ଗ୍ରୀଷ୍ମ ପ୍ରବାହ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
Advertisement
Article Detail0/zeeodisha/odisha2227870

ଗ୍ରୀଷ୍ମ ପ୍ରବାହ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସମ୍ପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ ଦଳମାନେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଏବଂ ଓଆରଏସର ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ସହିତ ନିରବଚ୍ଛିନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ ବିଭାଗର କର୍ତ୍ତୁପକ୍ଷଙ୍କ ସହ ନିୟମିତ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ନଜରରେ ରଖି ଆଗାମୀ ସପ୍ତାହକୁ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ନେଇ ଘୋଷଣା କରାଯାଇଛି । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଏବଂ ସଭା ଆୟୋଜନ କରୁଛନ୍ତି । ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପାନୀୟ ଜଳ ସହ ଓଆରଏସ୍ ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସମ୍ପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ ଦଳମାନେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଏବଂ ଓଆରଏସର ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ସହିତ ନିରବଚ୍ଛିନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ ବିଭାଗର କର୍ତ୍ତୁପକ୍ଷଙ୍କ ସହ ନିୟମିତ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଜଳଛତ୍ରକୁ ଅଧିକ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗଣମାଧ୍ୟମ ମାଧ୍ୟମରେ ଅଂଶୁଘାତ ଓ ଅଦିନିଆ ବଜ୍ରପାତ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ପାଇଁ ସେ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନମାନେ ଓଡ଼ିଶା ଡିଜାଷ୍ଟର ନେଟୱାର୍କ (ଓଡ଼ିଆରଏନ) ପୋର୍ଟାଲର ସାହାଯ୍ୟ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ଓ ତାହାର ପ୍ରଶମନ ପାଇଁ ନିଆଯାଉଥିବା ପଦକ୍ଷପ, ପ୍ରତ୍ୟକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ସମ୍ପର୍କିତ ସଚେତନତା ବାର୍ତ୍ତା ଲଗାଇବା, ଡାକ୍ତରଖାନାମାନଙ୍କର ଆଇସିୟୁ ଗୁଡିକର ସୁବ୍ୟବସ୍ଥା ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଟ ଅଧିକାରୀ ଓ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ସୂଚନା ଦେଇଛନ୍ତି ।

Also Read- Thunderstorm: କାଳବୈଶାଖୀ ସମୟରେ ବଜ୍ରପାତ, ୧ ମୃତ ୨ ଗୁରୁତର

Also Read- Heat Wave: ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବାରିପଦା, ୪ ସହରରେ ୪୪ ଡିଗ୍ରୀ ପାର୍