Dead body Rescued: ଗତ ଡିସେମ୍ବର ୩ତାରିଖରେ ଶ୍ରୀସେତୁ ତଳେ ଜଣେ ଯୁବକଙ୍କୁ ଫେବର ବ୍ଲକରେ ପିଟି ହତ୍ଯା କରାଯାଇଥିଲା। ମହାମହୀମ ରାଷ୍ଟ୍ରପତିଙ୍କ ଗସ୍ତର କେଇ ଘଣ୍ଟା ପୂର୍ବରୁ ଏଭଳି ଜଘନ୍ୟ ହତ୍ଯାକାଣ୍ଡ ଘଟିଥିଲା। ଏହି ଘଟଣାକୁ ଦେଢ ମାସ ପୁରୀ ନଥିବା ବେଳେ ସେହି ଶ୍ରୀସେତୁ ତଳେ ପୋଖରୀରୁ ମିଳିଛି କ୍ଷତବିକ୍ଷତ ଜଣେ ଅଜଣା ଯୁବକର ମୃତଦେହ। ତେବେ ସେଠାରେ ଥିବା ପୋଖରୀ ନିକଟରେ ମୃତଦେହଟି ପଡିଥିବାର ଦେଖିବାକୁ ମିଳିଛି। ଆଜି ଟାଉନଥାନା ଓ ବାସେଳୀ ସାହି ପୋଲିସ ପହଂଚି ମୃତଦେହ କୁ ଜବତ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ତେବେ ସେଠାରେ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ପୂର୍ବରୁ ସେହିଠାରେ ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହା ମଧ୍ୟ ଏକ ହତ୍ଯାକାଣ୍ଡ ହୋଇଥାଇ ପାରେ ବୋଲି ଆଶଙ୍କା ରହିଛି। ତେବେ ରାତିରେ ଶ୍ରୀସେତୁ ଅଞ୍ଚଳ ନିଛାଟିଆ ହୋଇଥିବାରୁ ଅସାମାଜିକ ଓ ନିଶା ଖୋର ମାନଙ୍କର ଆଡ୍ଡାସ୍ଥଳ ପାଲଟିଛି। ପୁଲିସ ପକ୍ଷରୁ ସେଭଳି ପେଟ୍ରୋଲିଂ ନହେବା ଯୋଗୁଁ ଏହି ଅଞ୍ଚଳ ସାଧାରଣ ଲୋକ, ଭକ୍ତ ଓ ପର୍ଯ୍ଯଟକଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। ତେବେ ଏହି ଘଟଣାରେ ଛାନବିନ କରୁଛି ପୁଲିସ।