Highway Toll Rules: କେଉଁ ପରିସ୍ଥିତିରେ ରାଜପଥରେ ଟୋଲ ଟ୍ୟାକ୍ସ ଦେବେ ନାହିଁ ଗାଡି ଚାଳକ? ଜାଣନ୍ତୁ NHAI ନିୟମ
Advertisement

Highway Toll Rules: କେଉଁ ପରିସ୍ଥିତିରେ ରାଜପଥରେ ଟୋଲ ଟ୍ୟାକ୍ସ ଦେବେ ନାହିଁ ଗାଡି ଚାଳକ? ଜାଣନ୍ତୁ NHAI ନିୟମ

Highway Toll Plaza: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଫି ନିୟମ ୨୦୦୮ ଅନୁଯାୟୀ ଯେକୌଣସି ରାଜପଥରେ ୨ ଟୋଲ ପ୍ଲାଜା ମଧ୍ୟରେ ବ୍ୟବଧାନ ୬୦ କିଲୋମିଟର ରହିବା ଆବଶ୍ୟକ।

Highway Toll Rules: କେଉଁ ପରିସ୍ଥିତିରେ ରାଜପଥରେ ଟୋଲ ଟ୍ୟାକ୍ସ ଦେବେ ନାହିଁ ଗାଡି ଚାଳକ? ଜାଣନ୍ତୁ NHAI ନିୟମ

Highway Toll Tax: ଦେଶରେ ନୂତନ ରାଜପଥ ଏବଂ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି। ଏହା ସହିତ ଏହି ଉପରେ ଆଦାୟ କରାଯାଉଥିବା ଟୋଲ ଟ୍ୟାକ୍ସ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ପ୍ରାୟତଃ ଲୋକେ ଟୋଲ ଟ୍ୟାକ୍ସ ନ ଦେଇ ଟୋଲ ବୁଥ ଅତିକ୍ରମ କରିବାକୁ ଚାହାଁନ୍ତି। ଏହା ସତ ହୋଇପାରେ। ହେଲେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଏକ ପୁରୁଣା ଟ୍ୱିଟ୍ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗାଡ଼ି ଡ୍ରାଇଭର ଟୋଲ୍ ଟ୍ୟାକ୍ସ ନ ଦେଇ ଅତିକ୍ରମ କରିପାରେ। ଏନଏଚଏଆଇ ଅନୁଯାୟୀ, ଯଦି ଟୋଲ୍ ବୁଥ ଠାରୁ ଯାନ ବାହାନର ଲାଇନ ୧୦୦ ମିଟର କିମ୍ବା ଏହା ଠାରୁ ଅଧିକ ହୋଇସାରିଛି, ତାହେଲେ ସେହି ଗାଡିକୁ ଦେୟ ବିନା ସେଠାରୁ ହଟାଇ ଦିଆଯିବ। ଯାହା ଦ୍ୱାରା ଯାନ ବାହାନର ଲାଇନ ଛୋଟ କରାଯାଇ ପାରିବ।

ଗତ ୨୦୨୧ ବର୍ଷରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏକ ଟ୍ୱିଟ କରାଯାଇଥିଲା। ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ଦେୟ ଗ୍ରହଣ କରିବାର ସର୍ବାଧିକ ସମୟ ୧୦ ସେକେଣ୍ଡ ସ୍ଥିର କରାଯାଇଛି। ଏହାକୁ ଧ୍ୟାନରେ ରଖି ଏହା ମଧ୍ୟ ସ୍ଥିର ହୋଇଛି ଯେ ଟୋଲ ଠାରେ ଥିବା ଲାଇନ ଯାତୟାତ ସମୟରେ ମଧ୍ୟ ୧୦୦ ମିଟର କିମ୍ବା ଏହା ଠାରୁ ଅଧିକ ହୋଇପାରିବ ନାହିଁ। ଏନେଇ ପ୍ରତ୍ୟେକ ଟୋଲ୍ ଲେନ ଠାରେ ବୁଥ୍ ଠାରୁ ୧୦୦ ମିଟର ଦୂରରେ ଏକ ହଳଦିଆ ରଙ୍ଗର ଚିତ୍ର ଅଙ୍କନ କରାଯାଇଛି। ଯାନ ବାହାନର ଲାଇନ ଏଠାରୁ ବାହାରିବା ମାତ୍ରେ ଟୋଲ୍ ମାଗଣା କରାଯାଇଥାଏ। ୧୦୦ ମିଟର ଭିତରେ ଲାଇନ ଆସିବା ମାତ୍ରେ ଟୋଲ ଟ୍ୟାକ୍ସ ପୁଣି ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଏ।

Also Read: Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ

୬୦ କିଲୋମିଟର ନିୟମ କ’ଣ?
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଫି ନିୟମ ୨୦୦୮ ଅନୁଯାୟୀ ଯେକୌଣସି ରାଜପଥରେ ୨ ଟୋଲ ପ୍ଲାଜା ମଧ୍ୟରେ ବ୍ୟବଧାନ ୬୦ କିଲୋମିଟର ରହିବା ଆବଶ୍ୟକ। କେନ୍ଦ୍ର ସଡ଼କ ପରବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି। ଏନେଇ ମନ୍ତ୍ରୀ କହିଥିଲେ ଯେ ୬୦ କିଲୋମିଟର ମଧ୍ୟରେ ରାଜପଥରେ କେବଳ ଗୋଟିଏ ଟୋଲ୍ ପ୍ଲାଜା ରହିବା ହେଉଛି ତାଙ୍କର ଲକ୍ଷ୍ୟ। ବର୍ତ୍ତମାନ ଟୋଲ ପ୍ଲାଜା ମଧ୍ୟରେ ପାର୍ଥକ୍ୟ କମ୍ ହୋଇପାରେ। ସଡ଼କ ପରିବହନ ମନ୍ତ୍ରଣାଳୟ ଏହା ପଛରେ ଯୁକ୍ତି ଦର୍ଶାଇଛି ଯେ ସ୍ଥାନ, ଟ୍ରାଫିକ୍, ଯାତାୟାତ ଅଭାବରୁ ୬୦ କିଲୋମିଟର ପରିସର ମଧ୍ୟରେ ଦୁଇଟି ଟୋଲ୍ ପ୍ଲାଜା ରହିପାରେ।

Also Read: NHAI New Record: ଏନଏଚଏଆଇ ନାମରେ ନୂଆ ରେକର୍ଡ଼, ୧୦୦ ଘଣ୍ଟାରେ ହେଲା ୧୦୦ କିଲୋମିଟର ରାସ୍ତା ନିର୍ମାଣ

ଟୋଲ ଟ୍ୟାକ୍ସ ଏବଂ ରୋଡ ଟ୍ୟାକ୍ସ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?

ରୋଡ ଟ୍ୟାକ୍ସ ଗାଡି ଡ୍ରାଇଭର ଦ୍ୱାରା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଥାଏ। ଯାହା ରାଜ୍ୟ ଭିତରେ ବିଭିନ୍ନ ରାସ୍ତା ବ୍ୟବହାର କରିବା ପାଇଁ ପ୍ରଦାନ କରାଯାଇଥାଏ। ହେଲେ ଟୋଲ୍ ଟ୍ୟାକ୍ସ  ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ସଂଗ୍ରହ କରାଯାଏ। ଯାହା ମୁଖ୍ୟତ ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସ ୱେ ଲାଗି ସଂଗ୍ରହ କରାଯାଇଥାଏ। ଦେଶରୁ କୌଣସି ରାଜ୍ୟରୁ ସଂଗ୍ରହ ହେଉଥିବା ଟୋଲ୍ ଟ୍ୟାକ୍ସ ସମ୍ପକ୍ତ ରାଜ୍ୟର ସରକାରଙ୍କ ପାଖକୁ ଯାଇନଥାଏ। ଏହାର ସଂଗ୍ରହ ସେହି ରାଜପଥ ନିର୍ମାଣ କରିଥିବା କମ୍ପାନୀ କିମ୍ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କରାଯାଇଥାଏ।