Budget 2023: ବର୍ତ୍ତମାନ ଘରେ ବସି ମହିଳାମାନେ ପାଇପାରିବେ ୧୫,୦୦୦ ଟଙ୍କା, ଏହି ସ୍କିମରେ ନିବେଶ କରିବାକୁ ହେବ ଟଙ୍କା
Advertisement

Budget 2023: ବର୍ତ୍ତମାନ ଘରେ ବସି ମହିଳାମାନେ ପାଇପାରିବେ ୧୫,୦୦୦ ଟଙ୍କା, ଏହି ସ୍କିମରେ ନିବେଶ କରିବାକୁ ହେବ ଟଙ୍କା

Budget 2023: ନିର୍ମଳା ସୀତାରମଣ ଘୋଷଣା କରି ଥିବା ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପାତ୍ର । ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅବିଭାଷଣରେ କହିଛନ୍ତି ।

ସାଙ୍କେତିକ ଛବି

Mahila Samman Bachat Patra: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ବୁଧବାର ସଂସଦରେ ବଜେଟ୍ ୨୦୨୩ (Budget 2023) ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷର ବଜେଟରେ ମହିଳାମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଇ ସୀତାରମଣ ସେମାନଙ୍କ ପାଇଁ ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ଘୋଷଣା କରିଛନ୍ତି । ଏହି ସ୍କିମର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପତ୍ର (Mahila Samman Bachat Patra) । ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ସ୍କିମ୍ ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି । ମହିଳା କିମ୍ବା ଝିଅମାନେ ଏଥିରେ ନିବେଶ କରିବାକୁ ସମର୍ଥ ହେବେ। ଏହି  ସ୍ମଲ୍ ସେଭିଂ ସ୍କିମରେ ମହିଳାମାନେ ୭.୫ ପ୍ରତିଶତ ଫିକ୍ସ ଇଣ୍ଟ୍ରେଷ୍ଟ ହାରରେ ସୁଧ ପାଇବେ । ବଜେଟ୍ ଭାଷଣ ଅନୁଯାୟୀ 'ମହିଳା ସମ୍ମାନ ବଚ୍ଚତ ପତ୍ର' ସ୍କିମରେ ସର୍ବାଧିକ ଜମା ରାଶି ୨ ଲକ୍ଷ ଟଙ୍କା ରଖାଯାଇଛି । ଏହା ବ୍ୟତୀତ ନିବେଶକମାନେ ଏହି ଯୋଜନାରେ ଆଂଶିକ ପ୍ରତ୍ୟାହାରର ସୁବିଧା ମଧ୍ୟ ପାଇବେ ।

ଏତିକି ମିଳିବ ଲାଭ
ମହିଳା ସମ୍ମାନ ବଚ୍ଚତ ପତ୍ରରେ ସରକାର ୭.୫ ପ୍ରତିଶତ ସୁଧ ହାର ସ୍ଥିର କରିଛନ୍ତି । ଏହି ସ୍ମଲ୍ ସେଭିଂ ସ୍କିମ ରେ ଜଣେ ମହିଳା ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଉପାୟରେ ସେ ୭.୫ ପ୍ରତିଶତ ହାରରେ ୧୫,୦୦୦ ଟଙ୍କା ଲାଭ ପାଇବେ ।

ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଦେନ୍ଦାୟଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଗ୍ରାମାଞ୍ଚଳର ମହିଳାମାନଙ୍କ ସହ ୮୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ସେ କହିଛନ୍ତି ଯେ ବୃହତ ଉତ୍ପାଦନକାରୀ ଉଦ୍ୟୋଗ କିମ୍ବା ସାମୂହିକ ମାଧ୍ୟମରେ ଅର୍ଥନୈତିକ ସଶକ୍ତିକରଣର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସେ ଏହି ଗୋଷ୍ଠୀମାନଙ୍କୁ ସାହାଯ୍ୟ କରିବେ ।

ସୀତାରମଣ ଘୋଷଣା କରିଛନ୍ତି ଯେ ସିନିୟର ସିଟିଜେନ ସେଭିଂ ସ୍କିମରେ ସର୍ବାଧିକ ନିବେଶ ପରିମାଣ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥି ସହିତ ଡାକଘରର ମାସିକ ଆୟ ଯୋଜନାରେ ନିବେଶ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଜଣେ ବ୍ୟକ୍ତି ୪.୫ ଲକ୍ଷ ଟଙ୍କା ବଦଳରେ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ଏହା ବ୍ୟତୀତ ବଜେଟରେ ଘୋଷଣା କରାଯାଇଛି ଯେ ନୂତନ ଟିକସ ବ୍ୟବସ୍ଥାରେ ବ୍ୟକ୍ତିଗତ ଆୟକର ଛାଡ ସୀମା ବର୍ତ୍ତମାନର ପାଞ୍ଚ ଲକ୍ଷରୁ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏହିପରି, ନୂତନ ଟିକସ ବ୍ୟବସ୍ଥାରେ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏଥି ସହିତ, ନୂତନ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ଟିକସ ସଂରଚନାରେ ସ୍ଲାବ ସଂଖ୍ୟା ଛଅରୁ ପାଞ୍ଚକୁ ହ୍ରାସ କରାଯାଇଛି । ଟିକସ ଛାଡ ସୀମାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିବା ମାତ୍ରେ ଲାଗିଲା ଭାରତ ଯୋଡୋର ସ୍ଲୋଗାନ, ଆପଣ ଦେଖିଛନ୍ତି କି ଏହି Video?