Atiq Ahmed Murder Case: ସାମ୍ବାଦିକ ରୂପରେ ଆସି ମାରିଦେଲେ, ଏବେ ରିପୋର୍ଟରଙ୍କ ପାଇଁ ଗୃହମନ୍ତ୍ରାଳୟ ଜାରି କରିବ SOP
Advertisement

Atiq Ahmed Murder Case: ସାମ୍ବାଦିକ ରୂପରେ ଆସି ମାରିଦେଲେ, ଏବେ ରିପୋର୍ଟରଙ୍କ ପାଇଁ ଗୃହମନ୍ତ୍ରାଳୟ ଜାରି କରିବ SOP

Atiq Ahmed Murder News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)। ସାମ୍ବାଦିକ ବେଶରେ ଆସିଲେ ପୋଲସ ଓ ମିଡିଆ ପ୍ରତିନିଧିଙ୍କ ଆଗରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ଗୁଳି କରିଦେଲେ ( atique ahmed encounter )। ତା’ ପୁଣି ଅତି ନିକଟରୁ ।  ଏହି ଦୁଇ ଭାଇଙ୍କୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Atiq Ahmed Murder News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)। ସାମ୍ବାଦିକ ବେଶରେ ଆସିଲେ ପୋଲସ ଓ ମିଡିଆ ପ୍ରତିନିଧିଙ୍କ ଆଗରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ଗୁଳି କରିଦେଲେ ( atique ahmed encounter )। ତା’ ପୁଣି ଅତି ନିକଟରୁ ।  ଏହି ଦୁଇ ଭାଇଙ୍କୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ । ଏହି ତିନି ଜଣ ପ୍ରି ପ୍ଲାନ କରି ରିପୋର୍ଟର ଭାବରେ ସେଠାରେ ଉପସ୍ଥିତି ଥିଲେ ସେହି ଦୁଇ ଭାଇଙ୍କ ପ୍ରତିକ୍ରିୟା ନେବା ପାଇଁ । ହେଲେ ମିଡିଆ ଆଗରେ ବାଇଟ୍ ଦେବା ଆରମ୍ଭ କରିବାରୁ ରିପୋର୍ଟର ବେଶରେ ଯାଇଥିବା ଏହି ତିନି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ( atique ahmed encounter )ଆଖି ବୁଜା ଗୁଳି ମାଡ କରିଥିଲେ । 

ଗୁଳିମାଡ କରିଥିବା ତିନି ଅଭିଯୁକ୍ତଙ୍କ ପାଖରୁ ନକଲି ରିପୋର୍ଟର ଆଇଡି , ମାଇକ୍ ଓ କ୍ୟାମେରା ଜବତ କରିଛି  ପୋଲିସ୍ (up police)।  ଗଣମାଧ୍ୟମ ପରିଚୟର ଅପବ୍ୟବହାର ହେତୁ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଜାଗ ହୋଇ ଉଠିଛି । ବର୍ତ୍ତମାନ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଏସଓପି (SOP) ପ୍ରସ୍ତୁତ ଚାଲିଛି । ଯାହା ଖୁବଶିଘ୍ର ଲାଗୁ ହୋଇପାରେ।  ଭବିଷ୍ୟତରେ ଏଭଳି ସାମ୍ବାଦିକର ପରିଚୟ ଦେଇ ଯେଭଳି କୌଣସି ହତ୍ୟାକାଣ୍ତ ନ ଘଟେ ।  ସନେଇ ଗୃହମନ୍ତ୍ରଣାଳୟ ସ୍ବତନ୍ତ୍ର ଏସଓପି ଜାରି କରିବାକୁ ଯାଉଛି । ଏହା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମଧ୍ୟ ଲାଗୁ କାରଯିବ । ତେବେ, ଏହି ଏସଓପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi ) ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ(Amit shah) ନୃତ୍ବତ୍ବରେ ପ୍ରସ୍ତୁତ ହେବ । 

 

Also Read : Atiq Ahmed Murder Case: ଅତିକକୁ ମାରିଥିବା ଅଭିଯୁକ୍ତର ବାପା କଲେ ବଡ଼ ଖୁଲାସା, କହିଲେ ମୋ ପୁଅ...

Also Read : Video: ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫଙ୍କୁ ଗୁଳି କରି ହତ୍ୟା, ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଘଟିଲା ଏହି ଘଟଣା

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରିଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ (up police)। ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତମାନେ କହିଛନ୍ତି, ସେମାନେ ବଡ ମାଫିଆ ବା ଡନ୍ ବନିବାକୁ ଚାହୁଁଥିଲେ । ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଆଉ କେତେ ଦିନ ଛୋଟ ମୋଟ ସୁଟର ହୋଇ ରହିବେ, ବଡ ମାଫିଆ ହେବାର ଥିଲା, ତେଣୁ ଅତିକ୍ ଓ ଅସରଫଙ୍କୁ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତଙ୍କ କଥାରେ କେତେ ସତ୍ୟତା ରହିଛି ତାର ତଦନ୍ତ ଜାରି ରଖିଛି ପୋଲିସ ।  ଏହା ସହ ଜେରା ବେଳେ ପୋଲିସ ହାତରେ ଆଉ କେତେକ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ଲାଗିଛି । ମିଳିଥିବା ସୂଚନା ଅନୁସାରେ,ଦୁଇ ଦିନ ପୂର୍ବରୁ ପ୍ରୟାଗରାଜର ଏକ ହୋଟେଲକୁ ନିଜର ଠକଣା ବନାଇଥିଲେ ଏହି ତିନି ହତ୍ୟାକାରୀ । ସେହି ହୋଟେଲରେ ରହି ପୂରା ଷଡଯନ୍ତ୍ର ରଚିଥିଲେ । ତାପରେ ଅତିକ୍ ଆସୁଥିବା ଖବର ପାଇ ସେଠାରେ ସାମ୍ବାଦିକ ବେଶରେ ପହଁଚିଯାଇଥିଲେ । ଆଉ ପଏଂଟ ବ୍ଲାକରୁ ଗୁଳି କରି ହତ୍ୟା କରିଥିଲେ । ସୂଚନା ମଳିବା ପରେ ହୋଟେଲରେ ଛାନଭିନ୍ କରୁଛି ପୋଲିସ । ସୂଚନା ଅନୁସାରେ, କଡା ସୁରକ୍ଷା ଭିତରେ ଶନିବାର ଦିନ ରାତିରେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରାଯାଇଥିଲା ।  ତିନି ଜଣ ଅଭିଯୁକ୍ତ ଅତିକ୍ ଓ ତାଙ୍କ ଭାଇ ଆଶରଫ ଉପରକୁ ଗୁଳି ଚଳାଇଥିଲେ ।  ଘଟଣାସ୍ଥାଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ।  

ସୂଚନା ମୁତାବକ, ଉତ୍ତରପ୍ରଦେଶର ବଡ ଗ୍ୟାଷ୍ଟାଷ୍ଟାର କଥା କହିଲେ ଆତିକ ଅହମ୍ମଦର ନାଁ ଆଗେ ପ୍ରଥମେ ଆସେ ।   ଏହି କୁଖ୍ୟାତ ଅପରାଧୀ ବିଧାୟକ ଓ ସାଂସଦ ବି ବନିଥିଲା । ଉତ୍ତରପ୍ରଦେଶର ମାଫିଆ, ମାଫିଆଙ୍କ ଭିତରେ ନାଁ କମାଇଥିବା ଆତିକ ଅହମ୍ମଦ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ସ୍ଥାନାନ୍ତର ଭିତରେ ପୁଲିସ ତାକୁ ଗୁଳି କରି ଦେବ ବୋଲି ଆଶଙ୍କା କରୁଥିଲା । ଆତିକ ବିରୋଧରେ, ଉତ୍ତରପ୍ରଦେଶରେ ଶହେରୁ ଅଧିକ ଅପରାଧିକ ମାମଲା ରହିଛି । ମାମଲା ଗୁଡିକ ମଧ୍ୟରୁ ଅଧିକାଂଶ, ହତ୍ୟା, ହତ୍ୟା ଉଦ୍ୟମ, ଭଳି କେସ୍ ରହିଛି । ଶହ ଶହ ଗୁଣ୍ଡାଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲେ ଅତିକ ଅହମ୍ମଦ । 

ଅପରାଧ ସାମ୍ରାଜ୍ୟ ବିସ୍ତାର କରିବା ପରେ, ୧୯୮୯ରେ ରାଜନୀତିରେ ପ୍ରବେଶ କରିଥିଲେ । ଆଉ ସେହିବର୍ଷ ଆହ୍ଲାବାଦ ବିଧାନସଭା କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ସାଂସଦ ଭାବେ ନିର୍ବାଚିତ ହେବା ସହ ପାଂଚ ଥର ଉତ୍ତରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବନ୍ଧୁକ ଗୁଳି ଓ ଟଙ୍କା ବଳରେ ନିର୍ବାଚନ ଜିତି ଆସୁଥିଲେ ଆତିକ୍ । କିନ୍ତୁ ଉତ୍ତରପ୍ରଦେଶରେ ଯୋଗୀ ସକରାର ଆସିବା ପରେ, ସବୁକିଛି କିଛି ବଦଳିଯାଇଥିଲା । ଯାହା ନାଁ ଶୁଣିଲେ ଦିନେ ପୂରା ଉତ୍ତରପ୍ରଦେଶ କମ୍ପୁଥିଲା, ଭୟ ସୃଷ୍ଟି ହେଉଥିଲା, ସେହି ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ପୁଅକୁ ଏନକାଉଣ୍ଟର କରିଛି ୟୁପି ପୋଲିସ । ଓ ଏସଟିଏଫର ମିଳିତ ଟିମ । 

ୟୁପି ପୋଲିସର ସୂଚନା ଅନୁସାରେ,ଅସଦ ଝାନସୀରେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସଟିଏଫ । ଅସଦ ଓ ତାର ସହଯୋଗୀକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେ ପୋଲିସ ଉପରକୁ ଗୁଳିମାଡ କରିଥଲା । ତାପରେ ପୋଲିସ ପାଲଟା ଗୁଳିମାଡ କରିଥିଲା । ଆଉ ସେହି ଗୁଳିମାଡରେ ଅସଦର ମୃତ୍ୟୁ ହୋଇଥିଲା । ଏକକାଣ୍ଟରରେ ତାର ଜଣେ ସହଯୋଗୀର ବି ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମ୍ମଦ କୁଆଡେ ଚେତା ହରାଇ ଦେଇଥିଲେ । ୨ମାସ ହେବ ଗ୍ୟାଙ୍ଗଷ୍ଟର ଅତିକର ଦୁଇ ପୁଅ ଅସଦ ଅହମଦ ଓ ସହଯୋଗୀ ଗୁଲାମକୁ ଖୋଜୁଥିଲା ପୋଲିସ । ୨୦୦୫ ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲଙ୍କୁ ଗତ ଫେବୃଆରୀ ୨୪ ତାରିଖରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲା ଅସଦ । ଆତିକ୍  ନିର୍ଦ୍ଦେଶ କ୍ରମେ ପୁଅ ଅସଦ ଏହି ଗୁଳିକାଣ୍ଡ କରିଥିବା ଅଭିଯୋଗ ହୋଇଥିଲା । ଆଉ ଅସଦ ବିରୋଧରେ ପ୍ରମାଣ ପାଇବା ପରେ ତାକୁ ଖୋଜୁଥିଲା ୟୁପି ପୋଲିସ । ହେଲେ ଶନିବାର ଦିନ ରାତିରେ ଆତିକ ଓ ତାଙ୍କ ଭାଇକୁ ଚେକ୍ ଅଫ୍ ପାଇଁ ପ୍ରୟାଗରାଜ ନିଆଯାଉଥିବା ବେଳେ ଗୁଳିମାରି ମାରି ଦେଇଛନ୍ତି ୩ ଅଭିଯୁକ୍ତ ।