Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧
Advertisement

Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧

Weather News: ଆଜି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ୧୮ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ସମୟରେ ୨୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଆଜି ୧୬ ଏପ୍ରିଲ ୨୦୨୪ରେ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ବାରିପଦା । ଏଠାରେ ଆଜି ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧

Weather News: ଆଜି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ୧୮ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ସମୟରେ ୨୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଆଜି ୧୬ ଏପ୍ରିଲ ୨୦୨୪ରେ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ବାରିପଦା । ଏଠାରେ ଆଜି ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ନୂଆପଡା ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ତାଳଚେର ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୯ ଡିଗ୍ରୀ ରହିଥିଲା । ସେହିପରି ମାଲକାନଗିରିରେ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିବେବେଳେ ଚାନ୍ଦବାଲିରେ ୪୧.୬ ଡିଗ୍ରୀ ଥିଲା ସର୍ବୋଚ୍ଚ ତାପମାତ୍ରା । ଏହା ପଛକୁ ଖୋର୍ଦ୍ଧା, ଜଗତସିଂହପୁର ଏବଂ ଟିଟିଲାଗଡରେ ୪୧.୫ ଡିଗ୍ରୀ, ଝାରସୁଗୁଡାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧.୧, କେନ୍ଦ୍ରାପଡା, ଢେଙ୍କାନାଳ ଓ ଭଦ୍ରକରେ ୪୧.୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବଲାଙ୍ଗୀର ଏବଂ କଟକରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

 

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି-କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି  । ୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Also Read- 17 April Rashifal: ରାମନବମୀରେ କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ ରାଶିଫଳ

Also Read- ବଢୁଛି ତାତି, ସତର୍କ ରହିବା ସହ ଏହି ନିୟମ ମାନିବାକୁ ପରାମର୍ଶ