Senegal Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର
Advertisement

Senegal Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର

Senegal Bus Accident: ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେନେଗାଲ ସରକାର ଦେଶରେ ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କରିଛନ୍ତି । ରବିବାର ସକାଳେ କେନ୍ଦ୍ରୀୟ ସେନେଗାଲର କାଫ୍ରିନରେ ଥିବା ଜାତୀୟ ରୋଡ୍ ନମ୍ବର ୧ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । 

Senegal Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର

Senegal Bus Accident: ରବିବାର ଦିନ ଆଫ୍ରିକାର ସେନେଗାଲରେ ଏକ ଭୀଷଣ ଦୁର୍ଘଟଣା ଘଟିଯାଇଛି । ସେନେଗାଲରେ ଦୁଇଟି ବସ୍ ମଧ୍ୟରେ ଟକ୍କର ହେବା ଫଳରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଏହି ଦୁର୍ଘଟଣା (Senegal Bus Accident) ରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୁଚନା ରହିଛି । ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେନେଗାଲ ସରକାର (Senegal Govt) ଦେଶରେ ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କରିଛନ୍ତି । ରବିବାର ସକାଳେ କେନ୍ଦ୍ରୀୟ ସେନେଗାଲ (Central Senegal) ର କାଫ୍ରିନ୍‌ (Kafrin) ରେ ଥିବା ଜାତୀୟ ରୋଡ୍ ନମ୍ବର ୧ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । 

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରବିବାର ସକାଳ ପ୍ରାୟ ୩.୧୫ ସମୟରେ ସେନେଗାଲ ସେଣ୍ଟ୍ରାଲ (Central Senegal) ର କାଫ୍ରିନରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ କାଫ୍ରିନ୍‌ର ନ୍ୟାସନାଲ ରୋଡ୍ ନମ୍ବର ୧ରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ବସ୍ ଧକ୍କା ହେବା ପରେ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏହାସହ ସ୍ଥାନୀୟ ଲୋକମାନେ ନିଜ ନିଜ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଯେଉଁଠାରେ ଡାକ୍ତରମାନେ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଅନ୍ୟ ୧୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି । ବସ୍ ମୋରିଟାନିଆ ସୀମା ନିକଟ ରୋସୋ ସହରକୁ ଯାଉଥିଲା ।

କୁହାଯାଉଛି ଯେ ବସ୍ କାଫ୍ରିନରେ ଗାନିବି ଗ୍ରାମ ନିକଟରେ ପହଞ୍ଚିଥିଲା ସେହି ସମୟରେ ଆଗରୁ ଆସୁଥିବା ଏକ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ବସରେ ୬୦ ଜଣ ଲୋକ ବସିବାର କ୍ଷମତା ରହିଥିଲେ । ଦୁର୍ଘଟଣା ସମୟରେ ବସରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ କୌଣସି ଆଧିକାରୀକ ସୂଚନା ମିଳିପାରି ନାହିଁ । ଘଟଣାର କାରଣ ଏକ ବସର ଟାୟାର ଫାଟିବା ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେନେଗାଲର ରାଷ୍ଟ୍ରପତି ମାକି ସଲ ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ରାଷ୍ଟ୍ରପତି ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଗାନିବି ଗ୍ରାମ ନିକଟରେ ଏହି ବସ୍ ଦୁର୍ଘଟଣାରେ ଆହତ ଯାତ୍ରୀମାନେ କାଫ୍ରିର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କାଫ୍ରିନ୍‌ର ପୋଲିସ ଓ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଦୁର୍ଘଟଣା ପରେ ଉଭୟ ବସ୍‌କୁ ରାସ୍ତାରୁ ହଟାଇ ଦିଆଯାଇଛି । ନ୍ୟାସନାଲ ରୋଡ ନମ୍ବର ୧ରେ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡ଼ିକୁ ହଟାଇବା ପରେ ଟ୍ରାଫିକ ସ୍ୱାଭାବିକ ହୋଇଛି ବୋଲି ପୋଲିସ ଦାବି କରିଛି ।