Japan Emergency Alert: ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି
Advertisement

Japan Emergency Alert: ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି

Japan Emergency Alert: ଏହାପୂର୍ବରୁ ଦକ୍ଷିଣ କୋରିଆର ସ ସେନା କହିଛି ଯେ, ସେ ପ୍ରାୟଦ୍ୱୀପର ପୂର୍ବ ଉପକୂଳରେ ମାଡ଼ କରାଯାଇଥିବା ୩ଟି ସ୍ୱଳ୍ପ ଦୂରଗାମୀ ଉତ୍ତର କୋରିଆ ବାଲିଷ୍ଟିକ୍ ମିସାଇଲର ଚିହ୍ନଟ କରିଛି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମୁଦ୍ରିକ ସୀମା ନିକଟରେ ଗୋଟିଏ ମିସାଇଲ ଖସି ପଡିଛି, ଯେଉଁ କାରଣରୁ ଦକ୍ଷିଣ କୋରିଆକୁ ତାର ଗୋଟିଏ ଦ୍ୱୀପରେ ଏୟାର ଷ୍ଟ୍ରାଇକର ଚେତାବନୀ ଜାରି କରାଯାଇଛି ।

Japan Emergency Alert: ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି

Japan Emergency Alert: ଉତ୍ତର କୋରିଆ (North Korea) ପୁଣି ଥରେ ଜାପାନ (Japan) ଉପରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (Ballistic Missile) ମାଡ଼ କରିଛି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (Kim Jong Un) ଙ୍କ ଏହି ପଦକ୍ଷେପ ଜାପାନରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ପରେ ଜାପାନ ସରକାର (Japanese Government) ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି ଦେଇଛନ୍ତି । ସେଠାକାର ଲୋକଙ୍କୁ ଘର ଭିତରେ ରହିବାକୁ ଚେତାବନୀ ଦିଆଯାଇଥିଲା । ଏହାପୂର୍ବରୁ ବୁଧବାର ଉତ୍ତର କୋରିଆ ସମୁଦ୍ରକୁ ୨୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରୁ ଗୋଟିଏ ମିସାଇଲ କୋରିଆ ପ୍ରାୟଦ୍ୱୀପର ପୂର୍ବ ସାମୁଦ୍ରିକ ସୀମାଠାରୁ ୨୬ କିଲୋମିଟର ଦକ୍ଷିଣରେ ଓ ଦକ୍ଷିଣ କୋରିଆର ଉଲେଙ୍ଗ ଦ୍ୱୀପରୁ ୧୬୭ କିଲୋମିଟର ପଶ୍ଚିମ-ଉତ୍ତରରେ ଅନ୍ତର୍ଜାତୀୟ ଜଳସୀମାରେ ପଡିଛି ।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଏହି ସୂଚନା ଦେଇଛନ୍ତି । ଦକ୍ଷିଣ କୋରିଆ କହିଛି ଯେ, ସେ ଉଲେଙ୍ଗ ଦ୍ୱୀପରେ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି କରିଛି । ୧୯୪୫ରେ ବିଭାଜନ ପରେ ପ୍ରଥମ ଥର ପାଇଁ ବିବାଦୀୟ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗୋଟିଏ ଦିନରେ ଏତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇଉନ୍ ସୁକ୍-ୟୋଲ ଉତ୍ତର କୋରିଆର କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଦକ୍ଷିଣ କୋରିଆ କହିଛି ଯେ, ଉତ୍ତର କୋରିଆ ତାର ପୂର୍ବ ଓ ପଶ୍ଚିମ ଉପକୂଳରୁ ମୋଟ ୨୩ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଦକ୍ଷିଣ କୋରିଆର ସେନା କହିଛି ଯେ, କୋରିଆ ପ୍ରାୟଦ୍ୱୀପର ପୂର୍ବ ଓ ପଶ୍ଚିମ ଉପକୂଳକୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । କିନ୍ତୁ ସେ ଏ ବିଷୟରେ ସବିଶେଷ ତଥ୍ୟ ଦେଇନାହିଁ । ଏହାପୂର୍ବରୁ ଦକ୍ଷିଣ କୋରିଆର ସ ସେନା କହିଛି ଯେ, ସେ ପ୍ରାୟଦ୍ୱୀପର ପୂର୍ବ ଉପକୂଳରେ ମାଡ଼ କରାଯାଇଥିବା ୩ଟି ସ୍ୱଳ୍ପ ଦୂରଗାମୀ ଉତ୍ତର କୋରିଆ ବାଲିଷ୍ଟିକ୍ ମିସାଇଲର ଚିହ୍ନଟ କରିଛି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମୁଦ୍ରିକ ସୀମା ନିକଟରେ ଗୋଟିଏ ମିସାଇଲ ଖସି ପଡିଛି, ଯେଉଁ କାରଣରୁ ଦକ୍ଷିଣ କୋରିଆକୁ ତାର ଗୋଟିଏ ଦ୍ୱୀପରେ ଏୟାର ଷ୍ଟ୍ରାଇକର ଚେତାବନୀ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ:-'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର

ଅଧିକ ପଢ଼ନ୍ତୁ:-ନଭେମ୍ୱର ୧୧ରୁ ଚମକିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ, ଶୁକ୍ର ପ୍ରଦାନ କରିବେ ଅପାର ଧନ ଓ ବିଳାସପୂର୍ଣ୍ଣ ଜୀବନ!

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଦକ୍ଷିଣ କୋରିଆ କହିଛି ଯେ, ସେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼ର ଜବାବରେ ତିନୋଟି ବାୟୁରୁ ଭୂପୃଷ୍ଠ ଯାଏ ମାଡ଼ କରିପାରୁଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା କହିଛି ଯେ, ତାର ଯୁଦ୍ଧ ବିମାନ ବୁଧବାର ଦିନ ପ୍ରତିଦ୍ୱନ୍ଦ୍ୱୀଙ୍କ ପୂର୍ବ ସୀମା ନିକଟରେ ତିନୋଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣର ଜବାବରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେନା କହିଛି । ଉତ୍ତର କୋରିଆ କୋରିଆ ପ୍ରାୟଦ୍ୱୀପର ପୂର୍ବ ଓ ପଶ୍ଚିମ ଉପକୂଳ ନିକଟରେ ୧୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଦକ୍ଷିଣ କୋରିଆ କହିଛି ଯେ, ଉତ୍ତର କୋରିଆର ଏକ କ୍ଷେପଣାସ୍ତ୍ର ସାମୁଦ୍ରିକ ସୀମା ନିକଟରେ ପଡିଛି। ଦକ୍ଷିଣ କୋରିଆର ପରିବହନ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼ ପରେ ଗୁରୁବାର ପୂର୍ବାହ୍ନ ସୁଦ୍ଧା ଦେଶର ପୂର୍ବ ଜଳକ୍ଷେତ୍ର ଉପରେ କିଛି ବିମାନ ମାର୍ଗ ବନ୍ଦ କରି ଦେଇଛି ।