ସପିଂ ମଲରେ ଅଘଟଣ, ସିଲିଂ ଖସି ୨ଜଣଙ୍କ ମୃତ୍ୟୁ
Advertisement

ସପିଂ ମଲରେ ଅଘଟଣ, ସିଲିଂ ଖସି ୨ଜଣଙ୍କ ମୃତ୍ୟୁ

ଗ୍ରେଟର ନୋଏଡା ସ୍ଥିତ ଏକ ସପିଂ ମଲରେ ଅଘଟଣ ସାମ୍ନାକୁ ଆସିଛି । ରବିବାର ସକାଳ ସମୟରେ ମଲର ୫ମ ମହଲାରେ ଲାଗିଥିବା ସିଲିଂ ଖସିବା କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସପିଂ ମଲରେ ଅଘଟଣ, ସିଲିଂ ଖସି ୨ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ସ୍ଥିତ ଏକ ସପିଂ ମଲରେ ଅଘଟଣ ସାମ୍ନାକୁ ଆସିଛି । ରବିବାର ସକାଳ ସମୟରେ ମଲର ୫ମ ମହଲାରେ ଲାଗିଥିବା ସିଲିଂ ଖସିବା କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଆଜି ସକାଳେ ମଲ୍ ଖୋଲା ହେବା ପରେ ଗ୍ରାହକମାନେ ସପିଂ କରିବା ପାଇଁ ଗ୍ରେଟର ନୋଏଡା ସ୍ଥିତ ବ୍ଲୁ ସଫାୟର ମଲରେ ପହଞ୍ଚିଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ କୌଣସି କାରଣରୁ ପଞ୍ଚମ ମହଲାରେ ଥିବା ଲୁହା ଷ୍ଟ୍ରକଚର ଖସିପଡିଥିଲା । ତାହା ଦୁଇ ଜଣଙ୍କ ଉପରେ ପଡିବା କାରଣରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେଠାରେ ଥିବା ଅନ୍ୟ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଖବର ପାଇବା ପରେ ବ୍ଲୁ ସଫାୟର ମଲରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।

ଦୁର୍ଘଟଣା ପରେ ମଲ ସାମ୍ନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲୋକମାନେ ମଲ ପରିସରରେ ପ୍ରବଳ ହୋହଲ୍ଲା କରିଥିଲେ । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଭିଡ ନିୟନ୍ତ୍ରଣ ହୋଇଛି । ମୃତ ଦୁଇଜଣ ଗ୍ରାହକଙ୍କ ପରିଚୟ ମିଳିସାରିଛି । ଜଣେ ଗାଜିଆବାଦର ହରେନ୍ଦ୍ର ଭଟ୍ଟି ଏବଂ ଅନ୍ୟଜଣେ ବିଜୟନଗରର ଶକିଲ ଖାନ୍‌ ବୋଲି ଜଣାପଡିଛି ।

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ

Also Read- IND vs ENG: ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍, ମାର୍ଚ୍ଚ ୭ରେ ମ୍ୟାଚ୍