ପାକିସ୍ତାନରେ ଟ୍ରେଣ୍ଡ୍ କରୁଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ ବାବା, ଜାଣନ୍ତୁ କ'ଣ ରହିଛି ପୂରା ମାମଲା
Advertisement
Article Detail0/zeeodisha/odisha1545445

ପାକିସ୍ତାନରେ ଟ୍ରେଣ୍ଡ୍ କରୁଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ ବାବା, ଜାଣନ୍ତୁ କ'ଣ ରହିଛି ପୂରା ମାମଲା

Dhirendra Shastri trending In Pakistan: ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ବାବା ବର୍ତ୍ତମାନ ପାକିସ୍ତାନରେ ଜୋରଦାର ଟ୍ରେଣ୍ଡ କରୁଛନ୍ତି । ବାବାଙ୍କ ଭାରତରେ ଏତେ ଚର୍ଚ୍ଚାକୁ ନେଇ ସେଠାରେ ଥିବା କଠୋରପନ୍ଥୀ ମାନେ କ୍ରୋଧାନ୍ନିତ ହୋଇଛନ୍ତି । ଜାଣନ୍ତୁ କ'ଣ ରହିଛି ପୂରା ମାମଲା ।

ସୌ: ସୋସିଆଲ ମିଡିଆ

Bageshwar Dham trending In Pakistan: ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ (Dhirendra Shastri) ଚମତ୍କାରକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଦେଶରେ ଥମି ନଥିବା ବେଳେ, ପଡୋଶୀ ଦେଶ ପାକିସ୍ତାନରେ (Pakistan) ବର୍ତ୍ତମାନ ବାବାଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହଁ ଆଜ୍ଞା, ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଚମତ୍କାର ବିଷୟରେ ଚର୍ଚ୍ଚା ବର୍ତ୍ତମାନ ପାକିସ୍ତାନରେ ଜୋରଦାର ଚର୍ଚ୍ଚା ହେଉଛି । ଯେଉଁଭଳି ଭାବରେ ବାବାଙ୍କ ନାମ ବର୍ତ୍ତମାନ ଭାରତରେ ଚର୍ଚ୍ଚା କରଯାଉଛି, ତାହାକୁ ନେଇ ପାକିସ୍ତାନ ଈର୍ଷାନ୍ୱିତ ହୋଇଯାଇଛି ।

ବାସ୍ତବରେ, ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଚମତ୍କାର ବିଷୟରେ ଚର୍ଚ୍ଚା ଏତେ ବ୍ୟାପିଯାଇଛି ଯେ ପାକିସ୍ତାନର ଲୋକମାନେ ଲୁଚିଛପି ତାଙ୍କ ଭିଡିଓ (Dhirendra Shastri Video) ଦେଖୁଛନ୍ତି । କହିରଖୁଛୁ ଯେ,କଠୋରପନ୍ଥୀ ଦଶ ପାକିସ୍ତାନ ଏହାକୁ ସହଜରେ ହଜମ କରିପାରୁନାହିଁ । ସେ ମଧ୍ୟ ଈର୍ଷାନ୍ୱିତ ହୋଇ କହୁଛନ୍ତି ଯେ ଭାରତରେ ସନାତନ ଧର୍ମରେ ଏତେ ଚର୍ଚ୍ଚା କ'ଣ ପାଇଁ ହେଉଛି । ୟୁଟ୍ୟୁବ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏହି ଦେଶର ଲୋକମାନେ ବିଷ ଓଗାଳୁଛନ୍ତି ।

ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦିବ୍ୟ ଦରବାରରେ ଜଣେ ପାକିସ୍ତାନୀ ମହିଳାଙ୍କ ଆଗମନ ଯୋଗୁଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଯାହାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଦିବ୍ୟ ଦରବାରରେ ପହଞ୍ଚିଥିବା ମହିଳା ନିଜକୁ ପାକିସ୍ତାନର ସିନ୍ଧର ବୋଲି ଦାବି କରି କରିଥିଲେ, ସେତବେଳେ ବାବା ତାଙ୍କ ସମସ୍ୟାକୁ କାଗଜରେ ଲେଖିଥିଲେ । ତାଙ୍କ ସମସ୍ୟା ଓ ସମାଧାନ ବିଷୟରେ ବାବା ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ସବୁ କହିଥିଲେ ।

ବାବାଙ୍କ ଚମତ୍କାର ଦେଖି ମହିଳା ଜଣକ ତାଙ୍କ ପାଦତଳେ ପଡ଼ିଯାଇଥିଲେ ଓ ଅନ୍ୟ ପଟେ ପାକିସ୍ତାନରେ ରହୁଥିବା କଠୋରପନ୍ଥୀ ଏହା ଦେଖି ହଜମ କରି ପାରୁନାହାଁନ୍ତି । ସେମାନେ ବାବାଙ୍କୁ ବିଭିନ୍ନ ଉପାୟରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ବାବାଙ୍କ ପ୍ରତି ଘୃଣା କରିବାର କାରଣ କେବଳ ଏହା ଏକମାତ୍ର । ବାସ୍ତବରେ, ବାବା ଜଣେ ମୁସଲମାନ ମହିଳାଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ହିନ୍ଦୁ କରିଥିଲେ । ଏହା ହେଉଛି ଏକ ବଡ଼ ବିଷୟ ଯାହା ପାକିସ୍ତାନକୁ ଅଧିକ କ୍ରୋଧାନ୍ନିତ କରିଛି ।

ଧୀରନ୍ଦ୍ର ଶାସ୍ତ୍ରୀଙ୍କ ବିପକ୍ଷରେ ଯେତେ ଅଛନ୍ତି, ତାହାଠାରୁ ତାଙ୍କ ସମର୍ଥକଙ୍କ ସଂଖ୍ୟା ଅଧିକ । ଶାସ୍ତ୍ରୀଙ୍କୁ ତାଙ୍କ ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ସମର୍ଥନ ମଧ୍ୟ ମିଳିଛି । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ ଆମେ ହିନ୍ଦୁ ରାଷ୍ଟ୍ର ପାଇଁ ସମର୍ଥନ କରିବା ଉଚିତ୍ । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିଷୟରେ ସେ କହିଥଲେ ଯେ ମୋର ଶିଷ୍ୟ ଜଣେ ଦକ୍ଷ ବାଳକ । ଭଲ କାମ କରୁଛି । ଚରିତ୍ରବାନ ଅଟେ । ଲୋକମାନେ ତାଙ୍କର ଲୋକପ୍ରିୟତା ହଜମ କରିପାରୁ ନାହାଁନ୍ତି ।

ଏହା ବି ପଢନ୍ତୁ: Pathaan Box Office Collection: ପ୍ରଥମ ଦୁଇ ଦିନରେ ଇତିହାସ ରଚିଲା 'ପଠାନ୍', କେଜିଏଫ୍-2 ଠାରୁ ୱାର ଫିଲ୍ମ ପର୍ଯ୍ୟନ୍ତ ସବୁକୁ ପକାଇଲା ପଛରେ