Earth Hour 2023: ଆଜି ଘଣ୍ଟାଏ ଯାଏଁ ଅନ୍ଧକାରରେ ରହିବ ସମଗ୍ର ବିଶ୍ୱ, ଜାଣନ୍ତୁ ଏହି 'Earth Hour' ପାଳନ କରିବାର ଉଦ୍ଦେଶ୍ୟ?
Advertisement

Earth Hour 2023: ଆଜି ଘଣ୍ଟାଏ ଯାଏଁ ଅନ୍ଧକାରରେ ରହିବ ସମଗ୍ର ବିଶ୍ୱ, ଜାଣନ୍ତୁ ଏହି 'Earth Hour' ପାଳନ କରିବାର ଉଦ୍ଦେଶ୍ୟ?

Earth Hour 2023: ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’(Earth Hour 2023)। ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ (world)। ଫ୍ୟାନ୍ , ଲାଇଟ୍ , ଟିଭି , ଏସି ଠାରୁ ଆରମ୍ଭ କରି କଳଖାରଖାନା ସବୁ କିଛି ଶାନ୍ତ ପଡିଯିବ । ଧରିତ୍ରୀ ମଧ୍ୟ ଟିକିଏ ଶାନ୍ତ ଅନୁଭବ କରିବ । କାରଣ ଆଜି ପୃଥିବୀବାସୀ ଆର୍ଥ ଆୱାର (Earth Hour)ପାଳନ କରିବେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Earth Hour 2023: ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’(Earth Hour 2023)। ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ (world)।  ଫ୍ୟାନ୍ , ଲାଇଟ୍ , ଟିଭି , ଏସି ଠାରୁ ଆରମ୍ଭ କରି କଳଖାରଖାନା ସବୁ କିଛି ଶାନ୍ତ ପଡିଯିବ । ଧରିତ୍ରୀ ମଧ୍ୟ ଟିକିଏ ଶାନ୍ତ ଅନୁଭବ କରିବ । କାରଣ ଆଜି ପୃଥିବୀବାସୀ ଆର୍ଥ ଆୱାର (Earth Hour)ପାଳନ କରିବେ । ରାତି ସାଢେ ୮ଟାରୁ ସାଢେ ୯ ଯାଏଁ ଘଣ୍ଟାଏ ସବୁ ବୈଦ୍ୟୁତିକ ସଂରଜାମ ବନ୍ଦ ରହିବ । ପୃଥିବୀର ସୁରକ୍ଷା ଲାଗି ଏହି ଆର୍ଥ ଆୱାର ପାଳନ କରାଯାଉଛି । ପୃଥିବୀ (earth) ପୃଷ୍ଠକୁ ସୁରକ୍ଷିତ ରଖିବା ପାଇଁ କୋଟିକୋଟି ଜନତା ପ୍ରତିବର୍ଷ ଅନ୍ତତଃ ଘଣ୍ଟାକ ପାଇଁ ସବୁ ବୈଦ୍ୟୁତିକ ଯନ୍ତ୍ରାଦି ବ୍ୟବହାରକୁ ବନ୍ଦ ରଖୁଛନ୍ତି। 

ପୃଥିବୀର ସୁରକ୍ଷା ଲାଗି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ପାଣିପାଗ ପରିବର୍ତ୍ତନର ସମାଧାନ ଲକ୍ଷ୍ୟରେ ଆର୍ଥ ଆୱାର ପାଳନ କରାଯାଇଥାଏ । ଆର୍ଥ ଆୱାର ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ(Sudarsan Pattnaik) । ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପୃଥିବୀର ସୁରକ୍ଷା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ୍ କରିଥାନ୍ତି ।

Mother Earth is continuously giving us without asking for anything in return. This #EarthHour, let's turn off our lights for an hour from 8:30 to 9:30pm to do our part and raise awareness about the climate issues affecting our planet. My SandArt at Puri beach,Odisha. @earthhour pic.twitter.com/M1FKil087b

Also Read : Urvashi Rautela: ଋଷଭ ପନ୍ତଙ୍କ କଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ ‘ଏହା ମୁଁ ହେବାକୁ ଦେବିନି’

Also Read : Weird News: ବିଶ୍ବର ସବୁଠୁ ବିପଜ୍ଜନକ ଆପାର୍ଟମେଣ୍ଟ, ଯେଉଁଠାରେ ରୁହନ୍ତି କେବଳ ହତ୍ୟାକାରୀ,ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ?

ତେବେ ଏହି ଦିନର ଇତିହାସ କ’ଣ ? କେବେଠାର ଆର୍ଥ ଆୱାର ପାଳନ କରାଯାଉଛି?
୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ପ୍ରଥମେ ଏହି ଆର୍ଥ ଆୱାର ପାଳନ କରାଗଲା । ତା ପର ଠାରୁ ୨୦୦୮ ମସିହା ଏହା ବିଶ୍ୱସ୍ତରରେ ପାଳନ କରାଗଲା । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିବେଳେ ଭାରତରେ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଲା । ସେହି ବର୍ଷ ଠାରୁ ରାଜ୍ୟରେ ମଧ୍ୟ ଆର୍ଥ ଆୱାର ପାଳନ କରାଗଲା । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ବିଶ୍ୱରେ ୮୮ଟି ରାଷ୍ଟ୍ରର ୪୦୦୦ମହାନଗରୀରେ ପ୍ରତି ବର୍ଷ ଆର୍ଥ ଆୱାର ପାଳନ କରାଯାଉଛି । ଭାରତ ୨୦୦୯ରେ ଏହି ଅଭିଯାନରେ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇପାରିଥିଲା ।