Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2225786

Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Weekly Horoscope, 29 April to 5 May 2024: ମେ ମାସରେ ବୃହସ୍ପତିଙ୍କ ଚଳନ କିଛି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ସୁଖ ଏବଂ ସମୃଦ୍ଧି ବଢାଇବ । ଅନ୍ୟପଟେ କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଆଗମନ କାରଣରୁ ମଧ୍ୟ କିଛି ରାଶିକୁ ଶୁଭଫଳ ମିଳିବ ।

Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Weekly Horoscope, 29 April to 5 May 2024: ଆସନ୍ତା ସପ୍ତାହର କେଉଁ ଦିନ ଆପଣଙ୍କ ପାଇଁ ଶୁଭଙ୍କର ଏବଂ ଆପଣଙ୍କ ଭାଗ୍ୟରେ କଣ ପରିବର୍ତ୍ତନ ଆସିବ ସେ ବିଷୟରେ ଜ୍ୟୋତିର୍ବିଦଙ୍କ ମତ ଆସନ୍ତୁ ଜାଣିବା ।

ମେଷ ରାଶି
ଆର୍ଥିକ ମାମଲାରେ ସପ୍ତାହଟି ଆପଣଙ୍କ ପାଇଁ ଭଲ ହେବ । ଅଟକି ରହିଥିବା କାମ ଶେଷ କରିବେ । କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଦୂରଯାତ୍ରା ସଫଳତା ଆଣିଦେବ । ଅର୍ଥନୈତିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିଛି । ଧନ ବୃଦ୍ଧି ପାଇଁ ଶୁଭ ସୁଯୋଗ ସୃଷ୍ଟି ହେଉଛି । ଏପ୍ରିଲ ୨୯ ଏବଂ ମଇ ୨ ତାରିଖ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ।

ବୃଷ ରାଶି
କର୍ମକ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଆଗ୍ରହର ସହ କାମ କଲେ ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ଲାଭର ସମ୍ଭାବନା ରହିଛି । ଭାବିଚିନ୍ତି ନିଷ୍ପତି ନେବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଶୁଭଫଳ ଆସିବ । ଭ୍ରମଣ ସମୟରେ ଖୋଲା ମନରେ ମତ ପ୍ରକାଶ କରନ୍ତୁ । ପାରିବାରିକ ପ୍ରସଙ୍ଗରେ ସାମାନ୍ୟ ଅବହେଳା ହୋଇପାରେ । ସପ୍ତାହ ଶେଷରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରେ । ସପ୍ତାହରେ ଆପଣଙ୍କ ପାଇଁ ଶୁଭ ଦିନ  ଏପ୍ରିଲ ୨୯ ଏବଂ ମଇ ୨ ତାରିଖ ।

ମିଥୁନ ରାଶି
ଏହି ସପ୍ତାହରେ ଆପଣଙ୍କ ପାଇଁ ଭ୍ରମଣ କରିବାର ସମ୍ଭାବନା ରହିଛି । ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସକରାତ୍ମକ ଫଳାଫଳ ମିଳିବ । ପାରସ୍ପରିକ ମଧ୍ୟରେ ପ୍ରେମ ବଢିବା ସହ ଖୁସିରେ ସମୟ ବିତାଇବେ । କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ । ଅର୍ଥନୈତିକ ପ୍ରସଙ୍ଗରେ ଆପଣଙ୍କ ପାଇଁ ଉନ୍ନତି ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ହଠାତ୍ ଆପଣଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାର ସମୟ । ସପ୍ତାହ ଶେଷରେ ସାମାନ୍ୟ ଯନ୍ତ୍ରଣା ପାଇପାରନ୍ତି । ଶୁଭ ଦିନ ମଇ ୨ ତାରିଖ ।

କର୍କଟ ରାଶି
କର୍ମକ୍ଷେତ୍ରରେ ଆପଣ ଭଲ ଫଳାଫଳ ପାଇବେ । ଏହି ସପ୍ତାହରେ ଆରମ୍ଭ କରିଥିବା କାମ ଭବିଷ୍ୟତରେ ଆପଣଙ୍କ ପାଇଁ ସୁନ୍ଦର ସମନ୍ୱୟ ସୃଷ୍ଟି କରିବ । ଆପଣଙ୍କ ପାଇଁ ସଫଳତାର ବାଟ ଖୋଲିବ । ଟଙ୍କା କାରବାର କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଦୂରଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ହଠାତ୍ ଆର୍ଥିକ କ୍ଷତି ସହିପାରନ୍ତି । ସପ୍ତାହର ଶେଷ ଭାଗରେ ଆପଣଙ୍କ ପାଇଁ ଅବସ୍ଥା ଅନୁକୂଳ ହେବ । ଆପଣଙ୍କ ପାଇଁ ଶୁଭ ଦିନ ଏପ୍ରିଲ ୩୦ ଏବଂ ମଇ ୩ ।

ସିଂହ ରାଶି
ଆର୍ଥିକ କ୍ଷେତ୍ରରେ ସିଂହ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଖୁବ ଶୁଭ । କାହାଠାରୁ ହଠାତ୍ ଆର୍ଥିକ ସାହାଯ୍ୟ ପାଇପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବ । ମନରେ ଅସନ୍ତୁଷ୍ଟ ଭାବନା ଜାଗ୍ରତ ହେବ । କର୍ମକ୍ଷେତ୍ରରେ ଭାବପ୍ରବଣ ହେବେ । ଏହି ସପ୍ତାହରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ସପ୍ତାହ ଶେଷରେ ଆପଣ କରିଥିବା ନିରନ୍ତର ପ୍ରୟାସ ଦ୍ୱାରା ସଫଳତାର ବାଟ ଖୋଲିବ । ଆପଣଙ୍କ ପାଇଁ ଶୁଭଦିନ ଏପ୍ରିଲ ୨୯ ଏବଂ ୩୦ ତାରିଖ

କନ୍ୟା ରାଶି
ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ହେବ । ଏହି ସପ୍ତାହରେ ଆର୍ଥିକ ଲାଭର ଅନେକ ସୁଯୋଗ ରହିଛି । କୌଣସି ନୂତନ ପୁଞ୍ଜି ବିନିଯୋଗ ବିଷୟରେ ମନରେ ସନ୍ଦେହ ଜାଗ୍ରତ ହେବ । ସାହସର ସହ ନେଇଥିବା ପଦକ୍ଷପ ଆପଣଙ୍କୁ ଭଲ ଫଳାଫଳ ଦେବ । ଭ୍ରମଣ କାରଣରୁ କିଛି ଅସୁବିଧା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସପ୍ତାହ ଶେଷ ଭାଗରେ ଏକ ନୂଆ ଆରମ୍ଭ କରିପାରନ୍ତି । ନୂଆ ଆରମ୍ଭ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ବାଟ ଖୋଲିବ । ଶୁଭ ତାରିଖ ଏପ୍ରିଲ ୨୯,୩୦ ଏବଂ ମଇ ୩

ତୁଳା ରାଶି
ଆପଣ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଏହି ସପ୍ତାହରୁ ଆପଣଙ୍କ କାର୍ଯ୍ୟ ଶୈଳୀରେ ଅନେକ ପ୍ରକାରର ପରିବର୍ତ୍ତନ ଆସିବ । ନିଜ କ୍ୟାରିଅରକୁ ଏକ ନୂଆ ଦିଗ ମିଳିପାରେ । ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଘଟିବ । ଆପଣ ଜଣେ ମହିଳାଙ୍କଠାରୁ ସାହାଯ୍ୟ ପାଇପାରନ୍ତି । ଘରୁ କିଛି ଜିନିଷ ଚୋରି ହୋଇପାରେ ତେଣୁ ସାବଧାନ ରୁହନ୍ତୁ । ଦୂରଯାତ୍ରା ଆପଣଙ୍କ ପାଇଁ ସଫଳତାର କାରଣ ପାଲଟିବ । ସପ୍ତାହ ଶେଷ ଭାଗରେ ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହେବ । ଆପଣ ଜୀବନରେ ସୁଖ ଏବଂ ଶାନ୍ତି ଅନୁଭବ କରିବେ । ଶୁଭ ତାରିଖ ଆପଣଙ୍କ ପାଇଁ ଏପ୍ରିଲ ୨୯ ଏବଂ ମଇ ୩ ।

ବିଛା ରାଶି
ଏହି ସପ୍ତାହରେ ଆପଣ ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ରା ଆଶାଠାରୁ କମ୍ ଲାଭଦାୟକ ହେବ । କର୍ମକ୍ଷେତ୍ରରେ ଅସୁରକ୍ଷିତତାର ଅନୁଭବ କରିପାରନ୍ତି । ସପ୍ତାହ ଶେଷରେ, ଆପଣ ପିତାଙ୍କ ବିଷୟରେ ଚିନ୍ତା କରିପାରନ୍ତି । କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ  । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଇଁ ଶୁଭ ତାରିଖ ଏପ୍ରିଲ ୨୯ ଏବଂ ମଇ ୨ ।

ଧନୁ ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ଖୁବ ଭଲ । ଜଣେ ଯୁବକ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର କୌଣସି ନୂଆ ଆରମ୍ଭ କରିପାରନ୍ତି । ସାହସର ସହ ଆଗକୁ ବଢିଲେ ଜୀବନରେ ସଫଳତା ହାସଲ କରିବେ । ଭ୍ରମଣ ତଥା ଦୂରଯାତ୍ରା ଆପଣଙ୍କ ପାଇଁ ସଫଳତାର ରାସ୍ତା ଖୋଲିବ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଅର୍ଥନୈତିକ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ଧନ ଲାଭର ସମ୍ଭାବନା ରହିଛି । ସପ୍ତାହ ଶେଷରେ ସୁଖ ଏବଂ ସମୃଦ୍ଧି ବଢିବାର ସମ୍ଭାବନା ରହିଛି । କିଛି ନୂଆ ଶିଖିବା ସହ ଜୀବନରେ କାର୍ଯ୍ୟକାରୀ କରନ୍ତୁ ଦେଖିବେ ଶାନ୍ତି ମିଳିବ । ଏପ୍ରିଲ ୩୦ ମଇ ୧ ଏବଂ ୩ ଆପଣଙ୍କ ପାଇଁ ଶୁଭ ଦିନ ।

ମକର ରାଶି
ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ହେବ । ଏହି ସପ୍ତାହ ଆରମ୍ଭରେ ଧନ ବୃଦ୍ଧି ହେବାର ଭଲ ଖବର ପାଇପାରନ୍ତି । ଆପଣଙ୍କ କରିଥିହା କଠିନ ପରିଶ୍ରମ ଭବିଷ୍ୟତରେ ଆପଣଙ୍କ ପାଇଁ ସୁଖକର ହେବ । କର୍ମକ୍ଷେତ୍ରରେ ଆପଣ ଏକଲାପଣ ଅନୁଭବ କରିପାରନ୍ତି । ଆପଣଙ୍କ ମନ ବିଚଳିତ ରହିପାରେ । ଏହି ସପ୍ତାହରେ ଦୂରଯାତ୍ରା ଆପଣଙ୍କ ପାଇଁ ସଫଳତାର ରାସ୍ତା ଦେଖାଇବ । ପାରିବାରିକ ପ୍ରସଙ୍ଗରେ ସମୟ ଅନୁକୂଳ ହେବ । ସପ୍ତାହ ଶେଷରେ ଆପଣ ଅଳସୁଆ ଅନୁଭବ କରିପାରନ୍ତି । ଏଥିସହ ଜୀବନରେ କିଛି ସମସ୍ୟା ଆସିପାରେ । ଆପଣଙ୍କ ପାଇଁ ଶୁଭ ଦିନ ଏପ୍ରିଲ ୨୯,୩୦ ଏବଂ ୨ ।

କୁମ୍ଭ ରାଶି
ଆପଣ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଏହି ସପ୍ତାହ ଆରମ୍ଭରେ ଆପଣଙ୍କର ପ୍ରୋଜେକ୍ଟ ସହିତ ଜଡିତ କିଛି ଭଲ ଖବର ଗ୍ରହଣ ପାଇପାରନ୍ତି । ମହିଳାମାନଙ୍କ ସହଯୋଗରେ ଅର୍ଥନୈତିକ ଅଭିବୃଦ୍ଧିର ସମ୍ଭାବନା ରହିଛି । ଆପଣଙ୍କ ସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପରିବାରରେ ସାମାନ୍ୟ ବାଦ ବିବାଦ ଦେଖାଦେଇପାରେ । ସପ୍ତାହ ଶେଷରେ ପ୍ରିୟ ଲୋକଙ୍କ ସହ ସମୟ ବିତିବ । ଆପଣଙ୍କ ପାଇଁ ଶୁଭଦିନ ଏପ୍ରିଲ ୨୯ ଏବଂ ମଇ ୩ ।

ମୀନ ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଧନ ପ୍ରାପ୍ତିର ଅଧିକ ସମ୍ଭାବନା ରହିଛି । ବୟସ୍କଙ୍କ ପରାମର୍ଶରୁ ଆପଣ ଉପକୃତ ହେବେ । ପରିବାରରେ ସୁଖ ଏବଂ ସମୃଦ୍ଧି ରହିବ । ପରିବାର ସଦସ୍ୟଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଭ୍ରମଣ ମାଧ୍ୟମରେ ଶୁଭ ସମନ୍ୱୟ ସୃଷ୍ଟି ହେବ । ସପ୍ତାହ ଶେଷ ଭାଗରେ ଆପଣଙ୍କ କ୍ଷେତ୍ରରେ ଚିନ୍ତା ବଢିପାରେ । ଆପଣଙ୍କ ପାଇଁ ଶୁଭ ତାରିଖ ଏପ୍ରଲ ୨୯ ମଇ ୧, ୨ ଏବଂ ୩ ତାରିଖ

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ

Also Read- Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ