ଅଶାନ୍ତ ମିଆଁମାର ସୀମା, ମଣିପୁରରେ ଗୁଳିମାଡରେ ୧୩ମୃତ
Advertisement

ଅଶାନ୍ତ ମିଆଁମାର ସୀମା, ମଣିପୁରରେ ଗୁଳିମାଡରେ ୧୩ମୃତ

Manipur Violence: ଆଜି ଟେଙ୍ଗନୌପାଲ ଅଞ୍ଚଳରେ ଦୁଇ ଗୋଷ୍ଠିଙ୍କ ସଂଘର୍ଷ ଓ ଗୁଳି ବିନିମୟ କାରଣରୁ ୧୩ ଜଣଙ୍କ ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଅପରାହ୍ଣ ସମୟରେ ମଣିପୁର ଲିଥୁ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଅଶାନ୍ତ ମିଆଁମାର ସୀମା, ମଣିପୁରରେ ଗୁଳିମାଡରେ ୧୩ମୃତ

Manipur Violence:  ଅଶାନ୍ତ ହୋଇପଡିଛି ମିଆଁମାର ସୀମା । ଆଜି ଟେଙ୍ଗନୌପାଲ ଅଞ୍ଚଳରେ ଦୁଇ ଗୋଷ୍ଠିଙ୍କ ସଂଘର୍ଷ ଓ ଗୁଳି ବିନିମୟ କାରଣରୁ ୧୩ ଜଣଙ୍କ ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଅପରାହ୍ଣ ସମୟରେ ମଣିପୁର ଲିଥୁ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁଇ ଗୋଷ୍ଠିଙ୍କ ମଧ୍ୟରେ ମତାନ୍ତର କାରଣରୁ ଏପରି ଅଚାନକ ଆକ୍ରମଣ ଘଟିଛି । ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୩ଟି ମୃତଦେହ ମିଳିଥିବା ସୂଚନା ରହିଛି । ମୃତ ୧୩ଜଣ ବ୍ୟକ୍ତିଙ୍କ ସ୍ଥାନୀୟ ଅଞ୍ଚଳର ନହେଇଥିବା କାରଣରୁ ସେମାନଙ୍କର ପରିଚୟ ଖୋଜୁଛି ପୋଲିସ ।

ଅନ୍ୟପଟେ ମଣିପୁରରେ କେବଳ ସୀମାନ୍ତ ସ୍ଥାନ ଗୁଡିକୁ ବାଦ୍ ଦେଲେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ରହିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ।

Also Read- ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍‍ରୁ ସୁଲତା ଆଉଟ୍‍, ସସ୍ମିତ ପାତ୍ରଙ୍କୁ ପୁଣି ସୁଯୋଗ

Also Read- ଜିତିବା ପରେ ପାୱାର ଦେଖାଇଲେ ବିଜେପି ବିଧାୟକ, କହିଲେ 'ଆମିଷ ଦୋକାନ ବନ୍ଦ କର'