Odisha: ଆଉ ବିଶ୍ୱାସ ଯୋଗ୍ୟ ନାହିଁ ଓଡ଼ିଶା ପୋଲିସ! ନିଜ ସୁରକ୍ଷାରେ ନିୟୋଜିତ ଥିବା PSO କୁ ଫେରାଇଲେ ବିରୋଧୀ ଦଳ ନେତା
Advertisement

Odisha: ଆଉ ବିଶ୍ୱାସ ଯୋଗ୍ୟ ନାହିଁ ଓଡ଼ିଶା ପୋଲିସ! ନିଜ ସୁରକ୍ଷାରେ ନିୟୋଜିତ ଥିବା PSO କୁ ଫେରାଇଲେ ବିରୋଧୀ ଦଳ ନେତା

Jayanarayan Mishra On Odisha Police: ପୋଲିସ ତରଫରୁ ଗୁଳି ମାଡ଼ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ହାତରେ ତଦନ୍ତ ଦାୟିତ୍ୱକୁ ବିରୋଧ କରିଛନ୍ତି ଜୟ ନାରାୟଣ । ସେଥିପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପୋଲିସ ଓ ରାଜ୍ୟ ସରକାରଙ୍କୁ ବିରୋଧ କରି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା PSO ଙ୍କୁ ଆଜି ଠାରୁ ହଟାଇ ଦେଇଛନ୍ତି ।

ସାଙ୍କେତିକ ଛବି

Jayanarayan Mishra On Odisha Police: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ (Naba Kishore Das) ଗତ ୨୯ ତାରିଖରେ ବ୍ରଜରାଜ ନଗର ସ୍ଥିତ ଗାନ୍ଧୀ ଛକଠାରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବା ସମୟରେ ଜଣେ ପୋଲିସ ASI ଗୋପାଳ ଦାସଙ୍କ (Gopal das) ଗୁଳିରେ ନିହତ ହୋଇଥିଲେ । ଏହି ଘଟଣାକୁ ନେଇ ବାରମ୍ବାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Jayanarayan Mishra) ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଥିବାବେଳେ CBI ତଦନ୍ତ ପାଇଁ ଦାବୀ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଓ କ୍ରାଇମ ବ୍ରାଞ୍ଚ ଉପରେ ତଦନ୍ତ ଭାର ଅର୍ପଣ କରିଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଜୟ ନାରାୟଣ । ପୋଲିସ ତରଫରୁ ଗୁଳି ମାଡ଼ ହୋଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ହାତରେ ତଦନ୍ତ ଦାୟିତ୍ୱକୁ ବିରୋଧ କରିଛନ୍ତି ଜୟ ନାରାୟଣ । ସେଥିପାଇଁ ପୋଲିସ ଓ ରାଜ୍ୟ ସରକାରଙ୍କୁ ବିରୋଧ କରି ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା PSO ଙ୍କୁ ଆଜି ଠାରୁ ହଟାଇଛନ୍ତି ଜୟ ନାରାୟଣ ମିଶ୍ର ।

ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା PSO କୁ ଜୟ ନାରାୟଣ ମିଶ୍ର ଫେରାଇ ଦେଇଛନ୍ତି । ଓଡ଼ିଶା ପୋଲିସ୍ ଉପରେ ଭରସା ତୁଟି ଯାଇଥିବାରୁ ଏମିତି ପଦକ୍ଷେପ ନେଇଥିବା ଜୟ ନାରାୟଣ ମିଶ୍ର କହିଛନ୍ତି । ଏହା ସମେତ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଇଛନ୍ତି । ଓଡ଼ିଶା ପୋଲିସ ଉପରେ ଭରସା ନାହିଁ କହି ସୁରକ୍ଷା କର୍ମୀ ଫେରାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜୟ ନାରାୟଣ । ସେଥିପାଇଁ ତାଙ୍କୁ ସରକାର ଦେଇଥିବା PSO ବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଲେ।

ଜୟନାରାୟଣଙ୍କ କହିବା ମୁତାବକ ସରକାରଙ୍କ ପାଖରେ ଥିବା ସବୁ ପୋଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ତେଣୁ ଓଡ଼ିଶା ପୋଲିସ ଉପରେ ତାଙ୍କର ଆଉ ଆସ୍ଥା କି ଭରସା ନାହିଁ । ସାମ୍ବିଧାନିକ ଦୃଷ୍ଟି କୋଣ ରୁ ଯିଏ ମଧ୍ୟ ବିରୋଧୀ ଦଳ ନେତା ହୁଅନ୍ତି, ତାଙ୍କୁ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଅଙ୍ଗରକ୍ଷୀ ଭାବରେ ପୋଲିସ ମାନଙ୍କୁ ନିୟୋଜିତ କରାଯାଇଥାଏ । ସେଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇ ଏଭଳି ପଦକ୍ଷେପ ନେବା ବୋଧ ହୁଏ ରାଜ୍ୟ ରେ ପ୍ରଥମ ଘଟଣା ।

ରାଜ୍ୟ ଇତିହାସ ରେ ଏଭଳି କାର୍ଯ୍ୟ ବିରଳ । ଜଣେ ବିରୋଧୀ ଦଳ ନେତା ଚୟନ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କ ପରେ ସେ ରାଜ୍ୟର ଦ୍ଵିତୀୟ ଶକ୍ତିଶାଳୀ ବ୍ୟକ୍ତି ଭାବରେ ପରିଗଣିତ ହୁଅନ୍ତି । କିନ୍ତୁ ଏବେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୟ ନାରାୟଣ ମିଶ୍ର ହେଉଛନ୍ତି ସମ୍ବଲପୁରର ବିଧାୟକ ଓ ପୂର୍ବତନ ପରିବହନ ମନ୍ତ୍ରୀ । ଏଥର ତାଙ୍କର ଅଭିଜ୍ଞତାକୁ ପାଥେୟ କରି ରାଜ୍ୟ ବିଜେପି ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ବିରୋଧୀ ଦଳ ନେତା ଚୟନ କରାଯାଇଛି । ସେ ଏବେ ଏହି ଗୁରୁ ଦାୟିତ୍ୱକୁ ସୁରୁଖୁରୁରେ ପାଳନ ମଧ୍ୟ କରୁଛନ୍ତି । କିନ୍ତୁ ଯେଉଁ ଏକ ଦୁଖଦଃ ଘଟଣା ରାଜ୍ୟ ରେ ଘଟି ଯାଇଛି । ସେଥିପାଇଁ ରାଜ୍ୟ ରେ ଏକ ପ୍ରକାର ଶୋକ ର ବାତାବରଣ ଖେଳି ଯାଇଛି ।

ଏହା ବି ପଢ଼ନ୍ତୁ: Income Tax ର ପୁରୁଣା ଓ ନୂଆ New Tax Regime ମଧ୍ୟରୁ କେଉଁଟା ଲାଭଦାୟକ, ବୁଝନ୍ତୁ ସରଳ ଭାଷାରେ...