Top 10 News: ସଂକ୍ଷେପରେ ପଢ଼ନ୍ତୁ ରାଜ୍ୟ ଓ ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2514489

Top 10 News: ସଂକ୍ଷେପରେ ପଢ଼ନ୍ତୁ ରାଜ୍ୟ ଓ ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ସଂକ୍ଷେପରେ ପଢ଼ନ୍ତୁ ରାଜ୍ୟ ଓ ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ସଂକ୍ଷେପରେ ପଢ଼ନ୍ତୁ ରାଜ୍ୟ ଓ ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର...

1.Baliyatra Tomorrow: ଆସନ୍ତା କାଲିଠାରୁ ବାଲିଯାତ୍ରା। କଟକର ମହାନଦୀ ପଡ଼ିଆଠାରେ ଏହା ଆୟ୍ରୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଉଦ୍‍ଘାଟନ କରିବେ। ସନ୍ଧ୍ୟା ୫ଟା ବେଳେ ଏହି ଉତ୍ସବ ଉଦ୍‍ଘାଟନ ହେବ। 

2.Traffic Arrangement on Puri: କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପୁରୀରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଆଖିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ପୁରୀ ସହର ଭିତରକୁ ହାଲୁକା ଗାଡ଼ି ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ବଡ଼ ଦାଣ୍ଡରେ ହାଲୁକା ଗାଡ଼ି ବା ବସ୍‍ ପ୍ରବେଶ ନକରି ତାହାକୁ ବସ୍‍ଷ୍ଟାଣ୍ଡରୁ ଅଲଗା ରାସ୍ତାକୁ ପଠାଯିବାର ବ୍ୟବସ୍ଥା ହୋଇଛି।

 
3.Chocolate while returning Bottle: ବାଲିଯାତ୍ରା ପଡ଼ିଆକୁ ପରିବେଶ ଅନୁକୂଳ ରଖିବା ତଥା ପ୍ଲାଷ୍ଟିକ୍‍ ବୋତଲ ବ୍ୟବହାରକୁ ନିୟନ୍ତ୍ରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ବ୍ୟବହୃତ ପାଣିବୋତଲ ନେଇ ଚକୋଲେଟ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନେଇ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। 

4.Commission to Visit Spot on Bharatpur incident: ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ବାନ୍ଦବୀଙ୍କୁ ନିର୍ଯାତନା ଦିଆଯିବା ପ୍ରସଙ୍ଗରେ ଗଠିତ  ତନ୍ତ କମିଶନ ଆସନ୍ତା ୧୯ ତାରିଖରେ ଘଟଣାସ୍ଥଳକୁ ପରିଦର୍ଶନ କରିବେ। ଏହାପରେ ୩୦ ତାରିଖ ଦିନ ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ସୂଚନା ମିଳିଛି। 

5.No Relief to MLA Jaynarayan Mishra: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ  ସୁପ୍ରିମକୋର୍ଟଙ୍କ ଝଟକା ମିଳିଛି । ଜଣେ ମହିଳା ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ସମୟରେ ମାଡ଼ ମାରିଥିବା ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି। ଏହି ମାମଲାରେ ଆଗୁଆ ଜାମିନ ଆବେଦନ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜୟନାରାୟଣ । କିନ୍ତୁ ଉଭୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିବାରୁ ଜୟନାରାୟଣଙ୍କ ଗିରଫ ଆଶଙ୍କା ବଢ଼ିଛି। 

6.Subsidy to Farmers:  ଧାନକିଣା  ସମୟରେ ଏକସଙ୍ଗେ ୩୧୦୦ ଟଙ୍କାର ସହାୟତା ମିଳିବ ନାହିଁ। ପ୍ରଥମେ କେନ୍ଦ୍ର ସରକାର ଦେଉଥିବା ୨୩୦୦ ଟଙ୍କା ପ୍ରଦାନ କରାଯିବ। ଏହା ପରେ ରାଜ୍ୟ ସରକାର ଦେବାକୁ ଥିବା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରାଯିବ। ଏହାକୁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ଇନ୍‍ପୁଟ୍‍ ସହାୟତା ଭାବେ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖ ପରେ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଧାନକିଣା। 

7.Award To PM: ଭାରତ ଓ ଡୋମିନିକା ମଧ୍ୟରେ ସମ୍ପର୍କ ବୃଦ୍ଧି ତଥା କୋଭିଡ୍‍ ସମୟରେ ଡୋମିନିକାକୁ ଭାରତର ସହାୟତା ପ୍ରତି କୃତ୍କ୍ଷତା ସ୍ୱରୂପ ପ୍ରଅଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛି। ନଭେମ୍ବର ୧୯ରୁ ୨୧  ମଧ୍ୟରେ ଆୟୋଜିତ ହେବାକୁ ଥିବା ଭାରତ-କାରିକମ୍‍ ସମ୍ମିଳନୀରେ ଏହି  ସମ୍ମାନକୁ ଡୋମିନିକାର ରାଷ୍ଟ୍ରପତି ସିଲଭାନିଆ ବୁର୍ତ୍ତନ ପ୍ରଦାନ କରିବେ। 

8.Lake inside a River in Uttarakhand: ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ଏକ ନଦୀରେ ଗୋଟିଏ ବିଶାଳ ହ୍ରଦ ସୃଷ୍ଟି ହୋଇଛି। ଏହାର ଲମ୍ବା ପ୍ରାୟ ୨ କିଲୋମିଟର ହେବ। ସମ୍ଭୁ ନଦୀରେ ସୃଷ୍ଟି ହୋଇଥିବା ଏହି ହ୍ରଦ ଉତ୍ତରାଖଣ୍ଡ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ବୋଲି ଭୂତ୍ତ୍ୱବିତମାନେ କହିଛନ୍ତି। 

9.Vigilance Raid: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଗଦି ରାସ୍ୱ ନିରୀକ୍ଷକ ଭାଗବତ ଖଟୁଆଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି।    ଜମିର କିସମ ପରିବର୍ତ୍ତନ କରିବା ପାଇଁ ରାଜସ୍ବ ନିରୀକ୍ଷକ ଅମୃତପୁର ଗ୍ରାମର ବିଜୟ ମଲ୍ଲିକ ଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। 

10.Weather: ରାଜ୍ୟର ପାଣିପାଗ ଆସନ୍ତା ୪୮ ଘଣ୍ଟା ଯାଏ ଶୁଷ୍କ ରହିବ। କିନ୍ତୁ ଶୀତ ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାତ୍ରୀ କାଳୀନ ତାପମାତ୍ରା  ୨ ରୁ ୪ ଡିଗ୍ରୀ ତଳକୁ ଖସିବା ଆଶଙ୍କା ରହିଛି।