Live In Relation: ନିୟମ ହେବ କଡା, ଅବୈଧ ହେବେନି ଜନ୍ମିତ ଶିଶୁ
Advertisement
Article Detail0/zeeodisha/odisha1768736

Live In Relation: ନିୟମ ହେବ କଡା, ଅବୈଧ ହେବେନି ଜନ୍ମିତ ଶିଶୁ

Dehradun Uniform Civil Code: ୟୁନିଫର୍ମ ସିଭିଲ୍ କୋଡ୍ ଡ୍ରାଫ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡ ୟୁନିଫର୍ମର ଡ୍ରାଫ୍ଟ ୧୫ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ଦାଖଲ କରାଯାଇପାରେ । UCC ର ମୂଳ ଡ୍ରାଫ୍ଟ 150% ପୃଷ୍ଠାରେ ପ୍ରସ୍ତୁତ ହୋଇଛି ।

Live In Relation: ନିୟମ ହେବ କଡା, ଅବୈଧ ହେବେନି ଜନ୍ମିତ ଶିଶୁ

Dehradun Uniform Civil Code: ଆଜିକାଲି ଅନେକ ଯୁବକ ଯୁବତୀ ବିବାହ ପୂର୍ବରୁ ଲିଭ୍ ଇନ ରିଲେସନରେ ରହୁଛନ୍ତି । ଅର୍ଥାତ ବିବାହ ପୂର୍ବରୁ ଗୋଟିଏ ଘରେ ଦୁହେଁ ସମୟ ବିତାଉଛନ୍ତି । ଏପରି ସମ୍ପର୍କକୁ ନେଇ ଏବେ ବି ଅନେକ ସ୍ଥାନରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଗ୍ରାମାଞ୍ଚଳରେ ଜନସାଧାରଣ ଏପରି ନିୟମକୁ ସହଜରେ ଗ୍ରହଣ କରୁନଥିବାବେଳେ ସହରରେ ଏହା ପ୍ରାୟତଃ ସାଧାରମ ହୋଇଗଲାଣି । ବେଳେବେଳେ ଏପରି ହେଉଛି ଯେ, ଲିଭ୍ ଇନ୍ ରିଲେସନ ସମୟରେ ଅନେକ ଅସୁବିଧା ସୃଷ୍ଟି ହେଉଛି ଓ ପରେ ସମ୍ପର୍କ ମଧ୍ୟ କଟୁଛି । ଫଳରେ ବିବାହ ପର୍ଯ୍ୟନ୍ତ କଥା ଯାଇ ନପାରି ମାମଲା କୋର୍ଟକୁ ଯାଉଛି । ସଠିକ ତଦନ୍ତ ଓ ପ୍ରମାଣ ଅଭାବରୁ ବର୍ଷ ବର୍ଷ ଧରି କୋର୍ଟରେ ମାମଲା ବିଚାରଧିନ ମଧ୍ୟ ରହୁଛି । ଏପରି ସ୍ଥଳରେ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଉତ୍ତରାଖଣ୍ଡ ୟୁନିଫର୍ମର ଡ୍ରାଫ୍ଟ ୧୫ ଜୁଲାଇ ପର୍ଯ୍ୟନ୍ତ ସରକାର (Govt)ଙ୍କ ନିକଟରେ ଦାଖଲ କରାଯାଇପାରେ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ Uttarakhand Uniform Civil Codeକୁ ନେଇ ଗଠିତ କମିଟି ଏବେବି କାର୍ଯ୍ୟ ଜାରି ରଖିଛି। ଡ୍ରାଫ୍ଟ (Draft) ପ୍ରସ୍ତୁତ ଅଛି କିନ୍ତୁ ଏହାରି ମଧ୍ୟରେ UCC ଡ୍ରାଫ୍ଟ ପାଇଁ କେନ୍ଦ୍ର ପକ୍ଷରୁ ମଧ୍ଯ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ତେଣୁ ରାଜ୍ୟ ନିଜର ଡ୍ରାଫ୍ଟକୁ ଆହୁରି ଶକ୍ତିଶାଳୀ (Strong) କରିବାକୁ ଚେଷ୍ଟା ଜାରି ରଖିଛି । କମିଟି ଡ୍ରାଫ୍ଟର ପ୍ରତ୍ୟେକ ନିୟମକୁ ସପୋର୍ଟ (Support) କରୁଥିବା ଡକ୍ୟୁମେଣ୍ଟ (Document) ମଧ୍ୟ ପ୍ରସ୍ତୁତ କରୁଛନ୍ତି। 

UCC ର ମୂଳ ଡ୍ରାଫ୍ଟ ୧୫୦% ପୃଷ୍ଠାରେ ନିର୍ମିତ ହୋଇଛି। ଲିଭ୍ ଇନ୍ ସଂପର୍କ (Live-in relationship)ରେ ରହିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ କିନ୍ତୁ ଏହାକୁ ଆଇନଗତ କରିବାକୁ କଠୋର ବ୍ୟବସ୍ଥା (Strict system) କରାଯାଇଛି । ଲିଭ୍ ଇନ୍ ରେ ରହିବାକୁ ଥିବା ଡିକ୍ଲାରେସନ୍ ଫର୍ମ (Declaration Form) ପୂରଣ କରିବା ଆବଶ୍ୟକ । ଆଧାର ନମ୍ବର (Aadhar Number) ମଧ୍ୟ ଘୋଷଣାପତ୍ର ସହିତ ଲିଙ୍କ୍ କରିବାକୁ ପଡିବ । ଲିଭ୍ ଇନର ସମ୍ପର୍କରୁ ଜନ୍ମିତ ଛୁଆଙ୍କୁ ଅବୈଧ ସନ୍ତାନ କୁହାଯିବ ନାହିଁ । ପିଲାଟିକୁ ଡିକ୍ଲାରେସନ୍ ଫର୍ମ ଆଧାରରେ ପିତାମାତାଙ୍କ ନାମ ଓ ଅଧିକାର ପ୍ରାପ୍ତ ହେବ (Rights will be acquired)। ନାବାଳକ ଓ ବିବାହିତ ଲୋକମାନେ ଲିଭ୍ ଇନ୍ ସମ୍ପର୍କ (Live-in relationship)ରେ ରହିପାରିବେ ନାହିଁ ।

ଛାଡପତ୍ର ପ୍ରକ୍ରିୟା (Divorce proceedings) ଏବେବି ବହୁତ ଜଟିଳ ରହିଛି। ଲୋକମାନଙ୍କୁ ବର୍ଷ ବର୍ଷ ଧରି ଛାଡପତ୍ର ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ୟୁନିଫର୍ମ ସିଭିଲ୍ କୋଡରେ ଏହି ପ୍ରକ୍ରିୟା ସରଳୀକୃତ (Simplified) କରାଯାଇଛି । ଛୁଆ ଗ୍ରହଣ ପ୍ରକ୍ରିୟାରେ ମଧ୍ୟ ଧର୍ମ ଆଧାରରେ ବ୍ୟବସ୍ଥା ହୋଇପାରେ । ଜନସଂଖ୍ୟା ନିୟନ୍ତ୍ରଣ (Population control)କୁ ନେଇ UCC ରେ କୌଣସି ବ୍ୟବସ୍ଥା ନାହିଁ । ୟୁନିଫର୍ମ ସିଭିଲ୍ କୋଡ୍ ଡ୍ରାଫ୍ଟ କମିଟିର ସଭା ଜାରି ରହିଛି। ଜୁଲାଇ ୯ ରେ, ଅନ୍ୟ ଏକ ସଭା ଦିଲ୍ଲୀ (Delhi) ଅନୁଷ୍ଠିତ ହେବାକୁ ଯାଉଛି। କମିଟିର ପ୍ରୟାସ ହେଉଛି, କେନ୍ଦ୍ରୀୟ ଡ୍ରାପ୍ଟ ସହ ଯେପରି  ସମସ୍ୟା ନହେବ, ସେଥିପାଇଁ ଗମ୍ଭୀର ଅଧ୍ୟୟନ ମଧ୍ୟ କରାଯିବ । ଡ୍ରାପ୍ଟ ମିଳିବା ମାତ୍ରେ ହିଁ କୁହାଯାଉଛି କି ରାଜ୍ୟ ସରକାର ଅର୍ଡିନାନ୍ସ ମାଧ୍ୟମରେ UCC କାର୍ଯ୍ୟକାରୀ କରିପାରନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ପ୍ରସ୍ତୁତି ଚାଲିଛି।

Also read- Crime News: ଟଙ୍କାକର ଚକୋଲେଟ୍ ପାଇଁ ନାବାଳକକୁ ବାନ୍ଧି ୯ ଘଣ୍ଟା ପିଟିଲେ: ଭିଡ଼ିଓ ଭାଇରାଲ