LTC Rules: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଟ୍ରେନରେ କରିବେ ମାଗଣା ଯାତ୍ରା !
Advertisement
Article Detail0/zeeodisha/odisha2607072

LTC Rules: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଟ୍ରେନରେ କରିବେ ମାଗଣା ଯାତ୍ରା !

LTC Rules: ସରକାରୀ କର୍ମଚାରୀମାନେ ସେମାନଙ୍କର ଲିଭ୍ ଟ୍ରାଭେଲ୍ ରିହାତି (LTC) ପାଇ ଅତ୍ୟାଧୁନିକ ବନ୍ଦେ ଭାରତ, ତେଜସ୍ ଏବଂ ହମସଫର ଏକ୍ସପ୍ରେସରେ ଯାତ୍ରା କରିବାର ସୁବିଧା ପାଇପାରିବେ।

LTC Rules: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଟ୍ରେନରେ କରିବେ ମାଗଣା ଯାତ୍ରା !

Travel News: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସରକାରୀ କର୍ମଚାରୀମାନେ LTC ଅଧୀନରେ ବନ୍ଦେ ଭାରତ ଏକ୍ସପ୍ରେସ୍, ହମସଫର ଏବଂ ତେଜସ ଭଳି ବିଳାସପୂର୍ଣ୍ଣ ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇପାରିବେ । ସରକାରୀ କର୍ମଚାରୀମାନେ ବର୍ତ୍ତମାନ ମୋଟ ୩୮୫ଟି ଟ୍ରେନରେ ଯାତ୍ରା କରିପାରିବେ, ଯେଉଁଥିରେ ରହିଛି ୧୩୬ଟି ବନ୍ଦେ ଭାରତ ଏକ୍ସପ୍ରେସ, ୯୭ଟି ହମସଫର ଏବଂ ୮ଟି ତେଜସ ଏକ୍ସପ୍ରେସ । ପୂର୍ବରୁ ସରକାରୀ ଚାକିରିଆ ମାନେ ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଭଳି ୧୪୪ଟି ଉଚ୍ଚମାନର ଟ୍ରେନରେ ଏସି ଯାତ୍ରାର ସୁବିଧା ପାଉଥିଲେ । ଏହି ନିଷ୍ପତ୍ତି ଦେଶର ସମସ୍ତ ଅଞ୍ଚଳରେ LTC ଯାତ୍ରା ବୁକିଂ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବ ବୋଲି କୁହାଯାଉଛି।

ଏଲଟିସି ଅଧୀନରେ ବିଭିନ୍ନ ପ୍ରିମିୟମ୍ ଟ୍ରେନ୍ ସମ୍ପର୍କରେ ସମସ୍ତ କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କଠାରୁ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ପରାମର୍ଶ ପାଇବା ପରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସମସ୍ତ ସ୍ତରର ସରକାରୀ କର୍ମଚାରୀମାନେ ଏବେ ସେମାନଙ୍କର ଲିଭ୍ ଟ୍ରାଭେଲ୍ ରିହାତି (LTC) ପାଇ ଅତ୍ୟାଧୁନିକ ବନ୍ଦେ ଭାରତ, ତେଜସ୍ ଏବଂ ହମସଫର ଏକ୍ସପ୍ରେସରେ ବିଶ୍ୱସ୍ତରୀୟ ଯାତ୍ରା ସୁବିଧା ଉପଭୋଗ କରିପାରିବେ ।

ତେବେ ନିଷ୍ପତ୍ତି ଅନୁଯାୟୀ, କର୍ମଚାରୀମାନେ ଏବେ ୨୪୧ଟି ଅତିରିକ୍ତ ଟ୍ରେନ ପାଇଁ LTC ବ୍ୟବହାର କରିପାରିବେ। ଏହି ନିଷ୍ପତ୍ତି ସହିତ, ଦେଶର ସମସ୍ତ ଜୋନରେ ମୋଟ ୩୮୫ଟି ଟ୍ରେନ ଚାଲିବ । ଉକ୍ତ ଟ୍ରେନ ଗୁଡିକରେ ସରକାରୀ କର୍ମଚାରୀମାନେ LTC ଯାତ୍ରା ପାଇଁ ଟିକେଟ ବୁକ୍ କରିପାରିବେ।

ସରକାରୀ କର୍ମଚାରୀଙ୍କ ପେ ବ୍ୟାଣ୍ଡ ତଥା ଯୋଗ୍ୟତା ଅନୁଯାୟୀ, LTC ଅଧୀନରେ ତେଜସ ଏକ୍ସପ୍ରେସ୍, ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ହମସଫର ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀ LTC ପାଇବା ପରେ ସେମାନଙ୍କର ଯାତ୍ରା ଟିକେଟ୍ ଖର୍ଚ୍ଚ ଫେରସ୍ତ ପାଇଥାନ୍ତି।

ଗତ ବର୍ଷ, ସରକାର ଅନେକ ସ୍ଥାନ ପାଇଁ LTC ସମୟସୀମା ବଢାଇଥିଲେ । କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କ ପାଇଁ ଜମ୍ମୁ ଏବଂ କାଶ୍ମୀର, ଲଦାଖ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଯାତ୍ରା ପାଇଁ ଲିଭ୍ ଟ୍ରାଭେଲ୍ ରିହାତି (LTC) ପାଇବା ପାଇଁ ଯୋଜନାକୁ ଦୁଇ ବର୍ଷ ପାଇଁ ବୃଦ୍ଧି କରିଥିଲେ। ବର୍ତ୍ତମାନ ଉକ୍ତ ଯୋଜନା ୨୬ ସେପ୍ଟେମ୍ବର ୨୦୨୪ ରୁ ୨୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁଯାୟୀ, ସରକାରୀ କର୍ମଚାରୀମାନେ ଏହି ମନୋନୀତ ସ୍ଥାନଗୁଡ଼ିକୁ ଯାତ୍ରା କରିବା ପାଇଁ ସେମାନଙ୍କର ହୋମଟାଉନ LTC କୁ ପରିବର୍ତ୍ତନ କରିପାରିବେ।

ଲେଭଲ୍ ୧୧ ଏବଂ ତା’ଠାରୁ ତଳ ସ୍ତରରେ ଥିବା କର୍ମଚାରୀମାନେ ବନ୍ଦେ ଭାରତ, ତେଜସ ଏବଂ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ଛୋଟ ଏବଂ ମଧ୍ୟମ ଦୂରତା ରେଳ ଯାତ୍ରାରେ ଚେୟାର କାର୍ ଯାତ୍ରାର ସୁବିଧା ପାଇପାରିବେ। ଠିକ୍ ସେହିପରି ଲେଭଲ ୧୨ ଏବଂ ତା’ଠାରୁ ଅଧିକ ଲେଭଲ ଥିବା କର୍ମଚାରୀମାନେ ଏକଜିକ୍ୟୁଟିଭ୍ ଚେୟାର କାର ରହଣି ପାଇଁ ଯୋଗ୍ୟ। ବର୍ଥ ସହିତ ରାଜଧାନୀ ଭଳି ଲଗଜରୀ ଟ୍ରେନରେ ଦୀର୍ଘ ଦୂରତା ଯାତ୍ରା ପାଇଁ, ଲେଭଲ ୧୨ ଏବଂ ତା'ଠାରୁ ଅଧିକ ଲେଭଲର କର୍ମଚାରୀମାନେ ସେକେଣ୍ଡ କ୍ଲାସ ଏସିରେ ଯାତ୍ରା କରିବା ଅପ୍ସନ ବାଛିପାରିବେ। ଲେଭଲ ୬ ରୁ ୧୧ ପର୍ଯ୍ୟନ୍ତ ସ୍ଥାନ ପାଇଥିବା କର୍ମଚାରୀମାନେ ଦ୍ୱିତୀୟ AC ରେ ଯାତ୍ରା କରିବାର ବିକଳ୍ପ ପାଇପାରିବେ । ଲେଭଲ ୫ ଏବଂ ତା’ଠାରୁ ତଳ ସ୍ତରର କର୍ମଚାରୀମାନେ ନିଜ LTC ଯାତ୍ରା ପାଇଁ ଥାର୍ଡ AC ରେ ଯାତ୍ରା କରିପାରିବେ ।

LTC ବିଷୟରେ?
ସରକାରୀ କର୍ମଚାରୀମାନଙ୍କୁ ଦିଆଯାଉଥିବା ଏକ ରିହାତି ଯାତ୍ରା ସୁବିଧାକୁ LTC କୁହାଯାଏ । ଯାହା ସେମାନଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରେ। ଯୋଗ୍ୟ କେନ୍ଦ୍ର ସରକାରୀ କର୍ମଚାରୀମାନେ LTC ଯୋଜନା ଅଧୀନରେ ରାଉଣ୍ଡ ଟ୍ରିପ୍ ପାଇଁ ଦରମା ସହିତ ଛୁଟି ଏବଂ ଟିକେଟ୍ ଟଙ୍କା ଫେରସ୍ତ ପାଇବାର ହକଦାର। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର କାର୍ମିକ ଏବଂ ତାଲିମ ବିଭାଗ ଅନୁଯାୟୀ, କର୍ମଚାରୀମାନେ ପ୍ରତି ଦୁଇ ବର୍ଷରେ ଦୁଇଥର ହୋମ ଟାଉନ୍ ଏଲଟିସି ପାଇବାର ହକଦାର ଅଟନ୍ତି । ଦୁଇ ବର୍ଷରେ ଥରେ ନିଜ ଘର ସହର ପରିଦର୍ଶନ କରିବାର ଏବଂ ଅନ୍ୟ ଏକ ବର୍ଷ ମଧ୍ୟରେ ଭାରତ ଭ୍ରମଣର ହକଦାର।

Also Read- Khandagiri Jatra: ପ୍ରଶାସନ ଉପରେ ବର୍ଷିଲେ ନିଶା, ରାଣୀ ଏବଂ ସାହୁ ଭାଉଜ... 'ଆମ ଦାନାପାଣିରେ ଲାତ ମାରୁଛନ୍ତି'

Also Read- Bollywood News: ସୈଫ୍‌ଙ୍କୁ ଆକ୍ରମଣ ଘଟଣା, ଛତିଶଗଡ଼ ଦୁର୍ଗରୁ ଧରାପଡ଼ିଲା ସନ୍ଦିଗ୍ଧ