X ରେ ଉପଲବ୍ଧ ହେବ ଅଡିଓ ଏବଂ ଭିଡିଓ କଲିଂ ସୁବିଧା, ଏଲୋନ୍ ମସ୍କ କଲେ ଘୋଷଣା
Advertisement
Article Detail0/zeeodisha/odisha1849677

X ରେ ଉପଲବ୍ଧ ହେବ ଅଡିଓ ଏବଂ ଭିଡିଓ କଲିଂ ସୁବିଧା, ଏଲୋନ୍ ମସ୍କ କଲେ ଘୋଷଣା

X New Feature: ଯଦି ଆପଣ ଜଣେ ଏକ୍ସ (X) ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଶୀଘ୍ର ଆପଣ X ପ୍ଲାଟଫର୍ମରୁ ଭିଡିଓ ଓ ଅଡିଓ କଲ କରିବାକୁ ସମର୍ଥ ହେବେ ।

ସୌ: ସୋସିଆଲ ମିଡିଆ

X will soon have audio, video call features: ଏଲୋନ୍ ମସ୍କ ଯେତେବେଳେ ଠାରୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ଦାୟିତ୍ୱ ଗ୍ରହଣ କରିଛନ୍ତି, ସେବେଠାରୁ ସେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ମସ୍କ X ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଆମେରିକାର ଅଗ୍ରଣୀ ଇଭି କମ୍ପାନୀ ଟେସଲାର ମୁଖ୍ୟ ମସ୍କ ଗୁରୁବାର ଦିନ କହିଛନ୍ତି ଯେ X ରେ ଅଡିଓ ଓ ଭିଡିଓ କଲର ସୁବିଧା ଶିଘ୍ର ଆରମ୍ଭ ହେବ । ବିଶେଷ କଥା ହେଉଛି ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ ନାହିଁ ।

ମସ୍କ X ରେ ଥିବା ତାଙ୍କର ଏକ ପୋଷ୍ଟରେ କହିଛନ୍ତି ଯେ ଅଡିଓ ଓ ଭିଡିଓ କଲ୍ ପାଇଁ କୌଣସି ଫୋନ୍ ନମ୍ବର ଆବଶ୍ୟକ ହେବ ନାହିଁ । X ମୁଖ୍ୟ କହିଛନ୍ତି ଯେ ଅଡିଓ ଓ ଭିଡିଓ କଲ୍ ସୁବିଧା ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଓ PC ରେ କାମ କରିବ ।

ଭଏସ୍ ଓ ଭିଡିଓ କଲିଂ ସୁବିଧା ଶିଘ୍ର ଆରମ୍ଭ ହେବାର ଆଶା କରାଯାଉଛି 
ଏଲୋନ୍ ମସ୍କ ତାଙ୍କର ଲୋକପ୍ରିୟ ଆପ୍ X କୁ ଏକ ସୁପର ଆପରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଏହି ଦିଗରେ ସେ ଏହି ବଡ ଘୋଷଣା କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, X ରେ ଭଏସ୍ ଓ ଭିଡିଓ କଲିଂ ସୁବିଧା ସେପ୍ଟେମ୍ବର ଆରମ୍ଭରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ସିଧାସଳଖ ଏସଏମଏସ ବିଭାଗରେ ବିକଳ୍ପ ଉପଲବ୍ଧ ହେବ
ମିଡିଆ ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନଙ୍କୁ ସିଧାସଳଖ ଏସଏମଏସ ବିଭାଗରୁ ଅଡିଓ କିମ୍ବା ଭିଡିଓ କଲ କରିବାର ବିକଳ୍ପ ରହିବ । ତେବେ ଏହି ଫିଚର କାହା ପାଇଁ ହେବ ଓ କାହା ପାଇଁ ନୁହେଁ ତାହା ପ୍ରକାଶ କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ: Dengue Vaccine: ଏହି ଦିନ ବଜାରକୁ ଆସିବ ଡେଙ୍ଗୁ ଟିକା, ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ: Chandrayaan-3: ଚନ୍ଦ୍ର ପୃଷ୍ଠରେ ରୋଭର ପ୍ରଜ୍ଞାନ କଲା ଚମତ୍କାର ମୁନଡ୍ୟାନ୍ସ, ଭିଡିଓ ରେକର୍ଡ କଲା ଲ୍ୟାଣ୍ଡର ବିକ୍ରମ, ଏଠାରେ ଦେଖନ୍ତୁ