Smart LED TV: ମାତ୍ର ୧୨ ହଜାର ଟଙ୍କାରେ ଘରକୁ ବନାନ୍ତୁ ସିନେମା ହଲ୍, ଶସ୍ତାରେ କିଣନ୍ତୁ ସ୍ମାର୍ଟ ଏଲଇଡି ଟିଭି
Advertisement
Article Detail0/zeeodisha/odisha1926337

Smart LED TV: ମାତ୍ର ୧୨ ହଜାର ଟଙ୍କାରେ ଘରକୁ ବନାନ୍ତୁ ସିନେମା ହଲ୍, ଶସ୍ତାରେ କିଣନ୍ତୁ ସ୍ମାର୍ଟ ଏଲଇଡି ଟିଭି

Smart LED TV: ଦୀପାବଳି ସମୟରେ ମିଳୁଥିବା ବିଭିନ୍ନ ଅଫର କାରଣରୁ ସ୍ମାର୍ଟ ଏଲଇଡି ଟିଭିର ଚାହିଦା ଯଥେଷ୍ଟ ବଢିଥାଏ, ତେଣୁ ଯଦି ଆପଣ ମଧ୍ୟ ଏହି ପାର୍ବଣ ଋତୁରେ ଏକ ନୂଆ ସ୍ମାର୍ଟ ଟିଭି ଘରକୁ ଆଣିବାକୁ ଚାହଁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Smart LED TV: ମାତ୍ର ୧୨ ହଜାର ଟଙ୍କାରେ ଘରକୁ ବନାନ୍ତୁ ସିନେମା ହଲ୍, ଶସ୍ତାରେ କିଣନ୍ତୁ ସ୍ମାର୍ଟ ଏଲଇଡି ଟିଭି

Smart LED TV: ପାର୍ବଣ ଋତୁରେ ଯଦି ଆପଣ ନିଜ ଘର ପାଇଁ ଗୋଟିଏ ନୂତନ ସ୍ମାର୍ଟ ଏଲଇଡି ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଉ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । କାରଣ ବର୍ତ୍ତମାନ ଖୁବ ଶସ୍ତାରେ ଫ୍ଲିପକାର୍ଟ (Flipkart)ରେ ସ୍ମାର୍ଟ ଏଲଇଡି ଟିଭି ମିଳୁଛି । ଆଜି ଆମେ ଆପଣଙ୍କୁ  ଏପରି ଏକ ଟିଭି ବିଷୟରେ କହିବୁ ଯାହା ଆପଣଙ୍କ ବଜେଟକୁ ସୁହାଇବ । କାରଣ ମାତ୍ର ୧୨ ହଜାର ଟଙ୍କାରେ ମିଳୁଛି ଏହି ନୂଆ ଏଲଇଡି ଟିଭି । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଏକ ଭିନ୍ନ ଅନୁଭବ ପାଇବେ ।

ସାନସୁଇ ନିଓ ୮୦ସେମି (୩୨ ଇଞ୍ଚ) HD 
ଅନଲାଇନ ସପିଂ ଆପ୍ ଫ୍ଲିପକାର୍ଟରେ ଉପଲବ୍ଧ ରହିଛି ଏହି ସ୍ମାର୍ଟ ଏଲଇଡି ଟିଭି । ଏହି ଟିଭିର ପ୍ରକୃତ ମୂଲ୍ୟ ୧୯,୯୯୦ ଥିବା ସମୟରେ ବର୍ତ୍ତମାନ ଏହା ଉପରେ ୪୮ ପ୍ରତିଶତ ବମ୍ପର ରିହାତି (Bumper Discount) ମିଳୁଛି । ତେବେ ରିହାତି ଅଫର ଦିଆଯିବା ପରେ ସ୍ମାର୍ଟ ଟିଭିର ମୂଲ୍ୟ ବର୍ତ୍ତମାନ ମାତ୍ର ୧୦୨୬୫ ଟଙ୍କା ରହିଛି । ଏହି ଏଲଇଡି ଟିଭିର ଫିଚର ବିଷୟରେ କହିବାକୁ ଗଲେ ଗ୍ରାହକମାନଙ୍କୁ ଏଥିରେ ୟୁଟ୍ୟୁବ ସପୋର୍ଟ (youtube support) ମିଳିବ । ଏଥିସହିତ ଏହି ଟିଭିରେ ଲିନକ୍ସ ଅପରେଟିଂ ସିଷ୍ଟମ୍ ମଧ୍ୟ ଦିଆଯାଇଛି । ଏହି ଏଲଇଡି ଟିଭିଟିରେ ୨୪ ୱାଟର ଏକ ସାଉଣ୍ଡ ଆଉଟପୁଟ୍ ସିଷ୍ଟମ୍ ରହିଛି ।

ଇନଫିନିକ୍ସ Y1 ୮୦ ସେମି (୩୨ ଇଞ୍ଚ) HD

ଏହି ଏଲଇଡି ଟିଭିର ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଏଥିରେ ପ୍ରାଇମ ଭିଡିଓ (Prime video) ଏବଂ ୟୁଟ୍ୟୁବ ସପୋର୍ଟ ପାଇବେ । ଏହା ସହିତ ଲିନକ୍ସ ଅପରେଟିଂ ସିଷ୍ଟମ ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି । ଏହି ସ୍ମାର୍ଟ ଟିଭିରେ ଆପଣଙ୍କୁ ୨୦ ୱାଟ୍ ଅଡିଓ ଆଉଟପୁଟ୍ ମିଳିବ । ଏହି ସ୍ମାର୍ଟ ଟିଭିର ବଜାର ଦର ୧୬,୯୯୯ ରହିଥିବା ସମୟରେ ଆପଣ ଏହାକୁ ୮୪୯୯ ଟଙ୍କାରେ ପାଇପାରିବେ । କହିବାକୁ ଗଲେ ଏଥିରେ ପ୍ରାୟ ୫୦ ପ୍ରତିଶତ ରିହାତି ଦିଆଯାଉଛି ।

ଥମସନ 9A ସିରିଜ୍ ୮୦ ସେମି (୩୨ ଇଞ୍ଚ) HD

ଗ୍ରାହକମାନଙ୍କୁ ଏହି ସ୍ମାର୍ଟ ଏଲଇଡି ଟିଭିରେ ଅନେକ କିଛି ମିଳିବ । ପ୍ରାଇମ ଭିଡିଓ ସହିତ ଡିଜନି + ହଟଷ୍ଟାର ଏବଂ ୟୁଟ୍ୟୁବ ସପୋର୍ଟ ରହିଛି । ଏହି ଟିଭିରେ ଦିଆଯାଇଥିବା ଫିଚର ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଏଥିରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ପାଇବେ । ଏଥିସହ ଗୁଗୁଲ୍ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ମଧ୍ୟ ରହିଛି । ଏହି ସ୍ମାର୍ଟ ଏଲଇଡି ଟିଭିରେ ଆପଣଙ୍କୁ ୨୪ ୱାଟର ସାଉଣ୍ଡ ଆଉଟପୁଟ୍ ମିଳିବ । ଯଦି ଆମେ ଟିଭିର ଦର ସମ୍ପର୍କରେ ଆଲୋଚନା କରିବା ତେବେ ଏହାର ପ୍ରକୃତ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । କିନ୍ତୁ ବର୍ତ୍ତମାନ ଅଫରରେ ଆପଣ ଏହାକୁ ମାତ୍ର ୭,୯୯୯ ଟଙ୍କା।

Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Also Read- Heart Attack: ନବରାତ୍ରୀରେ ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ, ଦାଣ୍ଡିଆ ଖେଳିବା ସମୟରେ ହୃଦଘାତ