Political News: ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, 'ରାହୁଲ ଗାନ୍ଧୀ ପାଗଳଖାନାରେ ରହିବା ଉଚିତ'
Advertisement

Political News: ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, 'ରାହୁଲ ଗାନ୍ଧୀ ପାଗଳଖାନାରେ ରହିବା ଉଚିତ'

Political News: କଂଗ୍ରେସ ନେତା ରାହୁଲଙ୍କ ଉପରେ ପ୍ରବଳ ବର୍ଷିଲେ ସାକ୍ଷୀ ମହାରାଜ । ତେବେ ଏପରି ବିବୃତ୍ତିକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଗଲାଣି ।

Political News: ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, 'ରାହୁଲ ଗାନ୍ଧୀ ପାଗଳଖାନାରେ ରହିବା ଉଚିତ'

Political News: ବର୍ତ୍ତମାନ ସାଷୀ ମହାରାଜଙ୍କ ବୟାନକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଏହି ବିବୃତ୍ତି ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି ସାକ୍ଷୀ ମହାରାଜ (sakshi maharaj) । କାରଣ ସାକ୍ଷୀ ମହାରାଜ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul gandhi)ଙ୍କୁ ଟାର୍ଗେଟ କରିବା ସହ ଭାଷଣରେ ତାଙ୍କୁ 'ପାଗଳ' ବୋଲି କହିଛନ୍ତି । ଏହି କାରଣରୁ ଅନେକ କଂଗ୍ରେସ ନେତା ତାଙ୍କୁ ବିରୋଧ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । 

ସାକ୍ଷୀ ମହାରାଜ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏପରି ବର୍ଷିଥିଲେ । ତାଙ୍କ ବୟାନରେ ମଣିପୁରରେ ରାହୁଲ ଗାନ୍ଧୀଙ୍କ 'ଭାରତ ମାତାର ହତ୍ୟା' ଉପରେ ଦେଇଥିବା ବିବୃତ୍ତିରେ ସାକ୍ଷୀ ମହାରାଜ କହିଛନ୍ତି ଯେ, ମୁଁ ଭାବୁଛି ରାହୁଲ ଗାନ୍ଧୀ ପାଗଳଖାନାରେ ରହିବା ଉଚିତ । ସେ ଏକଥା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ ବିରୋଧୀ ବଡ଼ ଆତଙ୍କିତ ଅବସ୍ଥାରେ ଅଛନ୍ତି, ସେହି କାରଣରୁ ଲୋକସଭାର ମୌସୁମୀ ଅଧିବେଶନକୁ ସେମାନେ ସଠିକ ଭାବରେ ଚାଲିବାକୁ ଦେଇନଥିଲେ ।

'ଭାରତ ମାତାର ହତ୍ୟା' ବିବୃତ୍ତି ପାଇଁ ସାକ୍ଷୀ ମହାରାଜ କଂଗ୍ରେସ (Congress)କୁ ନାନା କଥା କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଯେଉଁ ଦିନ କଂଗ୍ରେସ ଦ୍ୱାରା ଦେଶ ତିନି ଭାଗରେ ବିଭକ୍ତ ହୋଇଥିଲା ସେହି ଦିନ ଏହି ଦେଶକୁ ହତ୍ୟା କରାଯାଇଥିଲା । ସେ କହିଛନ୍ତି ଯେ, ଗୃହରେ ମଣିପୁର ଉପରେ ଗୃହମନ୍ତ୍ରୀ ଅମିତ ଶାହା (home minister amit shah) ଯେପରି ଉତ୍ତର ଦେଇଥିଲେ ତାହା ଶୁଣିବା ପରେ ପ୍ରାୟ ସମସ୍ତେ ନିରବ ଅଛନ୍ତି । ଅମିତ ଶାହାଙ୍କ ଉତ୍ତର ପରେ ଆଉ କାହା ମୁହଁରେ କିଛି ଭାଷା ନାହିଁ । ଏହା ପରେ ସେ ବିରୋଧୀ ଦଳଙ୍କୁ କୃଷକ (Farmer)ଙ୍କ ସହ ଯୋଡି କହିଥିଲେ ଯେ ଏମାନେ କୃଷି ବିରୋଧୀ । କାରଣ ସେମାନେ କୃଷକଙ୍କ ଉନ୍ନତି କିମ୍ୱା ଦେଶର ଉନ୍ନତି ତଥା ଶୁଭେଚ୍ଛୁ ନୁହଁନ୍ତି । ବିରୋଧୀ କେବଳ ରାଜନୀତି କରିବାକୁ ଚାହୁଁଛନ୍ତି ଦେଶର ଉନ୍ନତି ନୁହେଁ ।

କଂଗ୍ରେସ ଉପରେ ପ୍ରବଳ ବର୍ଷିବା ପରେ ସାକ୍ଷୀ ମହାରାଜ କହିଥିଲେ ଯେ, 'କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଛିଡା ହୋଇପାରୁ ନାହିଁ । ଏହାର କାରଣ ହେଉଛି ରାଜନୀତି ଶାନ୍ତ, ଭ୍ରଷ୍ଟାଚାର ଏବଂ ପାରିବାରିକତା । ଏହି ଦେଶ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛି । ଏଥିସହ ସାକ୍ଷୀ ମହାରାଜ ଏକଥା ମଧ୍ୟ କହିଛନ୍ତି ଯେ, ପିଏମ ମୋଦୀଙ୍କ ନେତୃତ୍ୱରେ ଆମର ଦେଶ ବହୁତ ଆଗକୁ ବଢିବାରେ ଲାଗିଛି । ମୋଦୀ ସରକାରଙ୍କ ଅଧିନରେ ସମସ୍ତେ ଖୁବ ଭଲ କାମ କରୁଛନ୍ତି । ଏହାକୁ ସର୍ବସାଧାରଣ ତଥା ଦେଶବାସୀ ସ୍ୱିକାର ମଧ୍ୟ କରିଛନ୍ତି ।

Also Read- Mobile Charging: ମୋବାଇଲ ଚାର୍ଜିଂରେ ବିଳମ୍ୱ ହେଉଛି କି ? ଆପଣାନ୍ତୁ ଏହି ଉପାୟ