Jungle Safari on Road: ଘଞ୍ଚ ଜଙ୍ଗଲ ଦେଇ ଯିବ ଏହି ରାସ୍ତା, ୧୨ କିଲୋମିଟର ପର୍ଯ୍ୟନ୍ତ ଦେଖାଯିବ ସିଂହ ସହ ଚିତାବାଘ ଏବଂ ହାତୀ, ଜାଣନ୍ତୁ ଏହା ବିଷୟରେ...
Advertisement

Jungle Safari on Road: ଘଞ୍ଚ ଜଙ୍ଗଲ ଦେଇ ଯିବ ଏହି ରାସ୍ତା, ୧୨ କିଲୋମିଟର ପର୍ଯ୍ୟନ୍ତ ଦେଖାଯିବ ସିଂହ ସହ ଚିତାବାଘ ଏବଂ ହାତୀ, ଜାଣନ୍ତୁ ଏହା ବିଷୟରେ...

Delhi-Dehradun Highway:  ପ୍ରାୟ ୨୧୦ କିଲୋମିଟର ଲମ୍ବା ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ଅନେକ ଦୃଷ୍ଟିକୋଣରୁ ଭିନ୍ନ। ଏହି ରାଜପଥ ଦେଶର ଅନ୍ୟ ଜାତୀୟ ରାଜପଥ ଠାରୁ ଅନେକ ଗୁଣରେ ଭିନ୍ନ ରହିଛି।

Jungle Safari on Road: ଘଞ୍ଚ ଜଙ୍ଗଲ ଦେଇ ଯିବ ଏହି ରାସ୍ତା, ୧୨ କିଲୋମିଟର ପର୍ଯ୍ୟନ୍ତ ଦେଖାଯିବ ସିଂହ ସହ ଚିତାବାଘ ଏବଂ ହାତୀ, ଜାଣନ୍ତୁ ଏହା ବିଷୟରେ...

Delhi-Dehradun Expressway: ଦେଶରେ ଉନ୍ନତ ସଡ଼କ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ କ୍ରମାଗତ ଭାବରେ ନୂତନ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି। ଏହି ପର୍ଯ୍ୟାୟରେ ଦେଶରେ ଏସିଆ ମହାଦେଶର ଦୀର୍ଘତମ ବନ୍ୟଜନ୍ତୁ କରିଡର ନିର୍ମାଣ କରାଯାଉଛି। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ଠାରେ ଏହି କରିଡର ନିର୍ମାଣ କରାଯାଉଛି। ଏହି କରିଡର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଶେଷ କଥା ହେଉଛି ଯାନବାହାନ ଏହି ବନ୍ୟଜନ୍ତୁ କରିଡର ଉପରେ ନିର୍ମିତ ରାସ୍ତାରେ ଯାତାୟତ କରିବ। ଅନ୍ୟପଟେ ବଣୁଆ ଜୀବ ଜନ୍ତୁଙ୍କ ଗତ ବିଧି ଏହି କରିଡର ନିମ୍ନ ଭାଗରେ ରହିବ।

କୌତୁହଳର ବିଷୟ ଏହା ଯେ ଯେତେବେଳେ ଆପଣ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ (Delhi-Dehradun Expressway) ଦେଇ ଯାତ୍ରା କରିବେ, ସେତେବେଳେ ଆପଣଙ୍କୁ ଜଙ୍ଗଲ ସଫାରୀ ଅଭିଜ୍ଞତା (Jungle Safari Experience) ମଧ୍ୟ ମିଳିବ। ଏ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (National Highways Authority of India) ଏନଏଚଏଆଇ (NHAI) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଏନଏଚଏଆଇ ଅଧିକାରୀ କହିଛନ୍ତି ଯେ ଏହି ବନ୍ୟଜନ୍ତୁ କରିଡର ଉତ୍ତରାଖଣ୍ଡ (Wildlife Corridors in Uttarakhand) ଠାରେ ନିର୍ମିତ ହେବ। ଜଙ୍ଗଲ ସଫାରୀ ସହିତ ଅନେକ ଦୃଷ୍ଟିକୋଣରୁ ମଧ୍ୟ ଖାସ ହେଉଛି ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ପ୍ରକଳ୍ପ (Delhi-Dehradun Expressway Project)। 

ସିଙ୍ଗଲ ପିଲାର ଉପରେ ନିର୍ମିତ ହେବ ୬ ଲେନ ବିଶିଷ୍ଟ ରାସ୍ତା 
ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ଠାରେ ନିର୍ମିତ ଏସିଆ ମହାଦେଶର ବୃହତ୍ତମ ବନ୍ୟଜନ୍ତୁ କରିଡର (Largest Wildlife Corridors of Asia) ଦୈର୍ଘ୍ୟ ୧୨ କିଲୋମିଟର ଠାରୁ ଅଧିକ ହେବ। ରାଜାଜୀ ଜାତୀୟ ଉଦ୍ୟାନ ନିକଟରେ (Rajaji National Park Uttarakhand) ଥିବା ଏହି କରିଡର ଠାରେ ଜୀବ ଜନ୍ତୁଙ୍କ ମୁକ୍ତ ଚଳାଚଳ ରହିବ। ଏହି ବନ୍ୟଜନ୍ତୁ କରିଡର ଠାରେ ସିଙ୍ଗଲ ପିଲାର (Single Pillar) ଉପରେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମିତ ହେବ। ଏହି କରିଡର ନିର୍ମାଣ ପାଇଁ ସିଙ୍ଗଲ ପିଲାର ଟେକ୍ନୋଲୋଜି (Single Pillar Technology) ବ୍ୟବହାର କରାଯାଉଛି। ଯାହାଫଳରେ ଜଙ୍ଗଲରେ ସର୍ବନିମ୍ନ କଂକ୍ରିଟ୍ ବ୍ୟବହାର କରାଯାଇ ପାରିବ। ଏହି କରିଡର ପାଇଁ ମୋଟ ୫୭୧ ପିଲାର ନିର୍ମାଣ ହେବାକୁ ଯାଉଛି। ସେଥିମଧ୍ୟରୁ ପ୍ରାୟ ୪୫୦ ପିଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପିଲାର ମଧ୍ୟରେ ୨୧ ମିଟର ଦୂରତା ରହିଛି। 

ପଶୁଙ୍କ ପାଇଁ ନିର୍ମିତ ହେବ ପଶୁ ମାର୍ଗ 
ଏସିଆ ମହାଦେଶ ଏହି ଦୀର୍ଘତମ ବନ୍ୟଜନ୍ତୁ କରିଡର ମୋହାଣ୍ଡ (Mohand Area Uttarakhand) ଠାରୁ ଆରମ୍ଭ ହୋଇ ଦାତକାଲି ମନ୍ଦିର (Daat Kali Temple Dehradun) ପର୍ଯ୍ୟନ୍ତ ନିର୍ମାଣ ହେବ। ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ (Wildlife Institute of India) ପରାମର୍ଶକୁ ଆଧାର କରି ଏନଏଚଏଆଇ ଏହି କରିଡର ନିର୍ମାଣ କରୁଛି। ଉତ୍ତରାଖଣ୍ଡ (Uttarakhand) ଡେରାଡୁନ (Dehradun) ସ୍ଥିତ ଦତ୍ତ କାଳୀ ମନ୍ଦିର ନିକଟରେ ରହିଥିବା ୩୪୦ ମିଟର ଲମ୍ବା ସୁଡଙ୍ଗ ବନ୍ୟଜନ୍ତୁଙ୍କ ଉପରେ ଯାନବାହାନ ପ୍ରଭାବକୁ ହ୍ରାସ କରିବାରେ ସହାୟକ ହେବ। ଏହା ସହିତ ଗଣେଶପୁର-ଡେରାଡୁନ୍ ବିଭାଗରେ (Ganeshpur Dehradun Section NHAI) ପଶୁ-ଯାନବାହାନ ଦୁର୍ଘଟଣାକୁ (Wildlife-Vehicle Collisions) ହ୍ରାସ କରିବା ପାଇଁ ପଶୁ ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଶିବଲିକ୍ ବନ ବିଭାଗ ଉଭୟ ଉତ୍ତର ପ୍ରଦେଶ (Shivalik Forest Division Uttar Pradesh) ଏବଂ ଡେରାଡୁନ୍ ବନ ବିଭାଗ ଉତ୍ତରାଖଣ୍ଡ (Dehradun Forest Division Uttarakhand) ନିକଟରେ ରହିବ। ଏହି ଘାଟିରେ ଦୁଇଟି ହାତୀ ଅଣ୍ଡରପାସ୍ ମଧ୍ୟ ନିର୍ମାଣ କରାଯାଉଛି। ଯାହାର ଲମ୍ବା ହେଉଛି ୨୦୦ ମିଟର। ଏହା ସହିତ ପଶୁଙ୍କ ପାଇଁ ୬ ଅଣ୍ଡରପାସ୍ (underpass for animals in india) ନିର୍ମାଣ କରାଯାଉଛି।

ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ ୨୧୦ କିଲୋମିଟର ଲମ୍ବା ହେବ। ଯାହାର ଅଧିକାଂଶ ଭାଗ ଉତ୍ତର ପ୍ରଦେଶରେ ରହିଛି। ଏହି ରାଜପଥ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ୧୨ ଲେନ (12 Lane Highway in India) ବିଶିଷ୍ଟ ହେବ। ହେଲେ ଏହି ମାର୍ଗକୁ ଆଗକୁ ବଢାଇ ଏହଗି ଏକ୍ସପ୍ରେସ ୱେ ୬ ଲେନ (6 Lane Highway in India) ବିଶିଷ୍ଟ ହେବ। ଏହି ଏକ୍ସପ୍ରେସ ୱେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଠାରେ ଅବସ୍ଥିତ ଅନେକ ଗୁରୁତ୍ୱପୂର୍ଣ୍ଣ ସହରକୁ ସଂଯୋଗ କରିବ। ଏହାର ନିର୍ମାଣ ପରେ ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା ମାତ୍ର ଅଢେଇ ମଧ୍ୟରେ ଶେଷ ହୋଇଯିବ। ହେଲେ ବର୍ତ୍ତମାନ ଯାତ୍ରା ସମୟ ୭ ଘଣ୍ଟା ରହିଛି। ଏନଏଚଏଆଇ ଅନୁଯାୟୀ ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସ ୱେ୍ ର ପ୍ରଥମ ୨ ବିଭାଗ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ପରିବହନ ପାଇଁ ଖୋଲାଯିବ।