କାଳୀ ପୋଷ୍ଟର ବିବାଦ ଉପରେ ମୁହଁ ଖୋଲିଲେ ମମତା; ମହୁଆଙ୍କୁ ଦେଲେ ଏହି ପରାମର୍ଶ
Advertisement
Article Detail0/zeeodisha/odisha1248083

କାଳୀ ପୋଷ୍ଟର ବିବାଦ ଉପରେ ମୁହଁ ଖୋଲିଲେ ମମତା; ମହୁଆଙ୍କୁ ଦେଲେ ଏହି ପରାମର୍ଶ

Kaali Poster Row: ଫିଲ୍ମ କାଳୀଙ୍କ ପୋଷ୍ଟରକୁ ନେଇ ବିବାଦ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ସାଂସଦ ମହୁଆ ମୋଇତ୍ରାଙ୍କୁ ପରାମର୍ଶ ଦେଇଛନ୍ତି ଯେ ନକାରାତ୍ମକ ପ୍ରସଙ୍ଗରେ ବିବାଦ ଠିକ୍ ନୁହେଁ ।

ସୌ: ସୋସିଆଲ ମିଡିଆ

Mamata Banerjee on Kaali Poster Row: ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ପୋଷ୍ଟରକୁ (Kaali Poster) ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ବୟାନ ସାମ୍ନାକୁ ଆସିଛି । ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ଯେ କିଛି ଲୋକ କୌଣସି ନକାରାତ୍ମକ ପ୍ରସଙ୍ଗରେ କାହିଁକି ବିବାଦ ସୃଷ୍ଟି କରନ୍ତି? ମମତା ବାନାର୍ଜୀଙ୍କ ଏହି ବୟାନକୁ ଦଳର ସାଂସଦ ମହୁଆ ମୋଇତ୍ରାଙ୍କୁ (Mahua Moitra) ପରାମର୍ଶ ଭାବରେ ମଧ୍ୟ ଦେଖାଯାଉଛି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଛାତ୍ର କ୍ରେଡିଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବେଳେବେଳେ ମୁଁ ଅନୁଭବ କରେ ଯେ କୌଣସି ନକାରାତ୍ମକ ପ୍ରସଙ୍ଗରେ ବିବାଦ ସୃଷ୍ଟି କରିବାକୁ ଆମେ ସର୍ବଦା ଜିଦ୍ ଧରିଥାଉ । କାର୍ଯ୍ୟ କରିବାବେଳେ ଆମେ ଭୁଲ୍ କରିଥାଉ କିନ୍ତୁ ସେଗୁଡିକ ସଂଶୋଧନ କରାଯାଇପାରିବ । କିଛି ଲୋକ ଭଲ କାର୍ଯ୍ୟ ଦେଖନ୍ତି ନାହିଁ ଓ ହଠାତ୍ ପାଟି କରିବା ଆରମ୍ଭ କରନ୍ତି ... ନକାରାତ୍ମକତା ଆମର ମସ୍ତିଷ୍କ କୋଷକୁ ପ୍ରଭାବିତ କରେ ତେଣୁ ଆସନ୍ତୁ ସକାରାତ୍ମକ ଭାବିବା ।'

ମମତା ବାନାର୍ଜୀଙ୍କ ଏହି ବୟାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ତାଙ୍କ ଦଳର ସାଂସଦ ହୁଆ ମୋଇତ୍ରା କାଳୀ ଫିଲ୍ମ ବିଷୟରେ ବୟାନ ଦେବା ପରେ ବିବାଦ ଭିତରକୁ ଆସିଛନ୍ତି । ମା' କାଳୀଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ମଇତ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ମୋଇତ୍ରାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବଙ୍ଗଳା ବିଜେପି ଦାବି କରିଛନ୍ତି । ବୁଧବାର ଦିନ ବେଙ୍ଗାଲୁରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସମସ୍ତ ହିନ୍ଦୁ ଏକ ହୋଇସାରିଛନ୍ତି । ସେ ମଇତ୍ରାଙ୍କୁ କାନ ଧରି କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି ।

ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀର ପୋଷ୍ଟର ବିଷୟରେ ମୋଇତ୍ରାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା । ଯାହାକୁ ସେ ଉତ୍ତର ଦେଇଥଲେ, 'କାଳୀଙ୍କ ଅନେକ ରୂପ ଅଛି । ମୋ ପାଇଁ କାଳୀ ଅର୍ଥ ମାଂସପ୍ରେମୀ ଓ ମଦ ସେବନକାରୀ । ଲୋକଙ୍କ ଭିନ୍ନ ମତ ଅଛି, ମୁଁ ଏଥିରେ କିଛି ଖାତିର କରେ ନାହିଁ । କାଳୀ ଫିଲ୍ମର ପୋଷ୍ଟରକୁ ସପୋର୍ଟ କରିବାକୁ ଯାଇ ମୋଇତ୍ରା ଆହୁରି ଅନେକ ଉଦାହରଣ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ଜନସନଙ୍କ ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ PM? ରେସରେ ଆଗରେ ଅଛନ୍ତି ଏହି ମୂଳ ଭାରତୀୟ ନେତା

ଏହା ବି ପଢ଼ନ୍ତୁ: ଖାଦ୍ୟ ଡେଲିଭରି କରିବାକୁ ଘୋଡ଼ା ନେଇ ପହଞ୍ଚିଲେ ସ୍ଵିଗି ଡେଲିଭରି ବଏ; କମ୍ପାନୀ ଦେବ ପୁରସ୍କାର