୟାଲେରୀ ମାଧ୍ୟମରେ ପ୍ରଦର୍ଶିତ ହେବ। ସ୍ମାରକୀ ମଝିରେ ମୁଲାୟମ ସିଂହଙ୍କ ଏକ କାଂସ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ସ୍ମାରକ ନିକଟରେ ଏକ ଅଡିଟୋରିୟମ୍ ମଧ୍ୟ ନିର୍ମାଣ କରାଯିବ। ଅଖିଳେଶ ଯାଦବଙ୍କ କହିବା ଅନୁଯାୟୀ ନେତାଜୀଙ୍କ ସ୍ମାରକ ଆସନ୍ତା ୨୦୨୭ ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯିବ।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ହୋଇଥିଲା ନିଧନ। ତାଙ୍କ ଅନ୍ତିମ ସଂସ୍କାର ତାଙ୍କର ପୈତୃକ ଗ୍ରାମ ସୈଫଇ ଠାରେ ହୋଇଥିଲା। ଏହି ସମୟରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ଏବଂ ତାଙ୍କ ପରିବାର ନେତାଜୀଙ୍କ ନାମରେ ସୈଫଇ ଠାରେ ଏକ ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୩୯ ମସିହା ନଭେମ୍ବର ୨୨ ତାରିଖରେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ସୈଫଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ। ଗତକାଲି ତାଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପୁଅ ଅଖିଳେଶ ଯାଦବ ନେତାଜୀଙ୍କ ସ୍ମାରକ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହା ପୂର୍ବରୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ।