News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1884364

News Headlines: ଅପରାହ୍ନର ୧୦ ବଡ଼ ଖବର

News Headlines: ଅପରାହ୍ନର ୧୦ ବଡ଼ ଖବର

News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines

1. ଭୁବନେଶ୍ବର: ରାଜ୍ୟର ୫୦ ହଜାର ଗାଁରେ ବିଜେପି ପକ୍ଷରୁ ସଭା କରାଯିବ ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗ ସମ୍ପର୍କରେ ଗାଁ ଗାଁରେ ଲୋକଙ୍କ ନିକଟରେ ବିଜେପି ପହଞ୍ଚାଇବ। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରିବା ସହିତ କ୍ୟାମ୍ପେନ ମୁଡରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଏହି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

2. ବଲାଙ୍ଗୀର: ସୁନ୍ଦରଗଡ଼ ପରେ ବର୍ତ୍ତମାନ ବଲାଙ୍ଗୀରକୁ ନେଇ ଚିନ୍ତା । ଗତ ଦୁଇମାସ ମଧ୍ୟରେ ବଲାଙ୍ଗୀରରେ ସମୁଦାୟ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଏହା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ସୁଚନା ମୁତାବକ ଅଗଷ୍ଟ ମାସରେ ୧୭୨ କେସ୍ ଏବଂ ସେପ୍ଟେମ୍ବର ମାସରେ ଏପର୍ଯ୍ୟନ୍ତ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା  ସୁନ୍ଦରଗଡ଼ରେ ସମୁଦାୟ ୨୨୧ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

3. ରାୟଗଡା: ଆଶ୍ରମ ବିଦ୍ୟାଳୟରେ ଜୈନେକା ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଆଶ୍ରମର ପିଅନଙ୍କୁ ଗିରଫ କରାଯିବା ସହିତ ଚାକିରୀରୁ ନିଲମ୍ୱନ କରାଯାଇଛି । କାଶୀପୁର ବ୍ଲକ ଅନ୍ତର୍ଗତ ଡଂଗାସିଲ ଆଶ୍ରମ ବିଦ୍ୟାଳୟରେ ଏପରି ଲଜ୍ୟାଜନକ ଘଟଣା ଘଟିଛି । ପୀଡ଼ିତା ଛାତ୍ରୀ ରାୟଗଡା ସ୍ଥିତ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

4. କେନ୍ଦ୍ରାପଡ଼ା: ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାରେ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । କଟକ -ଚାନ୍ଦବାଲି ରାସ୍ତା ନିକଟ ଦୁହୁରିଆ ଛକ ରାଜପଥକୁ ୧୨ ଘଣ୍ଟା ପାଇଁ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ଶତାଧିକ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସିବା ସହ ନାରାବାଜି କରିଥିବା ଦେଖିବାକୁ ମିଳିଛି । ଏଥିରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ସାମଲଙ୍କ ସମେତ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ବିଜେପି ନେତା ତେଜେଶ୍ବର ପରିଡ଼ାଙ୍କ ସମେତ ଅନେକ ବ୍ୟକ୍ତି ସାମିଲ ହୋଇଛନ୍ତି ।

5. ନବରଙ୍ଗପୁର; ଝରିଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିପାରିନଥିବାରୁ ତାଙ୍କୁ ଟ୍ରାକ୍ଟରରେ ବୁହାଯାଇ ନିଆଯାଇଛି । ଗୁରୁସିଙ୍ଗା ପଞ୍ଚାୟତ  ମଇନାପଦର ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା । ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଗର୍ଭବତୀ ମହିଳାଜଣକ ମଇନାପଦର ଗ୍ରାମର ଭୀମ ଗୌଡ଼ଙ୍କ ସ୍ତ୍ରୀ ସୁକାନ୍ତି ଗୌଡ଼ । ସୁକାନ୍ତି ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଉ ଶିଶୁ ସୁସ୍ଥ ଅଛନ୍ତି ।

6. ମଧ୍ୟପ୍ରଦେଶ; ‘ପତ୍ନୀଙ୍କ ସହ ଅପ୍ରାକୃତିକ ସମ୍ପର୍କ ଅପରାଧ ନୁହେଁ’ ଏପରି ଏକ ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଯାଇଛି । ଏପରି କି ଯୌନ ସମ୍ପର୍କ ରଖିବା ପାଇଁ ପରସ୍ପରର ଅନୁମତି ନେବାର ମଧ୍ୟ ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଂହାର ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ତାଙ୍କ ଦ୍ୱିତୀୟ ପତ୍ନୀ କୋର୍ଟରେ ଅଭିଯୋଗ କରିଥିଲେ । ଏହା ଉଭୟଙ୍କ ବ୍ୟକ୍ତିଗତ ମାମଲା ଏଥିରେ ଅପ୍ରାକୃତିକ କିଛି ନ ଥିବା କଥା କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି।

7. ହାଇଦ୍ରାବାଦ: ଚନ୍ଦ୍ରପୃଷ୍ଠରେ ବିକ୍ରମ ଓ ପ୍ରଜ୍ଞାନ ସହିତ ସମ୍ପର୍କ ସ୍ଥାପନ ପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ ଜାରି ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସିଗନାଲ୍ ମିଳିନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ତଥା ଅନ୍ଧାର ହୋଇଥିଲା। ଉକ୍ତ ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ଥିଲା । ଏତେ ଥଣ୍ଡାରେ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ଚାଲୁ ହୋଇ ରହିବା ଖୁବ କାଠିକର ପାଠ। ବର୍ତ୍ତମାନ ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ଚେଷ୍ଟା କରାଯାଉଛି ।

8. ସୁବର୍ଣ୍ଣପୁର: ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁର ମୃତଦେହ । ଆଜି ସକାଳେ ଶିଶୁଟିର ମୃତଦେହ ସେଲେଡି ଗ୍ରିଡ ନିକଟ ରାସ୍ତା କଡ଼ରେ ପଡିଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ମୃତ ଶିଶୁଟି ନିକଟରେ ଟାୱେଲ, ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିରହିଲା । ଶିଶୁଟିର ମୃତ୍ୟୁ କିପରି ହେଲା ଓ କାହିଁକି ମୃତଦେହକୁ ରାସ୍ତାକଡ଼ରେ ପକାଯାଇଛି ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। 

9.ଭୁବନେଶ୍ୱର: ଅକ୍ଟୋବର ମାସ ଆରମ୍ଭରେ ଲଘୁଚାପ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୨୯ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ଅକ୍ଟୋବର ପହିଲାରୁ ଲଘୁଚାପ। ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

10. ପୁରୀ; ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ  (radhastami in puri jagannath temple)। ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ (sudarsan) ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ (Sudarshan Mahaprabhu) ଶ୍ରୀମନ୍ଦିର (srimandir) ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । 

Also Read- Canada Banking Law and Order: ଭାଙ୍ଗିଲା ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅସହାୟ

Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା