Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ
Advertisement
Article Detail0/zeeodisha/odisha2091716

Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ

Ram Mandir Donation Update: ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ... ପ୍ରତିଦିନ ଲକ୍ଷଲକ୍ଷ ଲୋକେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହ ଖୋଲା ହୃଦୟରେ ଦାନ କରୁଛନ୍ତି ।

Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ

Ram Mandir Donation Update: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରଦିନଠାରୁ ପ୍ରଭୁ ଶ୍ରୀରାମଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ । ପୂଜା କରିବା ସହିତ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମୁକ୍ତ ହସ୍ତରେ ଅଯୋଧ୍ୟା ରାମ ମନ୍ଦିରକୁ ଦାନ କରୁଛନ୍ତି । ପ୍ରତିଦିନ କୋଟିଏ ଟଙ୍କାରୁ ଅଧିକ ଟଙ୍କାରେ ଭର୍ତ୍ତି ହୋଇଯାଉଛି ପ୍ରଭୁ ଶ୍ରୀରାମଙ୍କ ଦାନବାକ୍ସ । ଜାନଆରୀ ୨୨ରେ ଭିଭିଆଇପିମାନଙ୍କ ଦର୍ଶନ ଲାଗି ରାମ ମନ୍ଦିରରେ ବ୍ୟବସ୍ଥା ହୋଇଥିଲା । ୨୩ ଜାନୁଆରୀରୁ ସାଧାରଣ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ଖୋଲା ଯାଇଥିଲା । ବର୍ତ୍ତମାନ ଫେବୃଆରୀ ୧ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଏବଂ ଦାନର ଆକଳନ ପ୍ରକାଶ ପାଇଛି । ଗତ ୧୧ ଦିନ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ଦାନ ବାକ୍ସରେ ୧୧ କୋଟି ଟଙ୍କା ସଂଗୃହିତ ହୋଇଛି ବୋଲି ସୂଚନା ମିଳିଛି । ଏହି ୧୧ ଦିନ ମଧ୍ୟରେ ପ୍ରାୟ ୧୨୫ ଲକ୍ଷ ଭକ୍ତ ରାମ ମନ୍ଦିର ପରିଦର୍ଶନ କରିଛନ୍ତି।

ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ଦାନ ବାକ୍ସରେ ପ୍ରାୟ ୮ କୋଟି ଟଙ୍କା ଜମା କରାଯାଇଛି। ଅନଲାଇନ୍ ମାଧ୍ୟମରେ ପ୍ରାୟ ୩.୫୦ କୋଟି ଟଙ୍କା ରାମ ମନ୍ଦିରକୁ ଦାନ ଆକାରରେ ମିଳିଛି । ଟ୍ରଷ୍ଟ କାର୍ଯ୍ୟାଳୟର ସଦସ୍ୟ ପ୍ରକାଶ ଗୁପ୍ତା କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିକଟରେ ୪ଟି ବଡ଼ ବଡ଼ ଦାନ ବାକ୍ସ ରଖାଯାଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭକ୍ତମାନେ ଉକ୍ତ ହୁଣ୍ଡି ଗୁଡିକରେ ପ୍ରସାଦ ଦାନ କରୁଛନ୍ତି। କେବଳ ସେତିକି ନୁହେଁ, ଏହା ବ୍ୟତୀତ ଲୋକମାନେ ୧୦ ଟି କମ୍ପ୍ୟୁଟରୀକରଣ କାଉଣ୍ଟରରେ ମଧ୍ୟ ଦାନ କରୁଛନ୍ତି । ଏହି ଦାନ କାଉଣ୍ଟର ଗୁଡିକରେ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ଏହି କର୍ମଚାରୀମାନେ ଟ୍ରଷ୍ଟ ଅଫିସରେ ଗ୍ରହଣ କରାଯାଇଥିବା ଦାନ ରାଶିର ସମସ୍ତ ହିସାବ କରିବା ସହ ନିୟମ ଅନୁଯାୟୀ ସଂଗ୍ରହ କରନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଦାନ ବାକ୍ସରେ ଥିବା ଟଙ୍କାକୁ ଗଣିବା ପାଇଁ ୧୪ ଜଣ କର୍ମଚାରୀ ଅଛନ୍ତି । ସେମଧ୍ୟରେ ୧୧ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ୩ଜଣ ମନ୍ଦିର ଟ୍ରଷ୍ଟ କର୍ମଚାରୀ ଅଛନ୍ତି। ପ୍ରକାଶ ଗୁପ୍ତାଙ୍କ କହିବାନୁଯାୟୀ, ଦାନ ସଂଗ୍ରହ ଠାରୁ ଆରମ୍ଭ କରି ଗଣନା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସିସିଟିଭି କ୍ୟାମେରାର ସାମ୍ନାରେ କରାଯାଉଛି ।

Also Read- Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର

Also Read- Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ