Odia jawan martyred in Jammu: ଜମ୍ମୁ କାଶ୍ମୀରରେ ଓଡ଼ିଆ ଯବାନ ସହିଦ, ଦିନକ ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ
Advertisement
Article Detail0/zeeodisha/odisha1661630

Odia jawan martyred in Jammu: ଜମ୍ମୁ କାଶ୍ମୀରରେ ଓଡ଼ିଆ ଯବାନ ସହିଦ, ଦିନକ ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

Odia jawan martyred in Jammu: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ହେଲା ଦେବାଶିଷ ବିଶ୍ବାଳ ସହିଦ । ଗାଁରେ ଶୋକାକୂଳ ପରିବେଶ ।

ସୌ(ସୋସିଆଲ ମିଡିଆ)

Odia jawan martyred in Jammu: ଜମ୍ମୁ କାଶ୍ମୀରରେ (Terror attack in Jammu Kashmir poonch) ପୁଞ୍ଚ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଗୁରୁବାର ଦିନ ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼କୁ ଗ୍ରେନେଡ଼ ମାଡ଼ କରିଥିଲେ। ଏଥିରେ ଜମ୍ମୁ କାଶ୍ମୀରର ପୁଞ୍ଚରେ (Terror attack in poonch) ନିରୋଧୀ ଅପରେସନରେ ସାମିଲ ଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ୫ ଜଣ ଯବାନଙ୍କ ମଧ୍ଯରେ ଜଣେ ଓଡ଼ିଆ ଯବାନ ରହିଛନ୍ତି । ତାଙ୍କ ନାମ ହେଲା ଦେବାଶିଷ ବିଶ୍ବାଳ (Debasish Biswal odia jawan) । ସେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମା ପଞ୍ଚାୟତ ଖଣ୍ତାୟତ ସାହିର ବାସିନ୍ଦା ଅଟନ୍ତି । ଦେବାଶିଷ ଜଣେ ରାଇଫଲ୍ସ ଯବାନ ଥିଲେ । ୨୦୨୧ ମସିହାରେ ସେ ସୁଶ୍ରୀ ସଙ୍ଗୀତା ବିଶ୍ବାଳଙ୍କୁ ବିବାହ କରିଥିଲେ । ଏବେ ସୁଶ୍ରୀ ଓ ଦେବାଶିଷଙ୍କର ଏକ ୭ ମାସର କନ୍ୟା ସନ୍ତାନ ରହିଛି । ତେବେ ଦୁଖଃର କଥା ଦିନକ ପରେ ବିବାହ ବାର୍ଷିକୀ (Marriage Anniversary) ପାଳନ କରିଥାନ୍ତେ ଦେବାଶିଷ ଓ ସୁଶ୍ରୀ ହେଲେ ଏହା ପୂର୍ବରୁ ସହିଦ ହୋଇଯାଇଛନ୍ତି ଦେବାଶିଷ ।

ଯବାନ ମୃତ୍ୟୁ ଖବର ଗାଁରେ ପହଁଞ୍ଚିବା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ । ଦେବାଶିଷ (Debasish Biswal odia jawan) ତାଙ୍କ ଘର ବଡ଼ ପୁଅ ଥିଲେ । ଗତ ଦୁଇ ଦିନ ତଳେ ପରିବାର ଲୋକଙ୍କ ସହ ସେ ଫୋନ ଯୋଗେ କଥା ହୋଇଥିଲେ । ସେହି ସମୟରେ ଶ୍ରୀଘ୍ର ଘରକୁ ଫେରିବା ସହ ଅକ୍ଷୟ ତୃତୀୟା ଦିନ ବିବାହ ବାର୍ଷିକୀ ପାଳନ କରିବା ନେଇ ପତ୍ନୀଙ୍କୁ କଥା ଦେଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଭାରତ ମାଆ ପାଇଁ ସବୁଦିନ ଲାଗି ସହିଦ ହୋଇଯାଇନ୍ତି ଏହି ଓଡ଼ିଆ ଯବାନ । ପ୍ରକାଶ ଥାଉ କି, ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଭୀମବେର୍ ଗଲି ଓ ପୁଞ୍ଚ ମଧ୍ଯରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଭିଜିବିଲିଟି କମ୍ ରହିଥିଲା ଯାହାର ଫାଇଦା ନେଇଥିଲେ ଆତଙ୍କବାଦୀ । ଏହି ସମୟରେ ଆତଙ୍କବାଦୀ ମାନେ ଗାଡ଼ି ଉପରକୁ ଗ୍ରେନେଡ଼ ମାଡ଼ କରିଥିବା ନେଇ ସେନାଧିକାରୀ ସୂଚନା ଦେଇଛନ୍ତି । ସହିଦ ୫ ଜଣ ଯବାନ କାଉଣ୍ଟର ଟେରରିଜିମ ଅପରେସନରେ ମୁତୟନ ହୋଇଥିଲେ । ସେମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ ଦେବାଶିଷ ବିଶ୍ବାଳ, କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଓ ସେବକ ସିଂ ।

ସେନାର white night crops ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି । ସେପଟେ ଆତଙ୍କବାଦୀ ଆକ୍ରମଣ ଲାଗି ପି.ଏ.ଏଫ୍.ଏଫ୍ ସଙ୍ଗଠନ ନିଜକୁ ଦାୟୀ କରିଛି । ପାକିସ୍ତାନର ଜୈଶ-ଇ- ମହମ୍ମଦ ଦ୍ବାରା ଏହି ଆତଙ୍କୀ ସଙ୍ଗଠନ ପରିଚାଳିତ ହୁଏ ।  ତେବେ ଏହି ଆକ୍ରମଣରେ ଆଉ କିଛି ଯବାନ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୋମାନେ ଚିକିତ୍ସାଧୀନ ରହିଛନ୍ତି ।

ଏହା ବି ପଢନ୍ତୁ-Odisha News: ବହୁ ବିବାଦ ପରେ ବଦଳିଲେ କୋଇଡ଼ା ବିଡି଼ଓ ପଲ୍ଲବୀରାଣୀ ରାଜ

ଏହା ବି ପଢନ୍ତୁ-Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା