Nepal Plane Crash: ଅଞ୍ଜୁ ଉଡ଼ାଉଥିଲେ ନେପାଳର ପ୍ଲେନ୍, ୧୬ ବର୍ଷ ପୂର୍ବେ ତାଙ୍କ ପାଇଲଟ ପତି ବି ବିମାନ ଦୁର୍ଘଟଣାରେ ହରାଇଥିଲେ ପ୍ରାଣ
Advertisement

Nepal Plane Crash: ଅଞ୍ଜୁ ଉଡ଼ାଉଥିଲେ ନେପାଳର ପ୍ଲେନ୍, ୧୬ ବର୍ଷ ପୂର୍ବେ ତାଙ୍କ ପାଇଲଟ ପତି ବି ବିମାନ ଦୁର୍ଘଟଣାରେ ହରାଇଥିଲେ ପ୍ରାଣ

Nepal Plane Crash: ୟେଟି ଏୟାରଲାଇନ୍ସର ଏହି ବିମାନ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା । ପ୍ଲେନଟି ସହରରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପାଇଲଟ୍ ଯଥାସମ୍ଭବ ଚେଷ୍ଟା କରିଥିଲେ । କମଲ କେସି ଏହି ବିମାନରେ ସିନିୟର ପାଇଲଟ ଥିଲେ । ସହ-ପାଇଲଟ୍ ଭାବେ ଅଞ୍ଜୁ ଖାଟିୱାଡା (Anju Khatiwada) ତାଙ୍କ ସହ ଥିଲେ ।

Nepal Plane Crash: ଅଞ୍ଜୁ ଉଡ଼ାଉଥିଲେ ନେପାଳର ପ୍ଲେନ୍, ୧୬ ବର୍ଷ ପୂର୍ବେ ତାଙ୍କ ପାଇଲଟ ପତି ବି ବିମାନ ଦୁର୍ଘଟଣାରେ ହରାଇଥିଲେ ପ୍ରାଣ

Nepal Plane Crash: ନେପାଳ (Nepal) ର ପୋଖରା (Pokhara) ଠାରେ ଗତକାଲି (ରବିବାର) ଅର୍ଥାତ ଜାନୁଆରୀ ୧୫ରେ ଘଟିଥିବା ବିମାନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଖରା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ କାହାର ବଞ୍ଚିବାର ସମ୍ଭାବନା ନାହିଁ । ୟେଟି ଏୟାରଲାଇନ୍ସ (Yeti Airlines) ର ଏହି ବିମାନ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା । ପ୍ଲେନଟି ସହରରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପାଇଲଟ୍ ଯଥାସମ୍ଭବ ଚେଷ୍ଟା କରିଥିଲେ । କମଲ କେସି (Kamal KC) ଏହି ବିମାନରେ ସିନିୟର ପାଇଲଟ ଥିଲେ । ସହ-ପାଇଲଟ୍ ଭାବେ ଅଞ୍ଜୁ ଖାଟିୱାଡା (Anju Khatiwada) ତାଙ୍କ ସହ ଥିଲେ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ସହ-ପାଇଲଟ୍ (Co-pilot) ଭାବରେ ଏହା ଅଞ୍ଜୁ ଖାଟିୱାଡା (Anju Khatiwada) ଙ୍କର ଶେଷ ବିମାନ ଥିଲା । ଏହା ପରେ ଅଞ୍ଜୁ ଖାଟିୱାଡା (Anju Khatiwada) କ୍ୟାପ୍ଟେନ ହେବାକୁ ଯାଉଥିଲେ । ତାଙ୍କର ବରିଷ୍ଠ ପାଇଲଟ୍ ଓ ପ୍ରଶିକ୍ଷକ କମଲ କେ.ସି ଥିଲେ । ଅନେକ ପାଇଲଟଙ୍କୁ ତାଲିମ ଦେଇଥିବା କ୍ୟାପଟେନ କମଲ କେସିଙ୍କର ୩୫ ବର୍ଷର ଅଭିଜ୍ଞତା ଥିଲା । ଜାନୁଆରୀ ୧୫ରେ ପୋଖରା ଅଭିମୁଖେ ଯାତ୍ରା କରୁଥିବାବେଳେ କ୍ୟାପଟେନ କମଲ କେସି ସହ-ପାଇଲଟ ଅଞ୍ଜୁ ଖାଟିୱାଡା (Anju Khatiwada) ଙ୍କୁ ମୁଖ୍ୟ ପାଇଲଟଙ୍କ ଆସନରେ ବସିଥିଲେ ।

ଏହି ବିମାନର ସଫଳ ଅବତରଣ ପରେ ଅଞ୍ଜୁ ଖାଟିୱାଡା (Anju Khatiwada) ମୁଖ୍ୟ ପାଇଲଟଙ୍କ ଲାଇସେନ୍ସ ପାଇଥାନ୍ତେ । ସହ-ପାଇଲଟ୍ ଅଞ୍ଜୁ ଖାଟିୱାଡା (Anju Khatiwada) ପୂର୍ବରୁ ନେପାଳର ପ୍ରାୟ ସମସ୍ତ ବିମାନବନ୍ଦରରେ ସଫଳ ଅବତରଣ କରିଥିଲେ । କିନ୍ତୁ ଜାନୁଆରୀ ୧୫ରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଠିକ୍ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସହ-ପାଇଲଟ୍ ଅଞ୍ଜୁ ଖାଟିୱାଡା (Anju Khatiwada) ଙ୍କ ସ୍ୱାମୀ ଦୀପକ ପୋଖରେଲ (Deepak Pokharel) ମଧ୍ୟ ୟେଟି ଏୟାରଲାଇନ୍ସର ସହ-ପାଇଲଟ୍ ଥିଲେ । 

ଅଧିକ ପଢ଼ନ୍ତୁ:-ସିରିଜ୍ ଜିତିବା ପରେ ଅଧିନାୟକ ରୋହିତ ଖୁସିରେ ଗଦଗଦ, କୋହଲି ନୁହେଁ ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ଶତକ ପରେ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

ଅଧିକ ପଢ଼ନ୍ତୁ:-ମହିଳା ନାଗା ସାଧୁ କେବେ ଦିଅନ୍ତି ଦର୍ଶନ? ଜାଣନ୍ତୁ ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା

 

ପ୍ରାୟ ୧୬ ବର୍ଷ ପୂର୍ବେ ବିମାନ ଦୁର୍ଘଟଣାରେ ଅଞ୍ଜୁ ଖାଟିୱାଡା (Anju Khatiwada) ଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ଜୁନ୍ ୨୧, ୨୦୦୬ରେ ୟେଟି ଏୟାରଲାଇନ୍ସ 9N AEQ ବିମାନ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ନେପାଳଗଞ୍ଜରୁ ସୁର୍ଖେତ ଦେଇ ଜୁମ୍ଲାକୁ ଯାଉଥିଲା । ଏହି ବିମାନ ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଓ 4 ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।

ଏଠାରେ କହି ରଖୁଛୁ, ୟେଟି ଏୟାରଲାଇନ୍ସର ବିମାନ ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ସକାଳ ୧୦:୩୩ରେ କାଠମାଣ୍ଡୁର ତ୍ରୀଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ି ଥିଲା । ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN) ଅନୁଯାୟୀ, ବିମାନଟି ସକାଳ ପ୍ରାୟ ୧୧ଟାରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଛି ।