Underworld Don Chhota Rajan: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଜନ୍ମଦିନରେ କଟାହେଲା କେକ୍! ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1528370

Underworld Don Chhota Rajan: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଜନ୍ମଦିନରେ କଟାହେଲା କେକ୍! ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

Shiv Sena Leader celebrates Chhota Rajan Birth Day: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଜନ୍ମଦିନ ପାଳନକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ଏହି ଘଟଣାରେ ଖବର ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମହାରାଷ୍ଟ୍ର ପୋଲିସ।

Underworld Don Chhota Rajan: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଜନ୍ମଦିନରେ କଟାହେଲା କେକ୍! ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

Underworld Don Chhota Rajan Birth Day Celebration: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ବିରୋଧରେ ରହିଥିବା ଅନେକ ମାମଲାରେ ଶୁଣାଣି ଚାଲିଛି। ଅନେକ ଅପରାଧିକ ମାମଲାରେ ଏବେ ଜେଲ ଦଣ୍ଡ ଭୋଗୁଛି ଛୋଟା ରାଜନ। ହେଲେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅଣ୍ଡରୱାର୍ଲ୍ଡ ଡନ୍। ବର୍ତ୍ତମାନ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଜଣେ ନେତା ଜେଲ ଦଣ୍ଡ ଭୋଗୁଥିବା ଛୋଟା ରାଜନର ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହାର ଫଟୋ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ଛୋଟା ରାଜନର ଜନ୍ମଦିନକୁ ତାହାର ସହଯୋଗୀ ଚେମ୍ବୁର ଅଞ୍ଚରେ ପାଳନ କରିଥିଲେ।

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ବିରୋଧରେ ଅନେକ ମାମଲାର ଶୁଣାଣି ଏବେ ମଧ୍ୟ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଛୋଟା ରାଜନର ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୀଲେଶ ପରାଡକର। ଯିଏ ହେଉଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା। ଶିବସେନା ଠାକରେ ଗୋଷ୍ଠୀର ନାଭି ମୁମ୍ବାଇ ଅଞ୍ଚଲର ସମ୍ପର୍କ ପ୍ରମୁଖ ହେଉଛନ୍ତି ନୀଲେଶ ପରାଡକର। ଛୋଟା ରାଜନ ଜନ୍ମଦିନରେ ଶିବସେନା ନେତା ନିଲେଶ ଏବଂ ତାଙ୍କ ସହଯୋଗୀ କେକ୍ କାଟିଛନ୍ତି। ଯେଉଁଥିରେ ବିଗ୍ ବସ୍ ଲେଖାଯାଇଛି। ଛୋଟା ରାଜନ ସହ ନୀଲେଶ ପରାଡକରଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରହିଛି।

ଛୋଟା ରାଜନ ଜନ୍ମଦିନ ଅବସରର ସାଗର ଗୋଲେ ନାମକ ଜଣେ ବ୍ୟକ୍ତି ମୁମ୍ବାଇ ଠାରେ କବାଡି ପ୍ରତିଯୋଗିତାର ଆୟୋଜନ କରିବାର ଘୋଷଣା କରିଥିଲେ। ଏହାକୁ ନେଇ ଛୋଟା ରାଜନ ଫଟୋ ସହିତ ଏକ ବ୍ୟାନର ଯୁଦ୍ଧ ଆରମ୍ଭ ହୋଇଥିଲା। ମୁମ୍ବାଇ ମାଲାଡ ଅଞ୍ଚଳରେ କବାଡି ପ୍ରତିଯୋଗିତା ଆୟୋଜିତ ହେଉଛି। ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତାର ବ୍ୟାନର ମଧ୍ୟ ଲଗାଯାଇଥିଲା। କବାଡି ମ୍ୟାଚ୍ ମଲାଡସ୍ଥିତ ତାନାଜୀ ନଗର ଗଣେଶ ମଇଦାନ କୁରାର ଭିଲେଜ ଠାରେ ଅନୁଷ୍ଠିତ ହେବ। ସୋସିଆଲ ମିଡିଆ ଜରିଆରେ କବାଡି ପ୍ରତିଯୋଗିତା ପାଇଁ ଲଗାଯାଇଥିବା ବ୍ୟାନର ଫଟୋ ମଧ୍ୟ ଭାଇରାଲ ହେଉଛି। ଏହି ପ୍ରତିଯୋଗିତା ଜାନୁଆରୀ ୧୪ ଏବଂ ୧୫ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି ବ୍ୟାନର ସିଆର ସାମାଜିକ ସଂଘଟନା ମହାରାଷ୍ଟ୍ର ରାଜ୍ୟ ମୁମ୍ବାଇ ଦ୍ୱାରା ଲଗାଯାଇଛି। 

ଏହା ପୂର୍ବରୁ ଗତ ୨୦୨୦ ବର୍ଷରେ ମଧ୍ୟ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ତାହାର ଜନ୍ମଦିନଅବସରରେ ଅଭିନନ୍ଦନ ଜଣାଇବାର ମାମଲା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଘଟଣା ସମ୍ପର୍କରେ ପୋଲିସ ଖଭର ପାଇବା ମାତ୍ରେ ରାତିରେ ଏହା ସହ ଜଡିତ ବ୍ୟାନର ହଟାଇ ଦେଇଛି। ଏହା ସହିତ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ବର୍ଷ ନଭେମ୍ବରରେ ମୁମ୍ବାଇସ୍ଥିତ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଛୋଟା ରାଜନକୁ ଡବଲ ମର୍ଡର ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଗତ ୨୦୧୦ ବର୍ଷରେ ଶକିଲ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଛୋଟା ରାଜନ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ବୋଲି କୁହାଯାଉଥିଲା। ହେଲେ ଏହି ମାମଲାରେ ପ୍ରମାଣ ଅଭାବରୁ ଛୋଟା ରାଜନ ସମେତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।