Odisha Train Accident: ରେଳମନ୍ତ୍ରୀଙ୍କ ସୂଚନା, ଏହି ଦିନଠାରୁ ସ୍ବାଭାବିକ ହେବ ଟ୍ରେନ୍ ଚଳାଚଳ
Advertisement
Article Detail0/zeeodisha/odisha1723996

Odisha Train Accident: ରେଳମନ୍ତ୍ରୀଙ୍କ ସୂଚନା, ଏହି ଦିନଠାରୁ ସ୍ବାଭାବିକ ହେବ ଟ୍ରେନ୍ ଚଳାଚଳ

Coromandel Train Accident: ରେଳ ଦୁର୍ଘଟଣା ପରେ ଏସଇଆର(SER) ପକ୍ଷରୁ ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ଆଦି ଏକାଧିକ ଟ୍ରେନକୁ ବାତିଲ କରାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Odisha Train Accident: ବାହାନଗାର ଛାତିଥରା ରେଳ ଦୁର୍ଘଟଣାରେ (Coromandel Train Accident) ସ୍ବବ୍ଧ ସାରା ଦେଶ । ଏହି ଭୟଙ୍କର ଦୁର୍ଘଟଣାରେ ଉଜୁଡ଼ିଯାଇଛି ଅନେକ ସଂସାର । ବାପା, ମାଆ, ସ୍ବାମୀ, ସ୍ତ୍ରୀ ଓ ପରିବାରର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ମୃତ୍ୟୁର କୋଳରୁ ନିଜ ଲୋକଙ୍କ ଫେରିବା ବାଟରୁ ଚାହଁ ବସିଛନ୍ତି ପରିଜନ । ଏହି ଛାତିଥରା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା  ୨୮୮ ପାର କରିଥିବା ବେଳେ ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଥି ମଧ୍ଯରୁ ୭୪୭ ସାମନ୍ୟ ଆହତ ହୋଇଥିବାବେଳେ ୫୬ ଜଣକଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା (Bahanaga train accident) ପରେ ଶହ ଶହ ମୃତଦେହକୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ୧୭୦ଟି ମୃତଦେହକୁ ଭୁବନେଶ୍ବର ଅଣାଯାଇଛି । ସମ୍ପର୍କୀୟମାନେ ନିଜ ପରିଜନଙ୍କୁ ସହଜରେ ଖୋଜି ପାଇବା ନେଇ ବିଏମସି (BMC) ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । (BMC helpline number) । ବିଏମସି ପକ୍ଷରୁ ଜାରି  ‘୧୯୨୯’ ନମ୍ବରକୁ ଫୋନ୍ କରି ସଂପର୍କୀୟମାନେ ସେମାନଙ୍କ ପରିଜନଙ୍କୁ ଚିହ୍ନଟ କରିପାରିବେ ।

ସୂଚନା ଯୋଗ୍ୟ, ଆଜି ସକାଳୁ ପୁଣି ଦୁର୍ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) । ବାହାନଗା ଷ୍ଟେସନରେ ପହଁଞ୍ଚି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ରେଳମନ୍ତ୍ରୀ । ଏହାସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହ ମଧ୍ଯ ଆଲୋଚନା କରିଛନ୍ତି । ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା କର୍ମଚାରୀ ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଜି ସଂଧ୍ୟ୍ୟା ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହାପରେ ଆସନ୍ତା ବୁଧବାର ଦିନ ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେପଟେ ଇଂଣ୍ଟରଲିକିଂ ସିଷ୍ଟମରେ ସମସ୍ୟା ପାଇଁ ଦୁର୍ଘଟଣା ହୋଇଥିବା ବେଳେ ଏଥିପାଇଁ ଦାୟୀ ବ୍ୟକ୍ତି ଚିହ୍ନଟ କରାଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । 

ଏହା ବି ପଢନ୍ତୁ-Odisha Train Accident: ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ବୟାନ! ଏହି କାରଣ ଯୋଗୁଁ ହୋଇଥିଲା ଦୁର୍ଘଟଣା

ସୂଚନା ଥାଉ କି, ଏହି ଦୁର୍ଘଟଣା ପରେ ଏସଇଆର(SER) ପକ୍ଷରୁ ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ଆଦି ଏକାଧିକ ଟ୍ରେନକୁ ବାତିଲ କରାଯାଇଥିଲା । ସେପଟେ ଟ୍ରେନ ବାତିଲ ଯୋଗୁଁ ବାଲେଶ୍ବର, ଭଦ୍ରକ, ଚେନ୍ନାଇ ଅଭିମୁଖେ ଯିବାକୁ ଥିବା ହଜାର ହଜାର ଯାତ୍ରୀ ରେଳ ଷ୍ଟେସନରେ ଫସି ରହିଥିଲେ । ପରିବାର ଓ ପିଲା ଛୁଆଙ୍କୁ ଧରି ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଶୁକ୍ରବାର ଦୁର୍ଘଟଣା ପରେ ଭୁବନେଶ୍ବର ଷ୍ଟେସନରେ ଫସିଥିବା ଯାତ୍ରୀଙ୍କୁ ରେଳ ବିଭାଗ ଓ ସାମାଜିକ ସଂଗଠନମାନଙ୍କ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ରାତିରେ ପର୍ଯ୍ୟାୟକ୍ରମେ ୧୬ଟି ବସରେ ବାଲେଶ୍ବର ଓ ଭଦ୍ରକ ଯାତ୍ରୀ ମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଆଜି ମଧ୍ଯାହ୍ନରେ ହାଇଦ୍ରାବାଦ ଓ ଚେନ୍ନାଇରୁ ଆସୁଥିବା ଲୋକଙ୍କୁ ଆଉ ୪ଟି ବସ ଯୋଗେ ଉକ୍ତ ରୁଟରେ ଛଡ଼ାଯାଇଥିଲା ।

ଏହା ବି ପଢନ୍ତୁ-Odisha Train Accident: ଓଡି଼ଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂସଦ ବରୁଣ ଗାନ୍ଧୀ କଲେ ଏପରି ଟ୍ବିଟ୍, ଛୁଟିଲା ପ୍ରଶଂସାର ଛୁଅ