Old Pension Scheme: ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍
Advertisement

Old Pension Scheme: ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍

Old Pension Scheme: କଂଗ୍ରେସ ହିମାଚଳ ପ୍ରଦେଶରେ ମଧ୍ୟ ପୁରୁଣା ପେନସନ ଲାଗୁ କରିବାର ପ୍ରତିଶୃତି ଦେଇଥିଲା । ଫଳରେ କଂଗ୍ରେସ ବିଧାନ ସଭା ନିର୍ବାଚନ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିବାର ସଫଳ ହୋଇଛି ।  ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । 

Old Pension Scheme: ଏହି ରାଜ୍ୟରେ ବି ଲାଗୁ ହେବ ପୁରୁଣା ପେନସନ ଯୋଜନା! ବିଜେପିର ବଢ଼ିଲା ଟେନସନ୍

Old Pension Scheme: ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିଛନ୍ତି । ଏହା ଅନ୍ତର୍ଗତ ସମସ୍ତ ରାଜନୈତିକ ଦଳର ନେତାମାନେ ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି । ଏହି ସମୟରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPI-M) ର ବରିଷ୍ଠ ନେତା ପ୍ରକାଶ କରାତ (Prakash Karat) କହିଛନ୍ତି ଯେ, ତ୍ରିପୁରାରେ ବାମ-କଂଗ୍ରେସ ମିଳିତ ସରକାର ଯଦି କ୍ଷମତାକୁ ଆସିବ । ତେବେ ସର୍ବପ୍ରଥମେ ପୁରୁଣା ପେନସନ ସ୍କିମ (Old Pension Scheme) କୁ ପୁଣି ଲାଗୁ କରିବ । ରବିବାର ଦିନ ପଶ୍ଚିମ ତ୍ରିପୁରା ଜିଲ୍ଲାର ଖାୟରପୁର ଠାରେ ଏକ ରାଲିକୁ ସମ୍ବୋଧିତ କରି କରାତ କହିଛନ୍ତି ଯେ, ଯେତେବେଳେ ତ୍ରିପୁରାରେ ବାମପନ୍ଥୀ ସରକାର କ୍ଷମତାରେ ଥିଲେ ସେତେବେଳେ ରାଜ୍ୟରେ ନୂତନ ପେନସନ ଯୋଜନା କାର୍ଯ୍ୟକାରୀ କରାଯାଇ ନଥିଲା । ୨୦୧୮ରେ ଭାରତୀୟ ଜନତା ପାର୍ଟି (BJP) କ୍ଷମତାକୁ ଆସିବା ପରେ ରାଜ୍ୟରେ ନୂତନ ପେନସନ ଯୋଜନା (New Pension Scheme) କାର୍ଯ୍ୟକାରୀ କରିଥିଲା ​।

ପ୍ରକାଶ କରାତ (Prakash Karat) ଆଗକୁ କହିଛନ୍ତି ଯେ, କ୍ଷମତାକୁ ଆସିବା ପରେ ବାମ-କଂଗ୍ରେସ ମିଳିତ ସରକାର ପୁରୁଣା ପେନସନ୍ ଯୋଜନା (OPS) କୁ ପୁନଃ ଲାଗୁ କରିବା ପାଇଁ ପ୍ରଥମେ ନିଷ୍ପତ୍ତି ନେବେ । ହିମାଚଳ ପ୍ରଦେଶରେ କଂଗ୍ରେସ (Congress) ର ବିଜୟ ହୋଇଛି ଓ ସେ କରିଥିବା ପ୍ରତିଶୃତି ଅନୁସାରେ ରାଜ୍ୟରେ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ପୁନଃ ଲାଗି କରାଯାଇଛି । ଯଦି ତ୍ରିପୁରାରେ ପରବର୍ତ୍ତୀ ବାମ-କଂଗ୍ରେସ ମିଳିତ ସରକାର ଗଠନ ହୁଏ, ତେବେ ଏଠାରେ ମଧ୍ୟ ସମାନ କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । 

ବାମ ଓ କଂଗ୍ରେସ ତରଫରୁ ତ୍ରିପୁରାର ୧.୮୮ ଲକ୍ଷ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାର ପ୍ରତିଶୃତି ଦିଆଯାଇଛି । କଂଗ୍ରେସ (Congress) ହିମାଚଳ ପ୍ରଦେଶରେ ମଧ୍ୟ ପୁରୁଣା ପେନସନ ଲାଗୁ କରିବାର ପ୍ରତିଶୃତି ଦେଇଥିଲା । ଫଳରେ କଂଗ୍ରେସ ବିଧାନ ସଭା ନିର୍ବାଚନ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିବାର ସଫଳ ହୋଇଛି । ବର୍ତ୍ତମାନ ତ୍ରିପୁରାରେ ମଧ୍ୟ ସମାନ ପ୍ରତିଶୃତି କଂଗ୍ରେସ ଓ ବାମ ଦଳ ତରଫରୁ କରାଯାଉଛି । ଯାହା ଦ୍ୱାରା ବଡ଼ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କ ଏକ ବର୍ଗ ଏହା ପ୍ରତି ଆକୃଷ୍ଟ ହୋଇପାରନ୍ତି । ଛୋଟ ରାଜ୍ୟ ତ୍ରିପୁରାରେ ମଧ୍ୟ ହିମାଚଳ ପ୍ରଦେଶ ପରି ସରକାରୀ କର୍ମଚାରୀଙ୍କ ବଡ଼ ବର୍ଗ ରହିଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଓ ବାମ ଦଳର ପୁରୁଣା ପେନସନ ସ୍କିମ୍ (OPS) ଲାଗୁ କରିବାର ଘୋଷଣା ଭାରତୀୟ ଜନତା ପାର୍ଟି (BJP) ର ଚିନ୍ତା ବଢ଼ାଇପାରେ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ମହାଶିବରାତ୍ରୀରୁ ଖୋଲିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ! ବର୍ଷିବ ଧନ, ବଢ଼ିବ ଆୟ

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପାଇଁ କଲେ ନାହିଁ ବିବାହ! ଲଗାତର କରୁଛନ୍ତି ରନ ବର୍ଷା, କିନ୍ତୁ ରୋହିତଙ୍କୁ ନାହିଁ ଭରସା, ବର୍ତ୍ତମାନ...

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।