Heat Wave: ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବାରିପଦା, ୪ ସହରରେ ୪୪ ଡିଗ୍ରୀ ପାର୍
Advertisement
Article Detail0/zeeodisha/odisha2227756

Heat Wave: ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବାରିପଦା, ୪ ସହରରେ ୪୪ ଡିଗ୍ରୀ ପାର୍

Heat Wave: ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି । ୪ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ତାଠାରୁ ଅଧିକ ରେକର୍ଡ ହୋଇଛି । ୩୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । 

ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁଯାୟୀ, ଆଜି ଅନୁଗୁଳରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ବୋଦ୍ଧରେ ୪୪.୧, ତାଳଚେରରେ ୪୪, ଟିଟଲାଗଡରେ ୪୩.୫, ଢେଙ୍କାନାଳରେ ୪୩.୨, ଭବାନୀପାଟଣା, ନୟାଗଡ, ମାଲକାନଗିରି, ବଲାଙ୍ଗିର, କେନ୍ଦୁଝର ଏବଂ ନୂଆପଡାରେ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା । ସେହିପରି ଝାରସୁଗୁଡା ଏବଂ ସମ୍ୱଲପୁରରେ ୪୨.୯ ଡିଗ୍ରୀ, କଟକ ଏବଂ ଯାଜପୁରରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ , କେନ୍ଦ୍ରାପଡା ଏବଂ ଭଦ୍ରକରେ ୪୨ ଡିଗ୍ରୀ, ସୋନପୁର ଏବଂ ହୀରାକୁଦରେ ୪୧.୯, ସୁନ୍ଦରଗଡରେ ୪୧.୮, ପାରଲାଖେମୁଣ୍ଡିରେ ୪୧.୭, ବାଲେଶ୍ୱର, ଫୁଲବାଣୀ ଏବଂ ବରଗଡରେ ୪୧.୪ ଡିଗ୍ରୀ, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ, ଖୋର୍ଦ୍ଧାରେ ୪୧ ଡିଗ୍ରୀ, ଛତ୍ରପୁରରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୭ ଡିଗ୍ରୀ, ଜଗତସିଂହପୁରରେ ୪୦.୬ ଡିଗ୍ରୀ, ରାୟଗଡାରେ ୪୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୬, ଦେଓଗଡରେ ୩୯.୪, କୋରାପୁଟରେ ୩୮.୪, ଦାରିଙ୍ଗବାଡିରେ ୩୭.୫, ପୁରୀରେ ୩୪.୬, ଗୋପାଳପୁରରେ ୩୩.୨, ପାରାଦ୍ୱୀପରେ ୩୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏଥିସହ ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ଏବଂ ନବରଙ୍ଗପୁର ଜିଲ୍ଲାରେ ଲାଗିରହିଛି କାଳବୈଶାଖୀ ପ୍ରଭାବରେ  କିଛି ଅଂଚଳରେ ପବନ ୫୦ ରୁ ୬୦ କିମି, ବିଜୁଳି ଘଡଘଡି ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି  ବୋଲି ପାଣିପାଗ ବିଭାଗ କହିଛି ।

Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ

Also Read- ବିଫଳ ସ୍ୱାସ୍ଥ୍ୟସେବା ! ବାଟରେ ଅଟକିଲା ଅମ୍ବୁଲାନ୍ସ, ପ୍ରସବ ପରେ ମାଆଙ୍କ ମୃତ୍ୟୁ