Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
Advertisement

Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

Odisha Coromandel Express Accident: କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା(balasore train derailment accident) । ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଦିନିକିଆ ଶୋକ ଘୋଷଣା କରିଛନ୍ତି। ଜୁନ୍ ୩ରେ ରାଜ୍ୟରେ କୌଣସି ପ୍ରକାର ପର୍ବ ପାଳନ କରାଯିବ ନାହିଁ । ସେପଟେ ଘଟଣାସ୍ଥଳରେ ସ୍ଥିତିର ତଦାରଖ କରୁଛନ୍ତି ରେଳ ମନ୍ତ୍ରୀ ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Coromandel Express Accident: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ(balasore train derailment accident) ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।  ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଲା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏନେଇ SRC ପ୍ରତୀପ୍ତ ଜେନା ସୂଚନା ଦେଇଛନ୍ତି।  ଏହି ଦୁର୍ଘଟଣା ଓଡିଶା ଇତିହାସରେ ସବୁଠୁ ବଡ ହୋଇଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Railway minister Ashwini Vaishnaw)। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଦିନିକିଆ ଶୋକ ଘୋଷଣା କରିଛନ୍ତି। ଜୁନ୍  ୩ରେ ରାଜ୍ୟରେ କୌଣସି ପ୍ରକାର ପର୍ବ ପାଳନ କରାଯିବ ନାହିଁ । 

 

ସହାୟତା ରାଶି ଘୋଷଣା:

ତେବେ, ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ(Odisha Coromandel Express Accident) ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(pm modi) ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଟ୍ରେନ ଦୁର୍ଘଟଣାରେ (Odisha Coromandel Express Accident)ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ଆହତ ଯାତ୍ରୀମାନଙ୍କ ପରିବାରକୁ ମଧ୍ୟ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ । ସେହିପରି ଶୁକ୍ରବାର ଦିନ, କେନ୍ଦ୍ର ରେଳମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 

ଏହାବି ପଢନ୍ତୁ : Coromandel Train Accident: ୨୩୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ

ଏହାବି ପଢନ୍ତୁ :  Shani Upay: ଶନିବାର ଦିନ ଦାନ କରନ୍ତୁ ଏହି ୫ଟି ଜିନିଷ, ରାତାରାତି ବଦଳିଯିବ ଆପଣଙ୍କ ଭାଗ୍ୟ, ହୋଇଯିବେ ମାଲେମାଲ୍!

ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଲଞ୍ଚ ବାତିଲ ହୋଇଛି: ତେବେ, ଏ-ହି ଟ୍ରେନ ଦୁର୍ଘଟଣା ପାଇଁ ଆଜି ଶୁଭାରମ୍ଭ ହେବାକୁ ଥିବା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭକୁ ବାତିଲ କରାଯାଇଛି (goa mumbai vande bharat launch cancelled)। ପିଏମ ମୋଦୀ (pm modi)ଶନିବାର ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିବାକୁ ଯାଉଥିଲେ। କିନ୍ତୁ ଓଡିଶାରେ ଓଡି଼ଶାରେ ଟ୍ରେନ୍ ଦୁର୍ଘଟଣା ହେତୁ ଏହାର ଲଞ୍ଚକୁ (Odisha Coromandel Express Accident) ବର୍ତ୍ତମାନ ବାତିଲ କରାଯାଇଛି। ଶନିବାର ସକାଳେ ଭିଡିଓ କନଫରେସିଂ ଜରିଆରେ ପିଏମ ମୋଦୀ ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିଥାନ୍ତେ।