Gratuity and Pension Rule: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର: ମୋଦି ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!
Advertisement

Gratuity and Pension Rule: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର: ମୋଦି ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

Gratuity and Pension Rule: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି କର୍ମଚାରୀମାନେ ଏହାକୁ ଅଣଦେଖା କରନ୍ତି ତେବେ ଅବସର ପରେ ସେମାନଙ୍କୁ ପେନସନ୍ ଓ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେବାକୁ ପଡ଼ିବ । କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ସରକାର ଚେତାବନୀ ଜାରି କରିଛନ୍ତି । ଯଦି ଜଣେ କର୍ମଚାରୀ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସରକାରଙ୍କ...

Gratuity and Pension Rule: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର: ମୋଦି ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

Central Government New Rule For Gratuity and Pension: କେନ୍ଦ୍ର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (Dearness Allowance) ଓ ବୋନସ୍ (Bonus) ଦେବା ପରେ ବର୍ତ୍ତମାନ ସରକାର (Central Govt) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ କେନ୍ଦ୍ର ସରକାର (Central Government) କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି କର୍ମଚାରୀମାନେ ଏହାକୁ ଅଣଦେଖା କରନ୍ତି ତେବେ ଅବସର ପରେ ସେମାନଙ୍କୁ ପେନସନ୍ ଓ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେବାକୁ ପଡ଼ିବ । କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ସରକାର ଚେତାବନୀ ଜାରି କରିଛନ୍ତି । ଯଦି ଜଣେ କର୍ମଚାରୀ (Central Government Employee) କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଅବସର ପରେ ତାଙ୍କ ପେନସନ (Pension) ଓ ଗ୍ରାଚ୍ୟୁଇଟି (Gratuity) ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । କିନ୍ତୁ ରାଜ୍ୟମାନେ ଏହାକୁ ମଧ୍ୟ ଲାଗୁ କରିପାରିବେ । 

ନିକଟ ଅତୀତରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍ (ପେନସନ) ନିୟମ ୨୦୨୧ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର ନିକଟ ଅତୀତରେ CCS (ପେନସନ) ନିୟମ ୨୦୨୧ର ନିୟମ ୮ରେ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ନୂତନ ବ୍ୟବସ୍ଥା ଯୋଡି ଦିଆଯାଇଛି । ଯଦି କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅବସର ପରେ ସେମାନଙ୍କ ଗ୍ରାଚ୍ୟୁଇଟି ଓ ପେନସନ ବନ୍ଦ ହୋଇଯିବ ।

ସୂଚନାଯୋଗ୍ୟ, ପରିବର୍ତ୍ତିତ ନିୟମ ବିଷୟରେ ସୂଚନା ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ କେନ୍ଦ୍ର ପଠାଇଛି । କେବଳ ଏତିକି ନୁହେଁ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଯଦି ଦୋଷୀ କର୍ମଚାରୀଙ୍କ ବିଷୟରେ ସୂଚନା ମିଳେ, ତେବେ ସେମାନଙ୍କ ପେନସନ୍ ଓ ଗ୍ରାଚ୍ୟୁଇଟି ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବା ଆବଶ୍ୟକ । ଅର୍ଥାତ୍ ଏଥର ସରକାର ଏହି ନିୟମକୁ କଡାକଡି କରିଛନ୍ତି ।

କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

ଏପରି ପ୍ରେସିଡେଣ୍ଟ ଯିଏ ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ପ୍ରାଧିକରଣରେ ସାମିଲ ରହିଥିଲେ, ସେମାନଙ୍କୁ ଗ୍ରାଚ୍ୟୁଇଟି କିମ୍ବା ପେନ୍ସନ୍ ବନ୍ଦ କରିବାର ଅଧିକାର ଦିଆଯାଇଛି । ଏହା ବ୍ୟତୀତ ଏପରି ସଚିବ ଯିଏ ସଂପୃକ୍ତ ମନ୍ତ୍ରଣାଳୟ କିମ୍ବା ବିଭାଗ ସହିତ ଜଡିତ ଯେଉଁଥିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି, ସେମାନଙ୍କୁ ମଧ୍ୟ ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରିବାର ଅଧିକାର ଦିଆଯାଇଛି । ଯଦି ଜଣେ କର୍ମଚାରୀ ଅଡିଟ୍ ଓ ଆକାଉଣ୍ଟସ୍ ବିଭାଗରୁ ଅବସର ନେଇଛନ୍ତି, ତେବେ ଦୋଷୀ କର୍ମଚାରୀଙ୍କ ଅବସର ପରେ ପେନସନ୍ ଓ ଗ୍ରାଚ୍ୟୁଇଟି ବନ୍ଦ କରିବାକୁ CAG କୁ କ୍ଷମତା ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

ଅଧିକ ପଢ଼ନ୍ତୁ:-ଦଲେର ମେହେନ୍ଦୀଙ୍କ ପୁଣି ବଢ଼ିଲା ଅସୁବିଧା, ଗୁରୁଗ୍ରାମ ସ୍ଥିତ ଫାର୍ମହାଉସ ସିଲ୍; ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ବଡ଼ ଝଟକା, ବୁଡ଼ିଯିବ LIC ଟଙ୍କା!

 

କିପରି ଲାଗୁ ହେବ?

ଜାରି କରାଯାଇଥିବା ନିୟମ ଅନୁଯାୟୀ, ଯଦି ଚାକିରି ସମୟରେ ଏହି କର୍ମଚାରୀଙ୍କ ବିରୋଧରେ କୌଣସି ବିଭାଗୀୟ କିମ୍ବା ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଏହାର ସୂଚନା ସଂପୃକ୍ତ ଅଧିକାରୀଙ୍କୁ ଜଣାଇବା ମଧ୍ୟ ଆବଶ୍ୟକ ହେବ । ଯଦି ଜଣେ କର୍ମଚାରୀ ଅବସର ପରେ ପୁନ-ନିଯୁକ୍ତ ହୁଅନ୍ତି, ତେବେ ତାଙ୍କ ପାଇଁ ସମାନ ନିୟମ ଲାଗୁ ହେବ । ଯଦି ଜଣେ କର୍ମଚାରୀ ଅବସର ପରେ ପେନସନ୍ ଓ ଗ୍ରାଚ୍ୟୁଇଟି ପେମେଣ୍ଟ ନେଇସାରିଛନ୍ତି ଓ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କଠାରୁ ପୂର୍ଣ୍ଣ କିମ୍ବା ଆଂଶିକ ପରିମାଣର ପେନସନ୍ କିମ୍ବା ଗ୍ରାଚ୍ୟୁଇଟି ରିକଭର୍ ହୋଇପାରିବ । ବିଭାଗରେ ହୋଇଥିବା କ୍ଷତି ଆଧାରରେ ଏହାର ମୂଲ୍ୟାଙ୍କନ କରାଯିବ । ଯଦି କର୍ତ୍ତୃପକ୍ଷ ଚାହାଁନ୍ତି, କର୍ମଚାରୀଙ୍କ ପେନସନ କିମ୍ବା ଗ୍ରାଚ୍ୟୁଇଟି ସ୍ଥାୟୀ କିମ୍ବା କିଛି ସମୟ ପାଇଁ ବନ୍ଦ ହୋଇପାରିବ ।