Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ
Advertisement
Article Detail0/zeeodisha/odisha1748719

Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ

Boudh Road Accident: ଦୁର୍ଘଟଣା ଘଟାଇଛି ପିସିଆର ଭ୍ୟାନ୍ (PCR Van)! ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଛି ପିସିଆର (Boudh Road Accident) । ଏଥିରେ ୫ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Boudh Road Accident: ଦୁର୍ଘଟଣା ଘଟାଇଛି ପିସିଆର ଭ୍ୟାନ୍ (PCR Van)! ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଛି ପିସିଆର (Boudh Road Accident) । ଏଥିରେ ୫ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣେ ମହିଳା ଏଏସଆଇଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ତାଙ୍କର ମୃତ୍ୟୁ କୌଣସି ସମୟରେ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

ଏହାବି ପଢନ୍ତୁ : Bhoomika Dash: ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମିକା !

 

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ରାସ୍ତା କଡରେ ଠିଆ ହୋଇଥିଲା। ଏହି ସମୟରେ ଦୃତଗତିରେ ଆସୁଥିବା ପୋଲିସ୍ ଭ୍ୟାନଟି ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ତେବେ, ଏହି ଭୟଙ୍କର ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇ ନଥିବା ଜଣାପଡିଛି। ଏଥିରେ ଜଣେ ମହିଳା ପୋଲିସ ଏଏସଆଇ ଗୁରୁତର ହୋଇଥିବା ବେଳେ ଚାରିଜଣ ଆହତ ହୋଇଛନ୍ତି । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଜଣକ ହେଲେ ମନମୁଣ୍ଡା ଥାନା ଏଏସଆଇ ମାମିଲତା ସାମଲ । ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ଚାରିଜଣଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପିସିଆର ଗାଡିଟି ପାଟ୍ରୋଲିଂ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଏହାବି ପଢନ୍ତୁ : Weather Update: କେବେ ଓଡି଼ଶା ଛୁଇଁବ ମୌସୁମୀ ବାୟୁ? ପାଣିପାଗ ବିଭାଗ ଦେଲା ଏପରି ଅପଡେଟ୍

ଏହାବି ପଢନ୍ତୁ : Morning Tips: ସକାଳୁ ଶେଯ ଛାଡିବା ପରେ ବାସ୍ କରନ୍ତୁ ଏହି ୫ଟି କାମ, ବଦଳିଯିବ ଆପଣଙ୍କ ଭାଗ୍ୟ!

ଏହାବି ପଢନ୍ତୁ : Horoscope Today 22 June 2023: ଆଜି ଏସବୁ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ସେପଟେ, କଟକରେ ଆଜି ଆଉ ଏକ ଦୁର୍ଘଟଣା ଘଟିଛି । କଟକ ମହାନଗର ନିଗମର ମଇଳା ଟାଙ୍କି ସଫା କରୁଥିବା ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 
ସୂଚନା ଅନୁସାରେ, ଆଜି ସକାଳୁ  କଟକ ମହାନଗର ନିଗମର ମଇଳା ଟାଙ୍କି ସଫା କରୁଥିବା ଗାଡ଼ି ଅଳିଆ ଆଣିବା ପାଇଁ ଯାଉଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ କ୍ୟାଣ୍ଟନମେଣ୍ଟ ଥାନା ହରିଣପାର୍କ ବସ୍ତି ଭିତରକୁ ପଶି ଯାଇଥିଲା। ଫଳରେ ବସ୍ତିର ଦୁଇଟି ଘର ଭାଙ୍ଗି ଚୁନମାର ହୋଇଯାଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।