Lok Sabha Election 2024: ଲୋକସଭା ନିର୍ବାଚନରେ ରେକର୍ଡ ଭାଙ୍ଗିବ ରୋନ ବାହାଦୂର ଥାପାଙ୍କ ପରିବାର; ଜାଣନ୍ତୁ କିପରି
Advertisement

Lok Sabha Election 2024: ଲୋକସଭା ନିର୍ବାଚନରେ ରେକର୍ଡ ଭାଙ୍ଗିବ ରୋନ ବାହାଦୂର ଥାପାଙ୍କ ପରିବାର; ଜାଣନ୍ତୁ କିପରି

Nepali Paam Village Assam:  ୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ଆସାମର ସୋନିତପୁର ଜିଲ୍ଲାରେ ଅବସ୍ଥିତ ନେପାଳୀ ପାମ ଗ୍ରାମ।

Lok Sabha Election 2024: ଲୋକସଭା ନିର୍ବାଚନରେ ରେକର୍ଡ ଭାଙ୍ଗିବ ରୋନ ବାହାଦୂର ଥାପାଙ୍କ ପରିବାର; ଜାଣନ୍ତୁ କିପରି

Ron Bahadur Thapa Family: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ବର୍ଷ ଅପ୍ରେଲ ୧୯ ତାରିଖ ଶୁକ୍ରବାର ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୨ ଆସନରେ ହେବ ମତଦାନ। ଶୁକ୍ରବାର ହେବାକୁ ଯାଉଥିବା ଭୋଟ ଗ୍ରହଣରେ ଆସାମର ଏକ ପରିବାର ମଧ୍ୟ ମତଦାନ କରିବ। ହେଲେ ଏହି ପରିବାର କୌଣସି  ସାଧାରଣ ପରିବାର ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ  ଏହି ପରିବାରରେ ମୋଟ ୧୨୦୦ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୫୦ ଜଣ ହେଉଛନ୍ତି ଭୋଟର। ଏହି ପରିବାର ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମରେ ବାସ କରିଥାଏ। ଏଠାକାର ବାସିନ୍ଦା ରୋନ୍ ବାହାଦୂର ଥାପାଙ୍କ ପରିବାର ହେଉଛି ସବୁଠାରୁ ବଡ଼ ପରିବାର। ରୋନ୍ ବାହାଦୂର ଥାପା ଆଉ ଏବେ ଜୀବିତ ନାହାଁନ୍ତି। ହେଲେ ତାଙ୍କ ଅନ୍ତେ ତାଙ୍କ ପରିବାର ହେଉଛି ବହୁତ ବଡ।

ରୋନ୍ ବାହାଦୂର ଥାପାଙ୍କ ଅଛନ୍ତି ୫ ପତ୍ନୀ, ୧୨ ପୁଅ, ୯ ଝିଅ
ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମରେ ବସବାସ କରିଥାନ୍ତି ରୋନ୍ ବାହାଦୂର ଥାପାଙ୍କ ପରିବାର। ଯିଏ ୧୯୬୪ ମସିହାରେ ନେପାଳରୁ ଆସାମର ସୋନିତପୁର ଜିଲ୍ଲାର ନେପାଳୀ ପାମ ଗ୍ରାମକୁ ଚାଲି ଆସିଥିଲେ। ସେ ପାଞ୍ଚ ଥର ବିବାହ କରିଥିଲେ। ତାଙ୍କର ୫ ପତ୍ନୀଙ୍କ ଠାରୁ ତାଙ୍କର  ୧୨ ପୁଅ ଏବଂ ୯ ଝିଅ ହୋଇଥିଲେ। ଏହା ପରେ ତାଙ୍କ ପରିବାର ବଡ଼ ହେବାରେ ଲାଗିଲା। ତାଙ୍କ ପୁଅ ଏବଂ ଝିଅଙ୍କ ମୋଟ ୧୫୦ ଜଣରୁ ଅଧିକ ସନ୍ତାନ ଥିଲେ। ଯଦି ଏହି ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ କୁହାଯାଏ, ତାହେଲେ ଏହି ପରିବାରରେ ୧୨ ଶହରୁ ଅଧିକ ଲୋକ ଅଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୩୫୦ ଭୋଟର
ଜିଲ୍ଲାର ନେପାଳୀ ପାମ ଗ୍ରାମର ମୁଖ୍ୟ ତଥା ସ୍ୱର୍ଗତ ରୋନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା ତାଙ୍କ ପରିବାର ବିଷୟରେ କହିଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି। ଯେଉଁମାନେ ଭୋଟ୍ ଦେବାକୁ ଯୋଗ୍ୟ। ଏହା ସହିତ ସେ କହିଛନ୍ତି ଯେ ତାଙ୍କର ୧୨ ଭାଇ ଏବଂ ୯ ଭଉଣୀ ଅଛନ୍ତି। ତାଙ୍କ ଭାଇଙ୍କ ମୋଟ ୫୬ ସନ୍ତାନ ଅଛନ୍ତି। ହେଲେ ଏଥର ତାଙ୍କ ଉଭଣୀଙ୍କ କେତେ ପିଲା ଏଥର ଭୋଟ୍ ଦେବେ ତାହା ସେ ଜାଣି ନାହାଁନ୍ତି।

ପୁଅ ମଧ୍ୟ କରିଛନ୍ତି ୩ ଥର ବିବାହ 
ଗତ ୧୯୯୭ ମସିହାରେ ରୋନ୍ ବାହାଦୂର ଥାପାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପରେ ସେ ଏକ ବଡ ପରିବାର ଛାଡି ଚାଲି ଯାଇଥିଲେ। ସ୍ୱର୍ଗତ ରୋନ୍ ବାହାଦୂର ଥାପାଙ୍କ ପୁଅ ତିଲ ବାହାଦୂର ଥାପା ୧୯୮୯ ମସିହାରୁ ଗାଁ ମୁଖିଆ ଅଛନ୍ତି। ତାଙ୍କର ୮ ପୁଅଙ୍କ ବ୍ୟତୀତ ୩ ଝିଅ ଅଛନ୍ତି।  ସେହିପରି ତାଙ୍କ ଭାଇ ସରକି ବାହାଦୂର ଥାପା (୬୪ ବର୍ଷ) ସେ ୩ ଥର ବିବାହ କରିଛନ୍ତି। ତାଙ୍କର ୧୨ ସନ୍ତାନ ଅଛନ୍ତି।

ପରିବାରକୁ ମିଳୁନାହିଁ ସରକାରୀ ଯୋଜନାର ଲାଭ
ତିଲ ବାହାଦୂର ଥାପା କହିଛନ୍ତି ଯେ ତାଙ୍କ ପରିବାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭ ପାଉନାହିଁ। ଯାହାକୁ ନେଇ ଦୁଖିତ ଅଛନ୍ତି। ତାଙ୍କ ଘରର ପିଲା ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କାହାକୁ କୌଣସି ସରକାରୀ ଚାକିରି ମିଳିନାହିଁ। ରାଜ୍ୟରେ ରୋଜଗାରର ସୁବିଧା ନ ମିଳିବା କାରଣରୁ ପରିବାରର କିଛି ସଦସ୍ୟ ବେଙ୍ଗାଲୁରୁ ଯାଇ ସେଠାରେ ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି।