Russian Journalist Jacket: ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାକୁ ନେଇ ତେଜିଲା ବିବାଦ: ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Russian Journalist Jacket: ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାକୁ ନେଇ ତେଜିଲା ବିବାଦ: ଜାଣନ୍ତୁ ପୁରା ଘଟଣାକ୍ରମ

Russian Journalist Jacket Controversy: ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାକୁ ନେଇ ବିବାଦୀୟ ହୋଇପଡି଼ଛନ୍ତି ଋଷୀୟ ସାମ୍ବାଦିକା ଏଣ୍ଟୋନିଡା ସ୍ମୋଲିନା।

Russian Journalist Jacket: ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାକୁ ନେଇ ତେଜିଲା ବିବାଦ: ଜାଣନ୍ତୁ ପୁରା ଘଟଣାକ୍ରମ

Russian Journalist Antonida Smolina: ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାକୁ ନେଇ ତେଜିଛି ବିବାଦ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇୟାଉଥିବେ। ହେଲେ ଏହା ସତ୍ୟ। ସଦ୍ୟ ଋଷିଆରେ ଦେଖିହାକୁ ଦେଖିବାକୁ ମିଳିଛି ଏଭଳି ଘଟଣା। ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧି ବିବାଦ ଘେରକୁ ଟଣା ହୋଇଛନ୍ତି ଋଷୀୟ ସାମ୍ବାଦିକା ଏଣ୍ଟୋନିଡା ସ୍ମୋଲିନା। ଯିଏ କେବେ ଭାବି ନଥିବେ ଯେ ତାଙ୍କ ପୋଷାକର ରଙ୍ଗ ହେତୁ ତାଙ୍କୁ ପୋଲିସ ତଦନ୍ତର ସାମ୍ନା କରିବାକୁ ହେବ। ଏଣ୍ଟୋନିଡା ସ୍ମୋଲିନା ହଳଦିଆ ରଙ୍ଗର ଜ୍ୟାକେଟ ପିନ୍ଧିବାର ଫଟୋ ସେୟାର କରିବା ପରେ ତାଙ୍କୁ ଆଇନ ଶୃଙ୍ଖଳା ବିଭାଗ ଅଧିକାରୀ ଜେରା କରିଥିଲେ।

ସାମ୍ବାଦିକା ଏଣ୍ଟୋନିଡା ସ୍ମୋଲିନା ଆକାଶିଆ ନୀଳ ରଙ୍ଗର ପୃଷ୍ଠଭୂମି ରହିଥିବା ହଳଦିଆ ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କର ଏପରି ଜ୍ୟାକେଟ ପିନ୍ଧିବାକୁ ନେଇ ବିବାଦ ତେଜିଥିଲା। ସେ ୟୁକ୍ରେନ ରଙ୍ଗକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଯାହା ତାଙ୍କ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନେତୃତ୍ୱାଧିନ ସରକାର ଏବଂ ସୈନ୍ୟବାହିନୀ ପ୍ରତି ଅପମାନ ବୋଲି ବିବେଚନା କରାଯାଏ। ଆପଣଙ୍କୁ କହିରଖୁଛୁ ଯେ ୟୁକ୍ରେନ ଜାତୀୟ ପତାକାରେ ୨ ରଙ୍ଗ ରହିଛି। ତାହା ହେଉଛି ହଳଦିଆ ଏବଂ ନୀଳ ରଙ୍ଗ। 

ହଳଦିଆ-ନୀଳ ରଙ୍ଗ ଜ୍ୟାକେଟ ପିନ୍ଧିବାକୁ ନେଇ ଋଷୀୟ ସାମ୍ବାଦିକାଙ୍କୁ ଜେରା କରିଥିଲା ଦେଶର ପୋଲିସ ବିଭାଗ। ତାଙ୍କ ବିରୋଧରେ ହୋଇଥିବା ପୋଲିସ ତଦନ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଣ୍ଟୋନିଡା ସ୍ମୋଲିନା। ଏନେଇ ସେ କହିଛନ୍ତି ଯେ, ଜଣେ ଜିଲ୍ଲା ପୋଲିସ ଅଧିକାରୀ ମୋ ପାଖକୁ ଆସି କହିଥିଲେ ଯେ କେହି ଜଣେ ଭାଲେରୀ ପି ମୋ ବିରୋଧରେ ଏକ ବିବୃତ୍ତି ଲେଖିଥିଲେ। ଶତ୍ରୁ ପକ୍ଷର ପ୍ରତୀକ ସହିତ ଜଡିତ ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ଅଭିଯୋଗ ମୋ ବିରୋଧରେ ଆସିଥିଲା। ହେଲେ ସେ ଏକଥା କହି ନିଜକୁ ବଞ୍ଚାଇ ଦେଇଥିଲେ ଯେ ତାଙ୍କ ଜ୍ୟାକେଟ ରଙ୍ଗକୁ ସଠିକ୍ ଭାବରେ "କ୍ରାୟୋଲା" ଭାବେ ବର୍ଣ୍ଣନା କରାଯାଇଛି।

ଘଟଣା ସମ୍ପର୍କରେ ଜାଣିବା ପରେ ତାତି ଉଠିଲେ ସୋସିଆଲ ମିଡିଆ ୟୁଜର 
ଏହି ଘଟଣା ସାମ୍ନାକୁ ଆସିବା ପରେ ତାତି ଉଠିଲେ ସୋସିଆଲ ମିଡିଆ ୟୁଜର। ଯାହା ଦର୍ଶାଉଛି ଯେ କିପରି ଋଷିଆର କଠୋର ନିୟମ ପୋଷାକ ଚୟନ କରିବାକୁ ମଧ୍ୟ ରାଜନୀତିକରଣ କରିପାରିବ। ସୋସିଆଲ ମିଡିଆ ୟୁଜର ସାଧାରଣ ଜିନିଷକୁ ରାଜନୈତିକ ବିଦ୍ରୋହ ସହିତ ଯୋଡି଼ବାର ଅବୈଧ ତର୍କକୁ ପରିହାସ କରିଥିଲେ। ସେମାନେ ହାସ୍ୟାସ୍ପଦ ମନ୍ତବ୍ୟ ଦେଇ କହିଛନ୍ତି ଯେ ହଳଦିଆ ରଙ୍ଗ ନିଷେଧ କି? ଇନ୍ଦ୍ରଧନୁ ନିଷେଧ କି?  ଅନ୍ୟ ଜଣେ ଥଟ୍ଟା କରି କହିଛନ୍ତି ଯେ ପରବର୍ତ୍ତୀ ପଦକ୍ଷେପ ହେଉଛି ନୀଳ ରଙ୍ଗର ଆକାଶ ସାମ୍ନାରେ ହଳଦିଆ ରଙ୍ଗର ସୂର୍ଯ୍ୟ କିରଣକୁ ବାରଣ କରିବା। କାରଣ ଏହା ହେଉଛି ଶତ୍ରୁ ପକ୍ଷର ପ୍ରତୀକ।

ଦେଶରେ ସୃଷ୍ଟି ହୋଇଥିବା ଏପରି ରାଜନୈତିକ ପରିବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏଣ୍ଟୋନିଡା ସ୍ମୋଲିନା। ଏନେଇ ଋଷୀୟ ସାମ୍ବାଦିକା ଜଣଙ୍କ କହିଛନ୍ତି ଯେ ଭାଲେରୀ ପି ମୋ ପୋଷ୍ଟ ପାଇଁ ଆହତ ହୋଇଥାଇ ପାରନ୍ତି। ହେଲେ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ହେଲେ ରାଜନୀତି ମୋର ସାଥି ଦେଶବାସୀଙ୍କ ପ୍ରାଣକୁ ହତ୍ୟା କରୁଛି। ଚାପ ସତ୍ତ୍ୱେ ସେ ଦୃଢତାର ସହ କହିଛନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ନୁହେଁ ବରଂ କେବଳ ପାଣିପାଗ ଜନିତ କାରଣରୁ ସେ ନିଜ ଜ୍ୟାକେଟ୍ ବଦଳାଇଛନ୍ତି।