TOP 10 NEWS TODAY: ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

 

TOP 10 NEWS TODAY: ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 16 April | Evening 

1.Chhattisgarh Naxal Attack Today: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା। ମଙ୍ଗଳବାର (ଅପ୍ରେଲ ୧୬) ସୁରକ୍ଷା ବାହିନୀ ପକ୍ଷରୁ ପଡୋଶୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଟଳି ପଡ଼ିଛନ୍ତି ୨୯ ନକ୍ସଲ। ଅନ୍ୟପକ୍ଷରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ମଙ୍ଗଳବାର ଛତିଶଗଡ଼ କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୯ ନକ୍ସଲ ପ୍ରାଣ ହରାଇଥିବା ବେଳେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। 

2.BJP Second MLA Candidate List Odisha 2024: ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୧୬) ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ମଙ୍ଗଳବାର ଦଳ ୨୧ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୩୩ ସିଟ୍ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣ କରିସାରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣ କରିଥିଲା। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି।

3.Arvind Kejriwal Emotional Message: ତିହାର ଜେଲ୍ ରୁ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ସେ କହିଛନ୍ତି ଯେ ମୋ ନାଁ ହେଉଛି ଅରବିନ୍ଦ କେଜ୍ରିୱାଲ, ମୁଁ କୌଣସି ଆତଙ୍କବାଦୀ ନୁହେଁ। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧  ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଦୁଇଟି ପୃଥକ ଶୁଣାଣିରେ ଅପ୍ରେଲ ୧ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

4.Supreme Court on Ballot Paper: ନିର୍ବାଚନରେ ​​ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ସୁପ୍ରିମ କୋର୍ଟ। ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ମତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ। ଇଭିଏମ-ଭିଭିପାଟ ସମ୍ପର୍କିତ ମାମଲାର ଶୁଣାଣି କରିବା ବେଳେ ଏକଥା କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଇଭିଏମ୍ ଉପରେ ଶୁଣାଣି ଅପ୍ରେଲ୍ ୧୮ ତାରିଖରେ ପୁନର୍ବାର ହେବ। 

5.Weather Update: ଅପ୍ରେଲ ୧୬ ତାରିଖ ମଙ୍ଗଳବାର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ। ରାଜ୍ୟର ୧୮ ସ୍ଥାନରେ ପାରଦ ୪୧ ଡିଗ୍ରୀ ପାର କରିଥିବାର ରେକର୍ଡ ହୋଇଛି। ସେହିପରି ୨୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଠାରୁ ଅଧିକ ରହିଥିବାର ରେକର୍ଡ କରାଯାଇଛି। ମଙ୍ଗଳବାର ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ବାରିପଦା। ଯେଉଁଠି ତାପମାତ୍ରା ୪୩.୬ ଡିଗ୍ରୀ ରହିଥିବାର ରେକର୍ଡ କରାଯାଇଛି। 

6.Rath Yatra Preparation Meeting: ଆସନ୍ତା ଜୁଲାଇ ୭ ତାରିଖରେ ପାଳିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ବର ସହ ନିଆଯାଇ କାର୍ଯ୍ୟ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଅନେକ କମିଟି ଗଠନ କରାଯାଇଛି। ଆଇନ ଶୃଙ୍ଖଳା, ପାର୍କିଂ, ଯାତ୍ରୀବାହୀ ବସ ଭଡା, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଆଲୋଚନା କରାଯାଇଛି।

7. UPSC Result 2024: ପ୍ରକାଶ ପାଇଛି ୨୦୨୪ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ପୁ୍ଅ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଚତୁର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁପିଏସସି ପରୀକ୍ଷାରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ତାଳଚେରର ଭାଲୁଗାଡିଆ ଗ୍ରାମର ପୁଅ ଅନିମେଷ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। 

8.Ram Navami 2024: ରାମ ନବମୀରେ ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ୫ ବର୍ଷୀୟ ରାମଲାଲାଙ୍କର ଜନ୍ମୋତ୍ସବ ପାଳନ କରାଯିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ଜନ୍ମ ଭୂମି ରାସ୍ତାରେ ରହିଥିବା ସ୍ୱାଗତ ଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ପର୍ଯ୍ୟନ୍ତ ସବୁଠି ଚାଲିଛି ସଜସଜ୍ଜା। ରାମ ନବମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶା କରାଯାଉଛି।

9.Patanjali Ads Case: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କ ସମେତ ତାଙ୍କ ସହଯୋଗୀ ବାଳକ୍ରିଷ୍ଣାଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ମଙ୍ଗଳବାର (ଅପ୍ରେଲ ୧୬) ଶୁଣାଣି ସମୟରେ ରାମଦେବ ଏବଂ ଆର୍ଚାର୍ଯ୍ୟ ବାଳକ୍ରୀଷ୍ଣ ଉଭୟେ ଉପସ୍ଥିତ ରହିଥିଲେ। ସେମାନେ ବ୍ୟକ୍ତିଗତ ଭାବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଥିଲେ। ରାମଦେବ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

10.IPL Match Today 2024: ମଙ୍ଗଳବାର (ଅପ୍ରେଲ ୧୬) କୋଲକାତା ଇଡେନ ଗାର୍ଡେନ ଠାରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ଖେଳାଯାଇଥିବା ୩୧ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୨୩ ରନ୍ ସଂଗ୍ରହ କରିଛି। ୨୨୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୨ ଓଭର ଖେଳ ପର୍ଯ୍ୟନ୍ତ ୧ ୱିକେଟ ହରାଇ ୨୩ ରନ୍ ସଂଗ୍ରହ କରିଛି।