Odisha News: ଆଜି ବି ଜୀବିତ ପରମ୍ପରା, ବର୍ଷା ପାଇଁ ବେଙ୍ଗ ଓ ବେଙ୍ଗୁଲିର ହୁଏ ବାହାଘର
Advertisement
Article Detail0/zeeodisha/odisha2225775

Odisha News: ଆଜି ବି ଜୀବିତ ପରମ୍ପରା, ବର୍ଷା ପାଇଁ ବେଙ୍ଗ ଓ ବେଙ୍ଗୁଲିର ହୁଏ ବାହାଘର

Odisha News: ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ଡିଗ୍ରୀ ଛୁଇଁଥିବା ବେଳେ ଡ଼ହଡ଼ହ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବଜଗତ । ସ୍ଥିତି ଏପରି ହେଉଛି ଯେ ସକାଳ ୮ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଅସରାଏ ବର୍ଷା ପାଇଁ ଚାତକ ପରି ଚାହିଁ ରହିଛନ୍ତି ରାଜ୍ୟବାସୀ । 

Odisha News: ଆଜି ବି ଜୀବିତ ପରମ୍ପରା, ବର୍ଷା ପାଇଁ ବେଙ୍ଗ ଓ ବେଙ୍ଗୁଲିର ହୁଏ ବାହାଘର

Odisha News: ଅସହ୍ୟ ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ଛୁଇଁଛି । ଡ଼ହଡ଼ହ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସମଗ୍ର ଜୀବଜଗତ । ସ୍ଥିତି ଏପରି ହେଉଛି ଯେ ସକାଳ ୮ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଅସରାଏ ବର୍ଷା ପାଇଁ ଚାତକ ପରି ଚାହିଁ ରହିଛନ୍ତି ରାଜ୍ୟବାସୀ । ତେବେ ଆଜିର ଏହି ଆଧୁନିକ ଓ ବୈଜ୍ଞାନିକ ଯୁଗରେ ମଧ୍ୟ ବର୍ଷା ହେବା ପାଇଁ ପାରମ୍ପରିକ ବିଶ୍ୱାସ ଉପରେ ଭରସା କରିଛି ମଣିଷ ।

ବିଶ୍ୱାସ ରହିଛି ଯେ, ବେଙ୍ଗ ଓ ବେଙ୍ଗୁଲିର ପାରମ୍ପରିକ ରୀତିନୀତିରେ ବିବାହ କରାଇଲେ କୁଆଡ଼େ ବର୍ଷା ହୁଏ । ଏହି ବିଶ୍ୱାସକୁ ପାଥେୟ କରି, ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଶାନ୍ତିପୁର ଥାନା ଅଧୀନ ଦେଶବନ୍ଧୁ କଲୋନୀର ୫ଟି ବଙ୍ଗାଳି ପରିବାର ମିଶି ମହାଆଡମ୍ବରରେ ପାରମ୍ପରିକ ରୀତିନୀତି ଓ ଵିଧିବିଧାନ ଅନୁଯାୟୀ ବେଙ୍ଗ (ଶୁଭ )ଓ ବେଙ୍ଗୁଲି (ପୂଜା)ର ବିବାହ ସମ୍ପନ୍ନ କରିଛନ୍ତି । କେବଳ ଦେଶବନ୍ଧୁ କଲୋନୀ ନୁହେଁ ଶାନ୍ତିପୁର ଅଞ୍ଚଳର ଶହ ଶହ ଲୋକେ ଏହି ଶୁଭକାର୍ଯ୍ୟରେ ସାମିଲ ହେବା ସହିତ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଗତ ୩ ବର୍ଷ ହେଲା କଲୋନୀବାସୀ ଏହି ବିବାହ କରିଆସୁଥିବା ଜଣାପଡ଼ିଛି ।

Also Read- Puri News: ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୪ ଆହତ