Shocking News: ଚିକେନ୍ ତରକାରୀ ପାଇଁ ପୁଅକୁ ହତ୍ୟା କଲା ବାପା
Advertisement
Article Detail0/zeeodisha/odisha1641706

Shocking News: ଚିକେନ୍ ତରକାରୀ ପାଇଁ ପୁଅକୁ ହତ୍ୟା କଲା ବାପା

Shocking News:  କର୍ଣ୍ଣାଟକର ମାଙ୍ଗାଲୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଚିକେନ୍ ତରକାରୀକୁ ଖାଇବାକୁ ନମିଳିବାରୁ ପୁଅକୁ ହତ୍ୟା କରିଛି ବାପା । 

ସୌ(ସୋସିଆଲ ମିଡିଆ)

Shocking News: ସାମାନ୍ୟ ଚିକେନ୍ ତରକାରୀ ପାଇଁ ସଂପର୍କ ଭୁଲି ଯାଇ ରକ୍ତମୁଖା ହେଲା ବାପା । ରାଗରେ କାଠ ଫାଳିଆରେ ପିଟି ପୁଅକୁ କଲା ହତ୍ୟା । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକର ମାଙ୍ଗାଲୁର(karnataka Mangaluru) ଅଞ୍ଚଳରେ । ଘରେ ପ୍ରସ୍ତୁତ ହେଉଥିବା ଚିକେନ୍ ତରକାରୀକୁ(ChikenCurry) ଖାଇବାକୁ ନମିଳିବାରୁ ବ୍ୟକ୍ତି ଜଣଙ୍କ ରାଗିଯାଇ ଏପରି କାଣ୍ତ ଘଟାଇଥିବା ପୋଲିସ କହିଛି । ତେବେ ଏହି ଘଟଣାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ(Police) ।

ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ ମାଙ୍ଗାଲୁର ଅଞ୍ଚଳରେ(karnataka Mangaluru) ଶିବରାମ । ମଙ୍ଗଳବାର ଦିନ ଶିବରାମଙ୍କ ଘରେ ଚିକେନ୍ ତରକାରୀ ହୋଇଥିଲା। ପରିବାରର ସମସ୍ତ ସଦସ୍ୟ ଏହି ଚିକେନ୍ ତରକାରୀ ଖାଇଥିଲେ । ଶିବରାମ ବାପା ଘରକୁ ଆସିବା ପରେ ତାଙ୍କ ପାଇଁ ଚିକେନ୍ ତରକାରୀ ନଥିଲା । ଏହା ଦେଖି ଶିବରାମଙ୍କ ବାପା ରାଗି ଯାଇଥିଲେ । ପରେ ଚିକେନ୍ ତରକାରୀକୁ(Chiken Curry) ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଶିବରାମଙ୍କ ବାପା ଏକ କାଠ ଫାଳିଆରେ ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲେ । ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଗୁରୁତର ଅବସ୍ଥାରେ ଶିବରାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତି ପ୍ରାୟ ୨ଟାରେ ଡା଼କ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଶିବରାମଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ଏନେଇ ମମଲା ରୁଜୁ ହେବା ପରେ ପୋଲିସ ଏନେଇ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

ପ୍ରକାଶଥାଉ କି, ଏଭଳି ଏକ ଘଟଣା ୨୦୨୧ ମସିହାରେ ମଧ୍ଯ ଦେଖିବାକୁ ମିଳିଥିଲା । ପତ୍ନୀ ଚିକେନ୍ ତରକାରୀ(Chiken Curry) ପ୍ରସ୍ତୁତ କରିନଥିବାରୁ ଜଣେ ୩୦ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନରୁ ପତ୍ନୀଙ୍କୁ ଚିକେନ୍ ତରକାରୀ ରନ୍ଧିବାକୁ କହିଥିଲେ । କିନ୍ତୁ ସ୍ତ୍ରୀ ଚିକେନ୍ ତରକାରୀ ରାନ୍ଧି ନଥିବାରୁ ବ୍ୟକ୍ତି ଜଣଙ୍କ ରାଗି ଯାଇ ତାଙ୍କୁ ଏକ କାଠ ଫାଳିଆରେ ତାଙ୍କ ମୁଣ୍ତକୁ ଆକ୍ରମଣ କରିଥିଲେ ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପରେ ଏହ ବସ୍ତାରେ ମୃତଦେହକୁ ଘୋଡ଼ାଇ ବ୍ୟକ୍ତି ଜଣଙ୍କ ହ୍ରଦରେ ଫିଙ୍ଗି ଦେଇଥିଲେ ।