Top 10 News Headlines: ସିଙ୍ଗାପୁର ରାଷ୍ଟ୍ରପତି ଟି ସାନମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବଂ ଏହି ଗସ୍ତ ସମୟରେ ତାଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 16 January 2025: H1. Singapore President to visit Odisha: ସିଙ୍ଗାପୁର ରାଷ୍ଟ୍ରପତି ଟି ସାନମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବଂ ଏହି ଗସ୍ତ ସମୟରେ ତାଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯିବ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଏହି ଗସ୍ତ ୧୭ ଓ ୧୮ ଜାନୁଆରି ରହିଛି। ଏହି ସମୟରେ ସେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
H2. Odisha Dy CM’s mother passes away at 89: ଗୁରୁବାର ଦିନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି। ଏହି ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ଟ୍ୱିଟ୍ କରି କହିଛନ୍ତି, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ। ପୁଣ୍ୟାତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ମହାପ୍ରଭୁ ତାଙ୍କୁ ବୈକୁଣ୍ଠରେ ସ୍ଥାନ ଦିଅନ୍ତୁ।
H3. Saif Ali Khan Attack: ବୁଧବାର ଦିନ ରାତି ପ୍ରାୟ ୨ଟା ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଜଣେ ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା, ଯାହା ଫଳରେ ସୈଫ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ୱାଇ ପୋଲିସ୍ ବର୍ତ୍ତମାନ ଏହାର ତଦନ୍ତ କରୁଛି।
H4. 12 Naxalites Killed: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ବିଜାପୁରର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
H5. ISRO Docks SpaDeX Satellites in Space: ଭାରତ ଗୁରୁବାର ଦିନ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (SPADEX) ଅନ୍ତର୍ଗତ ଏହାର ପ୍ରଥମ ସ୍ପେସ୍ ଡକିଂ ମିଶନକୁ ସଫଳତାର ସହ ସମାପ୍ତ କରିଛି। ଏପରି ଏକ ପ୍ରଯୁକ୍ତିବିଦ୍ୟା ସଫଳତା ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି। ପୂର୍ବରୁ ଏହି ସଫଳତା ଆମେରିକା, ରୁଷ ଏବଂ ଚୀନ୍ ହାସଲ କରିଥିଲେ। ଇସ୍ରୋର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
H6. Cabinet Decisions: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ଇସ୍ରୋର ସତୀଶ ଧାୱନ ମହାକାଶ କେନ୍ଦ୍ରରେ ୩,୯୮୫ କୋଟି ଟଙ୍କା ବ୍ୟୟରେ ଏକ ତୃତୀୟ ଲଞ୍ଚ ପ୍ୟାଡ୍ ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗୁରୁବାର ଦିନ ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି।
H7. 8th Pay Commission: ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନକୁ ଅନୁମୋଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସୂଚନା ଦେଇଛନ୍ତି। ଏହି କମିଶନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସାଲାରି ଷ୍ଟ୍ରକ୍ଚର ଉପରେ ନିଷ୍ପତ୍ତି ନେବ।
H8. WPL 2025 schedule: ବିସିସିଆଇ ଗୁରୁବାର ଦିନ ମହିଳା ପ୍ରିମିୟର ଲିଗ୍ ୨୦୨୫ ର ସୂଚୀ ପ୍ରକାଶ କରିଛି। ଏଥର ଏହି ଟୁର୍ଣ୍ଣାମେଣ୍ଟ ୧୪ ଫେବ୍ରୁଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ସିଜିନର ପ୍ରଥମ ମ୍ୟାଚ୍ ଭଦୋଦରାରେ ଗୁଜରାଟ ଜାଏଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏଲିମିନେଟର ୧୩ ମାର୍ଚ୍ଚରେ ମୁମ୍ବାଇରେ ଖେଳାଯିବ ଏବଂ ୧୫ ମାର୍ଚ୍ଚରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ।
H9. BCCI appoints Sitanshu Kotak as batting coach: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଏବଂ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଗୁରୁବାର ଦିନ ପୂର୍ବତନ ସୌରାଷ୍ଟ୍ର ବ୍ୟାଟସମ୍ୟାନ୍ ସୀତାଂଶୁ କୋଟକଙ୍କୁ ଭାରତର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ୫୨ ବର୍ଷୀୟ କୋଟାକ ଦୀର୍ଘ ସମୟ ଧରି ଜାତୀୟ କ୍ରିକେଟ ଏକାଡେମୀରେ ବ୍ୟାଟିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସେ ସିନିୟର ଏବଂ ଭାରତ-ଏ ଦଳ ସହିତ ଅନେକ ଟୁର୍ ରେ କରି ସାରିଛନ୍ତି।
H10. Kuldeep Yadav Fitness Update: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଏବଂ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହି ମେଗା ଇଭେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସ୍ପିନ ବୋଲର କୁଲଦୀପ ଯାଦବ ଆଘାତରୁ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି। କୁଲଦୀପ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବୋଲିଂ କରୁଥିବାର ଦେଖାଯାଉଛି।