PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!
Advertisement

PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

PM Kisan 13th Installment: ଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ଆମକୁ ବଜାରର ପ୍ରୋଡକ୍ଟିଭିଟି, ପ୍ରୋଡକଶନ୍ ଏବଂ ପ୍ରୋସେସିଂ ପ୍ରତି ଧ୍ୟାନ ଦେବାକୁ ପଡିବ । 

PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

PM Kisan 13th Installment: କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi Yojana) ର ୧୩ ତମ କିସ୍ତି ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର (Narendra Singh Tomar) ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ଆମକୁ ବଜାରର ପ୍ରୋଡକ୍ଟିଭିଟି, ପ୍ରୋଡକଶନ୍ ଏବଂ ପ୍ରୋସେସିଂ ପ୍ରତି ଧ୍ୟାନ ଦେବାକୁ ପଡିବ । କୃଷି ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଶରୀରର ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ମିଲେଟ ଖାଇବା ଉଚିତ ।

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଗତ ଆଠ ବର୍ଷ ଧରି ଚାଷୀଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସରକାର ଗତ ବର୍ଷରେ ପିଏମ କିସାନ (PM Kisan), ପିଏମ ଫସଲ ବୀମା ଯୋଜନା (PM Crop Insurance Scheme) ସମେତ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି ଆର୍ଥିକ ବର୍ଷ ପାଇଁ ସରକାର ୧୮ ଲକ୍ଷ କୋଟି ଟଙ୍କାର କୃଷି ଋଣ (Farmer Loan) ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ଟେକ୍ନୋଲୋଜି ଓ କ୍ଲଷ୍ଟର ଚାଷକୁ ପ୍ରୋତ୍ସାହନ ଦିଆଯାଉଛି ।

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ଦେଶର କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧିର ୧୩ ତମ କିସ୍ତି (PM Kisan 13th Installment) ପାଇଁ ଅପେକ୍ଷା କରିଛନ୍ତି । ଏହି କିସ୍ତିର ୨୦୦୦ ଟଙ୍କା ଜାନୁଆରୀରେ ଆସିବାର ସମ୍ଭାବନା ପ୍ରକାଶ ପାଇଛି । କିସ୍ତି ଆସିବା ପୂର୍ବରୁ ମଧ୍ୟ ପଞ୍ଜାବ ସରକାର କୃଷକମାନଙ୍କୁ ଉପହାର ଦେବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) କୁ ଅନୁମୋଦନ କରିଛନ୍ତି । ଅନ୍ୟ ରାଜ୍ୟ ପରି ଫସଲ ନଷ୍ଟ ହେଲେ ପଞ୍ଜାବର କୃଷକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇ ପାରିବେ ।

ଅଧିକ ପଢ଼ନ୍ତୁ:-IND vs NZ 2nd ODIରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ବାଦ ପଡ଼ିବା ନିଶ୍ଚିତ!

ଅଧିକ ପଢ଼ନ୍ତୁ:-କାମ ଦେଲାନି ଭାରତର ବିଜୟ, କ୍ୱାର୍ଟର ଫାଇନାଲକୁ ଯିବା ପାଇଁ କରିବାକୁ ପଡ଼ିବ ଏହି କାମ

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ବହୁତ ବଡ଼ ଖବର, ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ!​

 

ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ପଞ୍ଜାବରେ ଫସଲ ନଷ୍ଟ ପ୍ରାୟ ୫ ପ୍ରତିଶତ ଥିଲା । କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ଏହା ୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ବଢୁଥିବା ଫସଲ ନଷ୍ଟକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଫାସଲ ବୀମା ଯୋଜନା (PMFBY) ପାଇଁ ଅନୁମୋଦନ ଦେବାକୁ ପଡ଼ିଛି ।