Top 10 News Headlines: ବରଗଡ଼ ସହରରେ ଏକ ସ୍ଥାୟୀ ରାଜମହଲ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଏହାକୁ ନେଇ ଘୋଷଣା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 12 January 2025: H1. Odisha Govt launches direct buses to Maha Kumbh: ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ ହୋଇଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ଟି ବସ୍କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। କହିରଖୁଛୁ ଯେ ଏହି ବସ୍ ସେବା ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଆରମ୍ଭ ହୋଇଛି। ଏହାସହ ମହାକୁମ୍ଭ ମେଳା ଯାଉଥିବା ଯାତ୍ରୀମାନେ ୧୮୦୦୩୪୫୧୧୨୨ କୁ କଲ୍ କରିପାରିବେ କିମ୍ବା ୭୮୪୯୦୫୨୨୦୫ ରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ୍ ଡେସ୍କର ସୁବିଧା ନେଇପାରିବେ।
H2. Permanent palace to be built in Bargarh: ବରଗଡ଼ ସହରରେ ଏକ ସ୍ଥାୟୀ ରାଜମହଲ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଏହାକୁ ନେଇ ଘୋଷଣା କରିଛନ୍ତି। ଏହା ରାଜମହଲ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା। ବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସମେତ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।
H3. Odisha Govt Announces ‘Tri-City’: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଯାୟୀ ବର୍ତ୍ତମାନ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ସରକାର। ପୁରୀ, କଟକ ଓ ଭୁବନେଶ୍ବରକୁ ନେଇ ଏହି ଟ୍ରାଇ ସିଟି ଗଠନ କରାଯିବ। ଏହା ସମେତ ଖୁବ ଶୀଘ୍ର ପୁରୀ,କଟକ ଓ ଭୁବନେଶ୍ବରକୁ ଟ୍ରାଇ ସିଟି ମାନ୍ୟତା ପ୍ରଦାନ କରାଯିବ।
H4. 71st senior national kabaddi championship: ରାଜ୍ୟରେ ୭୧ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ହେବାକୁ ଯାଉଛି। ଏହି କବାଡ଼ି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୦ ରୁ ୨୩ ଫେବ୍ରୁଆରି ମଧ୍ୟରେ ଆୟୋଜିତ ହେବ। ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ପ୍ରଥମ ଥର ଏହି ଇଭେଣ୍ଟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଖବର ଅନୁସାରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବ ।
H5. Donald Trump Swearing In Ceremony: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ଭାରତକୁ ନିମନ୍ତ୍ରଣ ମିଳିଛି। ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଦେଶକୁ କିଏ ପ୍ରତିନିଧିତ୍ୱ କରିବେ? ନିଷ୍ପତ୍ତି ହୋଇଛି। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।
H6. BJP Third List Delhi Elections 2025: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ବିଜେପି ତୃତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କେବଳ ଗୋଟିଏ ନାମ ଅନ୍ତର୍ଭୁକ୍ତ। ଦଳ ମୁସ୍ତାଫାବାଦରୁ ମୋହନ ସିଂହ ବିଷ୍ଟଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଗତକାଲି ପ୍ରକାଶିତ ତାଲିକାରେ ଦଳ କପିଲ ମିଶ୍ରଙ୍କୁ ତାଙ୍କ କରାୱାଲ ନଗର ଆସନରୁ ପ୍ରାର୍ଥୀ କରିଥିଲା।
H7. Uttarakhand Accident: ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାଉରି ଗଡ଼ୱାଲ ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ି ୧୦୦ ମିଟର ଗଭୀର ଖାଇରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
H8. Devajit Saikia BCCI New Secretary: ଜାନୁଆରୀ ୧୨ ତାରିଖରେ ଅନୁଷ୍ଠିତ ସ୍ୱତନ୍ତ୍ର ସାଧାରଣ ବୈଠକରେ (AGM) BCCI ଜଣେ ନୂତନ ସଚିବଙ୍କୁ ପାଇଛି। ଦେବଜିତ ସାଇକିଆ ବିସିସିଆଇର ନୂତନ ସଚିବ ହୋଇଛନ୍ତି। ଜୟ ଶାହଙ୍କୁ ବଦଳରେ ସେ ଏହି ବଡ଼ ଦାୟିତ୍ୱ ପାଇଛନ୍ତି। ଏହା ସମେତ ଆଶିଷ ଶେଲାରଙ୍କ ସ୍ଥାନରେ ପ୍ରଭତେଜ ସିଂହ ଭାଟିଆ କୋଷାଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି।
H9. Farmer died on khanauri border: ଖାନୌରି ବୋର୍ଡରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ରବିବାର ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ୮୦ ବର୍ଷୀୟ ଜଗ୍ଗା ସିଂହ ଫରିଦକୋଟ ଜିଲ୍ଲାର ଗୋଦରା ଗାଁର ବାସିନ୍ଦା ଥିଲେ। ଖାନୌରି ସୀମାରେ ଜଗ୍ଗା ସିଂହଙ୍କୁ ପକ୍ଷାଘାତ ଆକ୍ରମଣ ହୋଇଥିଲା। ତାଙ୍କୁ ପଟିଆଲାର ସରକାରୀ ରାଜିନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଖାନୌରି ସୀମାରେ ୧୦ ମାସ ଧରି ଆନ୍ଦୋଳନରେ ସାମିଲ ଥିଲେ।
H10. IPL 2025 କେବେ ଆରମ୍ଭ ହେବ? ଏହି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ବହୁତ ଦିନ ଧରି ଥିଲା। ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ୧୮ତମ ସିଜିନ୍ ଆରମ୍ଭ ତାରିଖ ନିଶ୍ଚିତ କରିଛନ୍ତି। ସେ ରବିବାର ଦିନ କହିଥିଲେ ଯେ ଆଗାମୀ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ।