Odisha Train Accident: ମାଗଣା ଔଷଧ, ଆହତ ପିଲାଙ୍କୁ ଖାଦ୍ୟ...ଟ୍ରେନ୍ ଦୁର୍ଘଟଣାର ଗାଁ ଯାହା କରିଥିଲା, ତାହା ମାନବିକତା ଉପରେ ବିଶ୍ୱାସ ବଢ଼ାଇଦେବ!
Advertisement

Odisha Train Accident: ମାଗଣା ଔଷଧ, ଆହତ ପିଲାଙ୍କୁ ଖାଦ୍ୟ...ଟ୍ରେନ୍ ଦୁର୍ଘଟଣାର ଗାଁ ଯାହା କରିଥିଲା, ତାହା ମାନବିକତା ଉପରେ ବିଶ୍ୱାସ ବଢ଼ାଇଦେବ!

Odisha Train Tragedy: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ କେହି ମାଗଣାରେ ଔଷଧ ବଣ୍ଟନ କରିଥିବା ବେଳେ କେହି ଖାଦ୍ୟ ପାଣି ଯୋଗାଇ ଦେଇଥିଲେ। କେହି କେହି ପିଲାଙ୍କୁ ଖାଇବାକୁ ଦେଇଥିଲେ। ଆଉ କେହି ବସ୍ତା ସିଲେଇ ଷ୍ଟ୍ରେଚର ତିଆରି କରିଥିଲେ।

 

Odisha Train Accident: ମାଗଣା ଔଷଧ, ଆହତ ପିଲାଙ୍କୁ ଖାଦ୍ୟ...ଟ୍ରେନ୍ ଦୁର୍ଘଟଣାର ଗାଁ ଯାହା କରିଥିଲା, ତାହା ମାନବିକତା ଉପରେ ବିଶ୍ୱାସ ବଢ଼ାଇଦେବ!

Odisha Rail Tragedy: ଗତ ୨ ତାରିଖରେ ଦୁର୍ଘଚଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଏହି ଘଟଣା ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ଘଟିଥିଲା। ଯେଉଁଥିୁରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି। ଓଡିଶାରେ ହୋଇଥିବା ଏହି ରେଳ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଯାହାକୁ ଭାରତର ସବୁଠାରୁ ଭୟାନକ ଟ୍ରେନ ଦୁର୍ଘଟଣା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ଘଟଣାର ଦୃଶ୍ୟ ଅତ୍ୟନ୍ତ ଭୟଭୀତ ରହିଥିଲା। ସେଠାରେ କାନ୍ଦ ବୋବାଳି ଚାଲିଥିଲା। କୌଣସି ସ୍ଥାନରେ ଲୋକଙ୍କ ଶବ ପଡ଼ିଥିଲା ଆଉ କୌଣସି ସ୍ଥାନରେ ଧ୍ୱସାଂବେଶେଷ ପଡ଼ି ରହିଥିଲା। 

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଅନେକ ଆହତଙ୍କୁ ସହାୟତାର ଆବଶ୍ୟକତା ରହିଥିଲା। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ଏହି ସଙ୍କଟ ସମୟରେ ଆଗକୁ ଆସିଥିଲେ। ସେମାନେ ଘଟଣାସ୍ଥଳରେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ। ଏହା ସହିତ ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ ମଧ୍ୟ ପ୍ରଦାନ କରିଥିଲେ। କେତେକ ଆହତଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଇବା ସହ ଅନ୍ୟ କେତେକଙ୍କୁ ସେମାନେ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଇଥିଲେ।

ଏହି ଦୁର୍ଘଟଣା ସମୟରେ ଫାର୍ମାସି ଚଳାଉଥିବା ଜଣେ ଯୁବକ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାସ୍ଥଳ ନିକଟସ୍ଥ ସ୍ଥାନୀୟ ଗ୍ରାମର ୨୫ ବର୍ଷୀୟ ସୌଭାଗ୍ୟ ଷଡଙ୍ଗୀ ଏକ ଔଷଧ ଦୋକାନ ଚଳାଇଥାନ୍ତି। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ସଡଙ୍ଗୀ ଆହତଙ୍କୁ ଯନ୍ତ୍ରଣା ହ୍ରାସକାରୀ ଔଷଧ ପ୍ରଦାନ କରିଥିଲେ। ଏହା ସହିତ ସେ ପ୍ରାୟ ଏକ ହଜାର ଆହତଙ୍କୁ ଆଠ ହଜାର ଟଙ୍କା ମୂଲ୍ୟର ମାଗଣା ଟିଟାନାସ୍ ଇଞ୍ଜେକ୍ସନ ବଣ୍ଟନ କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତା କରିବା ବେଳେ ଷଡ଼ଙ୍ଗୀ କହିଛନ୍ତି ଯେ ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ସେ ଏକ ଉଚ୍ଚ ସ୍ୱରର ଶବ୍ଦ ଶୁଣିବା ପରେ ବାହାରକୁ ଦୌଡ଼ି ଆସିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ ଆହତଙ୍କୁ ସାହାଯ୍ୟ କରୁଥିଲେ। ଯାତ୍ରୀଙ୍କୁ ସେମାନଙ୍କ ଦୋକାନ ନିକଟକୁ ଅଣାଯାଇଥିଲା। ଏଭଳି ପରିସ୍ଥିତିରେ ସୌଭାଗ୍ୟ ଷଡ଼ଙ୍ଗୀ ଆହତଙ୍କୁ ଟିଟାନସ୍ ଇଞ୍ଜେକ୍ସନ ଦେବା ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବା ଔଷଧ ଦେଇଥିଲେ। ଏହା ସହିତ ଅନ୍ୟାନ୍ୟ ଔଷଧ ଏବଂ ବ୍ୟାଣ୍ଡେଜ୍ ମଧ୍ୟ ପ୍ରଦାନ କରିଥିଲେ।

ଏହା ସହିତ ସୌଭାଗ୍ୟ ଷଡଙ୍ଗୀଙ୍କ ପଡ଼ୋଶୀ ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାରେ ପଛରେ ନଥିଲେ। ରିପୋର୍ଟ ଅନୁଯାୟୀ ୬୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନୀଳାମ୍ବର ବେହେରା ଏବଂ ତାଙ୍କ ପରିବାର ମିଳିତ ଭାବେ ପ୍ରାୟ ୫୦ ପିଲାଙ୍କୁ ଖାଇବାକୁ ଦେଇଥିଲେ। ସେମାନେ ଆହତଙ୍କୁ ସେମାନଙ୍କ ଘରେ ରହିବାକୁ ସ୍ଥାନ ଦେଇଥିଲେ। ଏହି ଘଟଣା ପରେ ନୀଳାମ୍ବର ବେହେରାଙ୍କ ପତ୍ନୀ ରୀନାମଣି ବେହେରା ଇଣ୍ଡିଆନ ଏକ୍ସପ୍ରେସ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ସେହି ସମସ୍ତ ପିଲାଙ୍କ ବୟସ ପ୍ରାୟ ୧୪-୧୫ ବର୍ଷର ହେବ। ସେମାନେ ପାଟନା ବାସିନ୍ଦା ଥିଲେ। ଆମେ ସେମାନଙ୍କୁ ଆମ ଛାତରେ ଏକ ସ୍ଥାନ ଦେଇ ସେମାନଙ୍କୁ ଖାଇବାକୁ ଦେଇଥିଲୁ। ପରଦିନ ସକାଳ ପର୍ଯ୍ୟନ୍ତ ସେମାନେ ଆମ ସହିତ ରହିଥିଲେ। ଯାହା ପରେ ଆମେ ସେମାନଙ୍କୁ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଦେଇଥିଲୁ।

ଏହା ବ୍ୟତୀତ ୧୨ ବର୍ଷୀୟ ରିଦ୍ଧିମାନ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ମାଆ ଆହତଙ୍କୁ ପ୍ରଥମେ ସହାୟତା କରିଥିଲେ। ଏକ ଖାଦ୍ୟ ଦୋକାନ ଚଳାଉଥିବା ରିଦ୍ଧିମାନଙ୍କ ପଡ଼ୋଶୀ ମହେଶ କୁମାର ମଧ୍ୟ ଆହତ ଲୋକଙ୍କୁ ଖାଦ୍ୟ ଏବଂ ପାଣି ଯୋଗାଇ ଦେଇଥିଲେ। ଏହା ସହିତ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ପ୍ରତାପ ସିଂହ ଆହତଙ୍କୁ ବହନ କରିବା ପାଇଁ ଷ୍ଟ୍ରେଚର ତିଆରି କରିବା କାର୍ଯ୍ୟ କରିଥିଲେ। ଏଥିପାଇଁ ସେ ନିଜ ହାତରେ ଅନେକ ଖାଲି ସିମେଣ୍ଟ ଅଖା ସିଲେଇ କରିଥିଲେ। ସେ ଗ୍ୟାସ କଟର ସାହାଯ୍ୟରେ କୋଚ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ବାହାର କରିଥିଲେ। ଏହା ବ୍ୟତୀତ ଅନେକ ସ୍ଥାନୀୟ ଲୋକ ଡାକ୍ତରଖାନା ଯାଇ ରକ୍ତ ଦାନ କରିଥିଲେ। ଯେଉଁମାନେ ରକ୍ତ ଦାନ କରିଥିଲେ ସେମାନେ ଡାକ୍ତରଖାନାରେ ଲମ୍ବା ଧାଡିରେ ରହିଥିଲେ।