ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍; ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ
Advertisement
Article Detail0/zeeodisha/odisha2591074

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍; ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ

Income tax team raids: ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ। ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ। ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ଉଭୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ। 

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍; ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ମଧ୍ୟରୁ ହଂସିକା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ହେଉଥିବାର ସୂଚନା ରହିଛି। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼। ଏଣେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବି ଚଢ଼ଉ କରିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି। 

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ର ରେଡ୍। ଓଡ଼ିଶା, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଘର ଓ ଅଫିସରେ ଚାଲିଛି ଆୟକର ଟିମ୍ ର ଚଢ଼ଉ। ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ ୫ରୁ ୬ ଘଣ୍ଟା ପଚରାଉଚୁରା କରିଛି ପୋଲିସ। ଦୀର୍ଘ ସମୟର ପଚରାଉଚୁରା ବେଳେ ହଂସିତାଙ୍କ ବିଷୟରେ ଅନୀଲଙ୍କ ପତ୍ନୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ଅନୀଲଙ୍କ HDFC ଓ ICICI ବ୍ୟାଙ୍କରେ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତକାରୀ ଟିମକୁ ତଥ୍ୟ ମିଳିଛି। ହଂସିତାଙ୍କୁ ବିଜିନେସ ପାର୍ଟନର ବୋଲି ପରିଚୟ ଦେଇଥିଲେ ଅନୀଲ।

ଗୋଟିଏ ପଟେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ED ମଧ୍ୟ କମିଶନରେଟ ପୋଲିସକୁ ଉଭୟଙ୍କ ସମ୍ପର୍କରେ ତଥ୍ୟ ମାଗିଛି। ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ। ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ। ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ଉଭୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ।