Benefit of Ghee: ଜାଣନ୍ତି କି ତ୍ୱଚା ପାଇଁ କେତେ ଲାଭ ଦାୟକ ଘିଅ, ପଢନ୍ତୁ...
Advertisement
Article Detail0/zeeodisha/odisha1424128

Benefit of Ghee: ଜାଣନ୍ତି କି ତ୍ୱଚା ପାଇଁ କେତେ ଲାଭ ଦାୟକ ଘିଅ, ପଢନ୍ତୁ...

ଘିଅ ଆପଣଙ୍କ ତ୍ବଚାର ଶୁଷ୍କପଣକୁ ଦୂର କରିଥାଏ। କିଛି ବୁନ୍ଦା ଘିଅକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଭଲଭାବରେ ମସାଜ କରନ୍ତୁ। ଏହାଦ୍ବାରା ଆପଣଙ୍କ ମୁହଁରେ ଶୁଷ୍କପଣ ଦୂର ହୋଇ ତ୍ବଚାରେ ଚମକ ଆସିବ।

Benefit of Ghee: ଜାଣନ୍ତି କି ତ୍ୱଚା ପାଇଁ କେତେ ଲାଭ ଦାୟକ ଘିଅ, ପଢନ୍ତୁ...

Benefit of Ghee:  ନୂଆଦିଲ୍ଲୀ: ଶୁଦ୍ଧ ଦେଶୀ ଘିଅ ଶରୀର ପାଇଁ ଅନେକ ଲାଭଦାୟକ। ଏଥରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ଯଦି ଆପଣ ଘିଅ ଖାଆନ୍ତି ନାହିଁ  କିମ୍ବା ଆପଣ ଏହାର ବାସ୍ନାକୁ ପସନ୍ଦ କରନ୍ତି ନାହିଁ ତେବେ ଆପଣଙ୍କୁ ଏହି ଅଭ୍ୟାସ ବଦଳାଇବାକୁ ପଡ଼ିବ। ଘିଅ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଏହା ତ୍ବଚା ପାଇଁ ମଧ୍ୟ ଲାଭଦାୟକ। ଆପଣ ଜାଣନ୍ତି ତ୍ୱଚା ପାଇଁ ବହୁ ମାତ୍ରାରେ ଏହି ଘିଅ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଚର୍ମକୁ ସର୍ବଦା ସତେଜ ରଖିଥାଏ ଘିଅ। 

ଶୁଷ୍କ ତ୍ବଚାକୁ ଦୂର କରିଥାଏ : ଘିଅ ଆପଣଙ୍କ ତ୍ବଚାର ଶୁଷ୍କପଣକୁ ଦୂର କରିଥାଏ। କିଛି ବୁନ୍ଦା ଘିଅକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଭଲଭାବରେ ମସାଜ କରନ୍ତୁ। ଏହାଦ୍ବାରା ଆପଣଙ୍କ ମୁହଁରେ ଶୁଷ୍କପଣ ଦୂର ହୋଇ ତ୍ବଚାରେ ଚମକ ଆସିବ।

ଚର୍ମ କୁଞ୍ଚନ ଦୂର ହୋଇଥାଏ: ଯଦି ଆପଣ ଚର୍ମକୁଞ୍ଚନ ସମସ୍ୟା ଭୋଗୁଛନ୍ତି ତେବେ ଘିଅ ଆପଣଙ୍କ କାମରେ ଆସିବ। ଘିଅରେ ଭିଟାମିନ୍ ଇ ରହିଥାଏ ଏବଂ ଏହା ଆଣ୍ଟି ଏଜିଙ୍ଗ୍ ହୋଇଥାଏ। ଯଦି ଆପଣ ନିୟମିତ ଘିଅକୁ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଯିବ ନାହିଁ।

ଗାଧୋଇବା ପରେ ବ୍ୟବହାର କରନ୍ତୁ: ଯଦି ଆପଣ ଗାଧୋଇବା ପରେ ତେଲ ଲଗାଉଥାନ୍ତି ତେବେ ଏହା ବଦଳରେ ଘିଅ ଲଗାନ୍ତୁ। ଏଥିପାଇଁ ୫ ଚାମଚ ଘିଅକୁ ଏସେନ୍ସିଆଲ ତେଲର ୧୦ ବୁନ୍ଦାରେ ମିଶାଇ ଏହାକୁ ଗାଧୋଇବା ପରେ ପ୍ରତିଦିନ ନିଜ ତ୍ବଚାରେ ଲଗାନ୍ତୁ। ଏହାପରେ ଅନୁଭବ କରିବେ ଆପଣଙ୍କ ତ୍ବଚା କେତେ ନରମ ଏବଂ ମୁଲାୟମ ଲାଗିବ।

ଆଖିର ଥକାପଣ ହେବ ଦୂର: ଯଦି ଆପଣଙ୍କ ଆଖି ସବୁବେଳେ କ୍ଳାନ୍ତ ଲାଗୁଥାଏ ତେବେ ଆପଣଙ୍କ ଘିଅ ଡବାରୁ ଘିଅ କାଢ଼ି ଆଖି ଚାରିପଟେ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଏହା ଯେପରି ଆପଣଙ୍କ ଆଖି ଭିତରକୁ ନ ଯାଏ। ଆଖି ଚାରିପଟେ ଧୀରେ ଧୀରେ ମସାଜ କଲେ ଆପଣ ଫରକ ଅନୁଭବ କରିବେ।

ନରମ ଓଠ ପାଇଁ ଲାଭଦାୟକ: ଶୀତଦିନେ ଓଠକୁ ନରମ ଏବଂ ମୁଲାୟମ ରଖିବା ପାଇଁ ଘିଅ ଉପଯୋଗୀ ହୋଇଥାଏ। ଓଠରେ ନିୟମିତ ଘିଅ ଲଗାଇବା ଦ୍ବାରା ଏହା ଚିକଚିକ୍ ମଧ୍ୟ କରିଥାଏ।